ନିମ ପତ୍ର ଦେହ ପାଇଁ ହୋଇଥାଏ ବହୁତ ହିତକର, ଏହାର ଚମତ୍କାରୀ ଲାଭ ବିଷୟରେ ଜାଣିଲେ ଆପଣ ହୋଇଯିବେ ଚକିତ
Advertisement
Article Detail0/zeeodisha/odisha1425908

ନିମ ପତ୍ର ଦେହ ପାଇଁ ହୋଇଥାଏ ବହୁତ ହିତକର, ଏହାର ଚମତ୍କାରୀ ଲାଭ ବିଷୟରେ ଜାଣିଲେ ଆପଣ ହୋଇଯିବେ ଚକିତ

Neem Leaves Benefits: ଆପଣଙ୍କର ପେଟ ସମସ୍ୟା ହେଉ କିମ୍ବା ଚର୍ମ ନିମ ଆପଣଙ୍କୁ ପ୍ରତ୍ୟେକ ରୋଗରୁ ସହଜରେ ମୁକ୍ତି ଦେଇପାରିବେ । ନିମ ସ୍ୱାଦରେ ତିକ୍ତ କିନ୍ତୁ ଏହା ଆପଣଙ୍କ ଶରୀରକୁ ଥଣ୍ଡା କରିଥାଏ । ଆପଣଙ୍କୁ ଥଣ୍ଡା (Cold), ପିତ୍ତ ଓ କଫ ଦୋଷରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ନିମ ପତ୍ର ଦେହ ପାଇଁ ହୋଇଥାଏ ବହୁତ ହିତକର, ଏହାର ଚମତ୍କାରୀ ଲାଭ ବିଷୟରେ ଜାଣିଲେ ଆପଣ ହୋଇଯିବେ ଚକିତ

Neem Leaves Benefits: ନିମ (Neem) ଅନେକ ରୋଗର ଚିକିତ୍ସା କରିବାରେ ସଫଳ ପ୍ରଦାନ କରିଥାଏ । ଆୟୁର୍ବେଦରେ ନିମକୁ ‘ସର୍ବ ରୋଗ ନିବାରିଣୀ’ ନାମ ଦିଆଯାଇଛି । ଆପଣଙ୍କର ପେଟ ସମସ୍ୟା ହେଉ କିମ୍ବା ଚର୍ମ ନିମ ଆପଣଙ୍କୁ ପ୍ରତ୍ୟେକ ରୋଗରୁ ସହଜରେ ମୁକ୍ତି ଦେଇପାରିବେ । ନିମ ସ୍ୱାଦରେ ତିକ୍ତ କିନ୍ତୁ ଏହା ଆପଣଙ୍କ ଶରୀରକୁ ଥଣ୍ଡା କରିଥାଏ । ଆପଣଙ୍କୁ ଥଣ୍ଡା (Cold), ପିତ୍ତ ଓ କଫ ଦୋଷରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ନିମ ସେବନ କରିବାର ଲାଭ:

୧. ଯଦି ଆପଣ ବ୍ରଣ ସମସ୍ୟା (Pimple Problem) ରେ ପୀଡିତ ତେବେ ନିମ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ନିମରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ବ୍ରଣର ଦାଗ ଓ ଚିହ୍ନକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

୨. ନିମ ପତ୍ର ରୋଗ ପ୍ରତିରୋଧକ ପ୍ରତିକ୍ରିୟାରେ ଉନ୍ନତି କରି କର୍କଟ (Cancer) ରୋଗର ଚିକିତ୍ସାରେ ସହାୟକ ହୋଇଥାଏ । ଏହା ଶରୀରରେ ମୁକ୍ତ ରେଡିକାଲଗୁଡିକୁ ଦୂର କରନ୍ତି । କୋଷ ବିଭାଜନ ଦ୍ୱାରା ପ୍ରଦାହକୁ ହ୍ରାସ କରନ୍ତି ।

୩. ନିମର ଦାନ୍ତକାଠି ଆପଣଙ୍କ ଦାନ୍ତ ଓ ମାଡ଼ିରେ ଥିବା ସମସ୍ତ ସମସ୍ୟା ଦୂର କରିପାରିବ । ନିମରେ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ରହିଛି । ଯାହା ଦୁର୍ଗନ୍ଧ, ଦାନ୍ତର ହଳଦିଆ, ପାଟି ଘା ’ଏବଂ ପିରୋରିଆ ଭଳି ରୋଗ ଦୂର କରିବାରେ ସହାୟକ ହୋଇଥାଏ ।

୪. ମଧୁମେହ ରୋଗୀ ସପ୍ତାହକୁ ୩ରୁ ୪ ଥର ନିମ ପତ୍ର ଖାଇବା ଦ୍ୱାରା ଖୁବ ଉପକାର ମିଳିଥାଏ । ଏହାସହ ବିଭିନ୍ନ ପ୍ରକାରର ସଂକ୍ରମଣ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ ।

ଅଧିକ ପଢ଼ନ୍ତୁ:-ଭାରତ ବନାମ ପାକିସ୍ତାନ ହେବ ବିଶ୍ୱକପ ଫାଇନାଲ! ଜାଣନ୍ତୁ ପୂରା ସମୀକରଣ

ଅଧିକ ପଢ଼ନ୍ତୁ:-ଇମ୍ରାନ ଖାନ କାହିଁକି ମନେ ପକାଇଲେ ପାକିସ୍ତାନର ବିଭାଜନ କଥା? ବାଂଲାଦେଶକୁ ନେଇ କହିଲେ ଏହି ବଡ଼ କଥା

ଅଧିକ ପଢ଼ନ୍ତୁ:-ଆଇସିସି ନେଲା ବଡ଼ ପଦକ୍ଷେପ, ସେମିଫାଇନାଲ-ଫାଇନାଲ ପାଇଁ ବଦଳାଇଲା ନିୟମ

 

୫. ନିମ ପତ୍ର ଖାଇବା ଚର୍ମ ପାଇଁ ବେଶ ହିତକାରକ ହୋଇଥାଏ । କେଶ ପାଇଁ ଏହା ବରଦାନ ଠାରୁ କମ ନୁହେଁ । ସାମ୍ପୁ ପରିବର୍ତ୍ତେ ଏହାକୁ କେଶ ସଫା ପାଇଁ ବ୍ୟବହାର କରିବା ଦ୍ୱାରା କେଶର ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ ।

୬. ନିୟମିତ ସକାଳ ସମୟରେ ନିମ ପତ୍ର ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ । ହଜମ ପ୍ରକ୍ରିୟା ସୂଚାରୁ ରୂପେ ହୋଇଥାଏ । ଖାଲି ପେଟରେ ନିୟମିତ ଅଳ୍ପ ନିମ ପତ୍ର ଖାଇବା ଦ୍ୱାରା କର୍କଟ ଓ ହୃଦ ଜନିତ ରୋଗ ଠାରୁ ଶରୀରକୁ ଦୂରେଇ ରଖେ ।

୭. ନିମ ପତ୍ରକୁ ପାଣି ପକାଇ ଭଲ ଭାବେ ଫୁଟାନ୍ତୁ । ଭଲ ଭାବେ ଫୁଟିବା ପରେ ଏହାକୁ ଥଣ୍ଡା କରି ଏହି ପାଣିରେ ମୁହଁ ଧୋଇଲେ ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ । ଚକ୍ଷୁ ଜନିତ ଅସୁବିଧା ଦୂର ହୋଇଥାଏ । ଗଳା ଦରଜ ହେଉଥିଲେ ନିମ ପତ୍ର ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । 

(ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।)