Breakup Reasons: ଆପଣଙ୍କ ପ୍ରେମ ସମ୍ପର୍କରେ ଦେଖାଯାଉଛି କି ଏହି ୪ଟି ଲକ୍ଷଣ ? ତେବେ ହୋଇପାରେ ବ୍ରେକଅପ୍
Advertisement

Breakup Reasons: ଆପଣଙ୍କ ପ୍ରେମ ସମ୍ପର୍କରେ ଦେଖାଯାଉଛି କି ଏହି ୪ଟି ଲକ୍ଷଣ ? ତେବେ ହୋଇପାରେ ବ୍ରେକଅପ୍

Breakup Reasons: ଆଜିକାଲି ଅଧିକାଂଶ ଯୁବପିଢଙ୍କ ପ୍ରେମ ସମ୍ପର୍କ ଖୁବ୍ କମ ଦିନରେ ଭାଙ୍ଗି ଯାଇଥାଏ । ଅଧିକାଂଶ ପ୍ରେମ ସମ୍ପର୍କ ଚିରସ୍ଥାୟୀ ହୋଇ ରହି ପାରେ ନାହିଁ। କେଉଁଠି ଝିଅ ପୁଅକୁ ପ୍ରତାରଣା କଲାଣୀ ତ ଆଉ କେଉଁଠି ପୁଅ ନିଜ ପ୍ରେମିକାକୁ ଧୋକା ଦେଇଥାଏ । ଏହି ପ୍ରେମ ସମ୍ପର୍କକୁ ବଜାୟୀ ରଖିବା ପାଇଁ କିଛି ଅଭ୍ୟାସ ଆପଣଙ୍କୁ ପରିବର୍ତ୍ତନ କରିବାକୁ ପଡିବ। କିଛି ଛୋଟ ଛୋଟ ଭୁଲ ପାଇଁ ଦିର୍ଘ ବର୍ଷର ସମ୍ପର୍କ ଭାଙ୍ଗିଯାଏ ।

Breakup Reasons: ଆପଣଙ୍କ ପ୍ରେମ ସମ୍ପର୍କରେ ଦେଖାଯାଉଛି କି ଏହି ୪ଟି ଲକ୍ଷଣ ? ତେବେ ହୋଇପାରେ ବ୍ରେକଅପ୍

Breakup Reasons: ଆଜିକାଲି ଅଧିକାଂଶ ଯୁବପିଢଙ୍କ ପ୍ରେମ ସମ୍ପର୍କ ଖୁବ୍ କମ ଦିନରେ ଭାଙ୍ଗି ଯାଇଥାଏ । ଅଧିକାଂଶ ପ୍ରେମ ସମ୍ପର୍କ ଚିରସ୍ଥାୟୀ ହୋଇ ରହି ପାରେ ନାହିଁ। କେଉଁଠି ଝିଅ ପୁଅକୁ ପ୍ରତାରଣା କଲାଣୀ ତ ଆଉ କେଉଁଠି ପୁଅ ନିଜ ପ୍ରେମିକାକୁ ଧୋକା ଦେଇଥାଏ । ଏହି ପ୍ରେମ ସମ୍ପର୍କକୁ ବଜାୟୀ ରଖିବା ପାଇଁ କିଛି ଅଭ୍ୟାସ ଆପଣଙ୍କୁ ପରିବର୍ତ୍ତନ କରିବାକୁ ପଡିବ। କିଛି ଛୋଟ ଛୋଟ ଭୁଲ ପାଇଁ ଦିର୍ଘ ବର୍ଷର ସମ୍ପର୍କ ଭାଙ୍ଗିଯାଏ । ସମସ୍ତଙ୍କର କିଛିନା କିଛି ଖରାପ ଅଭ୍ୟାସ ଅଛି । ଏପରି ପରିସ୍ଥିତିରେ, ଆପଣ ସେହି ଭୁଲ୍ କରିବା ଠାରୁ ଦୂରେଇ ରହିବା ଉଚିତ୍। ଯାହା ଆପଣଙ୍କ ସାଥୀଙ୍କୁ ବିରକ୍ତ କରେ । ବାସ୍ତବରେ ଅଧିକାଂଶ ପୁଅ ଏପରି କିଛି ଭୁଲ କରନ୍ତି । ଆପଣ ସେମାନଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ ।

ମିଛ କୁହ ନାହିଁ :

