ପ୍ରତିଦିନ ନିମ୍ବପତ୍ର ପାଣିରେ ଚେହେରା ଧୁଅନ୍ତୁ, ଅନେକ ସମସ୍ୟାରୁ ମିଳିବ ମୁକ୍ତି
Advertisement

ପ୍ରତିଦିନ ନିମ୍ବପତ୍ର ପାଣିରେ ଚେହେରା ଧୁଅନ୍ତୁ, ଅନେକ ସମସ୍ୟାରୁ ମିଳିବ ମୁକ୍ତି

ଯଦି ଆପଣ ଚର୍ମ ସମ୍ବନ୍ଧୀୟ ସମସ୍ୟା ଭୋଗୁଛନ୍ତି ତେବେ ଆପଣ ପ୍ରତିଦିନ ନିମ୍ବପତ୍ର ପାଣିରେ ମୁହଁ ଧୋଇଲେ ମିଳିବ ଅନେକ ଉପକାରିତା । 

ପ୍ରତିକାତ୍ମକ ଫଟୋ

ଆଜିକାଲି ଅଧିକାଂଶ ଲୋକେ ଚର୍ମ ସମ୍ବନ୍ଧୀୟ ସମସ୍ୟା ଭୋଗୁଛନ୍ତି । ଚର୍ମ ସହିତ ଜଡିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସମସ୍ତ ପ୍ରକାର ଉପାୟ ଆପଣାଉଛନ୍ତି କିନ୍ତୁ ତଥାପି କୌଣସି ପ୍ରଭାବ ଦେଖିବାକୁ ମିଳୁ ନାହିଁ। କିନ୍ତୁ ଆମେ ଆପଣଙ୍କୁ କହିବୁ ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିମ୍ବପତ୍ର ପାଣି କେତେ ଉପକାରି ଯୋଗ୍ୟ । ଏଥିପାଇଁ ଆପଣ ପ୍ରତ୍ୟେକ ଦିନ ନିମ୍ବ ପତ୍ର ପାଣିରେ ନିଜ ମୁହଁ ଧୋଇବା ଭଲ । ଏମତିରେ ଆମେ ଆପଣଙ୍କୁ କହିବୁ କି ନିମ୍ବପତ୍ର ପାଣିରେ ମୁହଁ ଧୋଇବାର ଲାଭ କଣ ରହିଛି । 

ଚର୍ମ ଆଲର୍ଜିରୁ ମୁକ୍ତି-
ନିମ୍ବରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା ଚର୍ମରେ ଥିବା କ୍ଷତିକାରକ ଜୀବାଣୁ ସହ ଲଢିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ପ୍ରତିଦିନ ନିମ୍ବପତ୍ର ପାଣିରେ ମୁହଁ ଧୋଇବେ ଆପଣ ଚର୍ମ ଆଲର୍ଜି, ଦାଗ, କୁଣ୍ଡେଇ ହେବା ଇତ୍ୟାଦି ସମସ୍ୟାରୁ ମୁକ୍ତି ପାଇବେ। 

Also  Read ; ଘରେ ପାଆନ୍ତୁ ପାର୍ଲର ପରି ଚେହେରାରେ ଚମକ, କେବଳ ୨୦ ମିନିଟରେ ଚମକିବ ଚେହେରା

ବ୍ରଣକୁ ଭଲ କରେ-
ନିମ୍ବପତ୍ର ପାଣିରେ ମୁହଁ ଧୋଇଲେ ବ୍ରଣରୁ ମୁ୍କ୍ତି ମିଳିଥାଏ । ଏହାର କାରଣ ହେଉଛି ଚର୍ମରେ ଥିବା ମଇଳା ଏବଂ ଅତ୍ୟଧିକ ତେଲକୁ ସଫା କରିବାରେ ସାହାଯ୍ୟ କରିଥାଏ । ବ୍ରଣ ଦ୍ବାରା ମୁହଁ ଫୁଲିବାକୁ ବି କମ୍ କରିଥାଏ । ତେଣୁ ଯଦି ଆପଣ ବ୍ରଣ ସମସ୍ୟା ଭୋଗୁଛନ୍ତି ତେବେ ଆପଣ ପ୍ରତିଦିନ ନିମ୍ବପାଣିରେ ମୁହଁ ଧୁଅନ୍ତୁ । 

ତେଲିଆ ଏବଂ ଶୁଷ୍କ ଚେହେରାକୁ ଭଲ କରିଥାଏ -
ନିମ୍ବପତ୍ରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିସେପ୍ଟିକ ଗୁଣ କ୍ଷତିକାରକ ଜୀବାଣୁକୁ ମାରିବାରେ ସାହାଯ୍ୟ କରିଥାଏ । ଏହା ଚର୍ମରେ ଥିବା ଅତ୍ୟଧିକ ତେଲକୁ ନିୟନ୍ତ୍ରଣ କରିଥାଏ ଏବଂ ଚର୍ମକୁ କୋମଳ କରିଥାଏ । 

ଦାଗକୁ ଦୂର କରେ-
ନିମ୍ବପତ୍ର ପାଣିରେ ମୁହଁ ଧୋଇଲେ ମୁହଁର ଉଜ୍ଜଳତା ଆସିଥାଏ । ଏହା ସହ ଚେହେରାରେ ଥିବା ଦାଗ, କଳା ସ୍ପଟରୁ ମୁକ୍ତି ମିଳିଥାଏ । ଏମତିରେ ଯଦି ଆପଣ ନିଜ ଚେହେରାକୁ ସଫା ରଖିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ନିମ୍ବପତ୍ର ପାଣିରେ ମୁହଁ ଧୁଅନ୍ତୁ ।