Good Luck Tips: ସକାଳୁ ଉଠି କରନ୍ତୁ ଏହି ଚାରୋଟି କାମ, ଧନପ୍ରାପ୍ତି ସହ ପାଖ ମାଡ଼ିନଥାଏ ଦାରିଦ୍ରତା
Advertisement

Good Luck Tips: ସକାଳୁ ଉଠି କରନ୍ତୁ ଏହି ଚାରୋଟି କାମ, ଧନପ୍ରାପ୍ତି ସହ ପାଖ ମାଡ଼ିନଥାଏ ଦାରିଦ୍ରତା

Money tips: ଘରର ଆର୍ଥିକ ସ୍ଥିତି ଭଲ ରଖିବା ନେଇ ଲୋକେ ବିଭିନ୍ନ ଉପାୟ କରିଥାଆନ୍ତି । ତେବେ ବହୁ ଚେଷ୍ଟା ପରେ ମଧ୍ଯ ଘରେ ଅଭାବ ଲାଗି ରହିଥାଏ । ତେବେ ସକାଳ ସମୟରେ ଏହି ଚାରୋଟି କାମ କରିବା ଦ୍ବାରା  ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ସୌ(ସୋସିଆଲ ମିଡିଆ)

Money tips: ଜ୍ୟୋତିଷ ଶାସ୍ତ୍ରରେ ଘରର ଆର୍ଥିକ ସ୍ଥିତି ଭଲ ରଖିବା ନେଇ ଅନେକ ଉପାୟ ଆଲୋଚନା କରାଯାଇଛି । କୁହାଯାଏ, ଯେଉଁ ଲୋକେ ସକାଳୁ ଜଲଦି ଉଠିଥାଆନ୍ତି ତାଙ୍କ ଘରେ କେବେ ଆର୍ଥିକ ଅନଟନ ଦେଖାଦେଇନଥାଏ । ତେବେ ଚାଲନ୍ତୁ ଜାଣିବା କେମିତି କରିବେ ନିଜ ଦିନର ଆରମ୍ଭ । ଅନେକ ସମୟରେ ବ୍ୟକ୍ତିର ବହୁ ଉପାୟ ପରେ ମଧ୍ଯ ଘରେ ଟଙ୍କା ପଇସାର ଅଭାବ ଲାଗି ରହିଥାଏ । ବହୁ ପରିଶ୍ରମ ପରେ ମଧ୍ଯ ଘରେ ଆର୍ଥିକ ଅନଟନ ଲାଗି ରହିଥାଏ ।  ତେବେ ଜ୍ୟୋତିଷ ଶାସ୍ତ୍ରରେ, ଧନ ଲାଭ ନେଇ ଅନେକ ଉପାୟ ବିଷୟରେ କୁହାଯାଇଛି । ଯେଉଁ ଲୋକମାନେ ସକାଳୁ ଉଠି କରି ଏହି ଚାରୋଟି କାମ କରିଥାଆନ୍ତି ସେମାନଙ୍କ ଘରେ ଲକ୍ଷ୍ମୀଙ୍କ ବାସ ହେବା ସହ କେବେ ମଧ୍ଯ ଆର୍ଥିକ ସମସ୍ୟା ଦେଖାଦେଇନଥାଏ ।

ସୂର୍ଯ୍ୟାଦୋୟ ପୂର୍ବରୁ ଉଠିବା-  କୁହାଯାଏ ଯେଉଁ ଘରେ ସୂର୍ଯ୍ୟାଦୋୟ ପୂର୍ବରୁ ଝାଡୁ କରାଯାଇଥାଏ, ସେ ଘରେ କେବେ ବି ଧନର ଅଭାବ ରହିନଥାଏ । ଘରର ମୁଖ୍ୟ ଦ୍ବାରକୁ ସବୁବେଳେ ସୂର୍ଯ୍ୟାଦୋୟ ପୂର୍ବରୁ ଖୋଲିବା ଉଚିତ୍ । ଘର କବାଟ ଓ ଝରକା ଦେଇ ଆସୁଥିବା ସୂର୍ଯ୍ୟଙ୍କ କିରଣ ଘରର ଆର୍ଥିକ ସ୍ଥିତିକୁ ମଜଭୁତ କରିଥାଏ । ଯେଉଁ ଲୋକମାନେ ସକାଳ ସମୟରେ ଜଲଦି ଉଠିନଥାଆନ୍ତି ସେମାନଙ୍କ ଘରେ ଦାରିଦ୍ରତା ଲାଗି ରହିଥାଏ ।

ଭଗବାନଙ୍କ ନାମ ଜପ କରିବା ଉଚିତ୍- ସାଧାରଣତଃ ଲୋକେ ସକାଳୁ ଉଠିବା ପରେ ନିଜ ନିତ୍ୟକର୍ମରେ ଲାଗିଯାଇଥାଆନ୍ତି,  କିନ୍ତୁ ସକାଳୁ ଉଠିବା ପରେ ପ୍ରଥମେ ଭଗବାନଙ୍କ ନାମ ଧରିବା ଉଚିତ୍ । ସକାଳୁ ଉଠି ଭଗବାନଙ୍କ ନାମ ଜପ କଲେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଇଶ୍ବରଙ୍କ କୃପା ଲାଭ ହୋଇଥାଏ ।

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ- ସକାଳୁ ଉଠିବା ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ଯେଉଁ ଘରେ ଏହି ନିୟମକୁ ନିୟମିତ ଭାବେ ପାଳନ କରାଯାଇଥାଏ ସେ ଘରେ କେବେ ମଧ୍ଯ ଦାରିଦ୍ର୍ୟତା ଦେଖାଦେଇନଥାଏ । ସକାଳ ସମୟରେ ଛୋଟ ଛୁଆଙ୍କ ହାତରୁ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କଲେ ସେମାନଙ୍କ ବୁଦ୍ଧିରେ ବିକାଶ ଘଟିବା ସହ ତାଙ୍କୁ ଇଶ୍ବରଙ୍କ ଆର୍ଶବାଦ ପ୍ରାପ୍ତ ହୋଇଥାଏ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସହ ୭ ଥର ପରିକ୍ରମା କରି ‘ଓଃ ସୂର୍ଯ୍ୟାୟ ନମଃ’ ମନ୍ତ୍ରଙ୍କୁ ଜାପ କରନ୍ତୁ ।

ଭଗବାନ କୃଷ୍ଣଙ୍କ ଉପାସନା କରନ୍ତୁ-  ସକାଳ ସମୟରେ ପୂଜା ଥାଳି ପ୍ରସ୍ତୁତ କରି ପ୍ରଥମେ ତୁଳସୀ ଚଉରା ନିକଟରେ ଏହାକୁ ଅର୍ପଣ କରନ୍ତୁ । ଏହାପରେ ପରେ ଭଗବାନ କୃଷ୍ଣଙ୍କୁ ଆସନ ଉପରେ ରଖି ନୂଆ ବସ୍ତ୍ର ପିନ୍ଧାଇ ଫୁଲ ଓ ଫଳ ଅର୍ପଣ କରି ଆରତୀ କରନ୍ତୁ । ଏପରି କରିବା ଦ୍ବାରା ପ୍ରଭୁ ଆର୍ଶିବାଦ ଲାଭ ହେବା ସହ ଘରେ ଧନ ବୃଦ୍ଧି ହୋଇଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ ।)