କିଛି ପୁଅ ନିଜ ସାଥୀଙ୍କଠାରୁ ବହୁତ କିଛି କଥା ଲୁଚାନ୍ତି ଏବଂ ପ୍ରତ୍ୟେକ ବିଷୟରେ ମିଛ କୁହନ୍ତି । ଯଦି ଆପଣ ଏହା କରୁଛନ୍ତି , ତେବେ, ଏହା ଠାରୁ ନିଜକୁ ଦୂରେଇ ରଖନ୍ତୁ । ଯଦି ଆପଣ ଏହା କରିବେ ତେବେ, ଆପଣଙ୍କ ସମ୍ପର୍କ ଖୁବ୍ କମ ଦିନରେ ଭାଙ୍ଗି ଯିବ। ସାଧାରଣତଃ ଝିଅମାନେ ମିଛ କହୁଥିବା ପୁଅଙ୍କୁ ପସନ୍ଦ କରନ୍ତି ନାହିଁ । ଏବଂ ଅଧିକାଂଶ ଝିଅ ମିଛ କହୁଥିବା ପୁଅଙ୍କ ଠାରୁ ନିଜକୁ ଦୂରରେ ରହିଥା’ନ୍ତି । 

ତୁମର ସାଥୀକୁ ସାଙ୍ଗ ପରି ବ୍ୟବହାର କର  :

କିଛି ପୁଅ ନିଜ ପତ୍ନୀ କିମ୍ବା ଗାର୍ଲଫ୍ରେଣ୍ଡ ସହିତ ଯେତିକି କମ୍ଫଟେବୁଲ ନୁହଁନ୍ତି ସେମାନେ ସାଙ୍ଗମାନଙ୍କ ସହିତ ଅଧିକ ସମୟ ବିତାଇବାକୁ ଭଲ ପାଆନ୍ତି । ସେହି କାରଣରୁ କିଛି ପୁଅ ନିଜ ସାଥୀଙ୍କୁ କମ୍ ସମୟ ଦିଅନ୍ତି । ଆଉ ସେମାନଙ୍କୁ ଅଣଦେଖା କରନ୍ତି ଆଉ ସମୟ ମଧ୍ୟ ଦିଅନ୍ତିନି।  ଏପରି କରିବା ଅନୁଚିତ୍ । ଏହା କରିବା ଦ୍ବାରା ଆପଣଙ୍କ ସମ୍ପର୍କରେ ଖୁବଶିଘ୍ର ଫାଟ ଦେଖାଦେଇଥାଏ । ତେଣୁ ନିଜ ସାଙ୍ଗ ମାନଙ୍କ ପରି ନିଜ ସାଥୀଙ୍କୁ ମଧ୍ୟ ସେହି ନଜରରେ ଦେଖନ୍ତୁ। 

କୌଣସି ଝିଅ ମାନଙ୍କ ସହିତ ଫ୍ଲଟ୍ କରନ୍ତୁ ନାହିଁ : 

ଯେଉଁ ପୁଅମାନେ ଝିଅମାନଙ୍କ ସହିତ ଫ୍ଲର୍ଟ କରନ୍ତି ।  ଅଧିକାଂଶ ଝିଅ ଏପରି ପୁଅମାନଙ୍କୁ ପସନ୍ଦ କରନ୍ତି ନାହିଁ । ଏହା ହୋଇପାରେ ଯେ, ସେମାନେ ମଧ୍ୟ ତୁମ ସହିତ ଭଲ ଭାବରେ କଥାବାର୍ତ୍ତା କରିପାରନ୍ତି। ତୁମ ସହିତ ମଧ୍ୟ ବନ୍ଧୁତା କରିବେ, କିନ୍ତୁ ସେ ତୁମ ସହିତ ସମ୍ପର୍କ ରଖିବାକୁ କେବେବି ପସନ୍ଦ କରିବ ନାହିଁ ।

ଆପଣଙ୍କ ସାଥୀକୁ ପୂର୍ଣ୍ଣ ସମ୍ମାନ ଦିଅନ୍ତୁ : 

ଅନେକ ପୁଅ ଅଛନ୍ତି ଯେଉଁମାନେ ନିଜ ସାଥୀଙ୍କ ସହିତ ଭଲ ଆଚରଣ କରନ୍ତି ନାହିଁ । ଅନେକ ଥର ସେମାନେ ନିଜ ପ୍ରେମିକା କିମ୍ବା ପତ୍ନୀଙ୍କୁ ସମସ୍ତଙ୍କ ସାମ୍ନାରେ ଗାଳି ଦିଅନ୍ତି । ମନେରଖନ୍ତୁ ଯଦି ଆପଣ ନିଜ ସାଥୀଙ୍କୁ ପୂର୍ଣ୍ଣ ସମ୍ମାନ ଦିଅନ୍ତି, ତେବେ ସେ ସର୍ବଦା ଆପଣଙ୍କ ସମର୍ଥନରେ ରହିବେ ।