Health News: ଅଧିକ ମାତ୍ରାରେ ମୋମୋ ଖାଉଛନ୍ତି କି, ହୋଇପାରେ ଏହି ଘାତକ ରୋଗ
Advertisement
Article Detail0/zeeodisha/odisha1374869

Health News: ଅଧିକ ମାତ୍ରାରେ ମୋମୋ ଖାଉଛନ୍ତି କି, ହୋଇପାରେ ଏହି ଘାତକ ରୋଗ

ରିସର୍ଚ୍ଚରୁ ଜଣାପଡିଛି ଯେ, ଷ୍ଟ୍ରିଟ୍ ଫୁଡ୍‌ରେ ମୋମୋ ସବୁଠୁ ବେଶୀ କ୍ଷତିକାରକ । ମୋମୋ ସହ ଏଥିରେ ଦିଆଯାଉଥିବା ରାଗ ଚଟ୍‌ଣୀ ଆମକୁ ଅସୁସ୍ଥ କରିଦେଇପାରେ ।

Health News: ଅଧିକ ମାତ୍ରାରେ ମୋମୋ ଖାଉଛନ୍ତି କି, ହୋଇପାରେ ଏହି ଘାତକ ରୋଗ

Health News:  ନୂଆଦିଲ୍ଲୀ : ଆଜିକାଲି ସମସ୍ତେ ପ୍ରାୟ ଷ୍ଟ୍ରିଟ୍ ଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି। ଷ୍ଟ୍ରିଟ୍ ଫୁଡ୍‌ରେ ଲୋକମାନେ ବେଶୀ ଗୁପ୍ଚୁ‌ପ୍, ମୋମୋ ଆଦି ଖାଇବାକୁ ବେଶୀ ପସନ୍ତ କରିଥାନ୍ତି। ଗୁପ୍ଚୁପ୍‌ ବା ମୋମୋ ନାଁ ଶୁଣିଲେ କାହାର କାହାର ପାଟିରେ ନିଶ୍ଚୟ ପାଣି ଆସିଯାଉଥିବ। ହେଲେ ଆପଣ ଜାଣନ୍ତି କି ମୋମୋ, ଗୁପ୍ଚୁ‌ପ୍ ଆଦି ଭଳି ଷ୍ଟ୍ରିଟ୍ ଫୁଡ୍ ଖାଇବା ସ୍ବାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ହୋଇଥାଏ । ଏକ ଏକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ, ଗୁପ୍ଚୁ‌ପ୍‌, ମୋମୋ ଆଦି ଷ୍ଟ୍ରିଟ୍ ଫୁଡ୍ ଖାଇବା ଦ୍ବାରା ଆପଣ ଭୀଷଣ ଅସୁସ୍ଥ ମଧ୍ୟ ହୋଇପାରନ୍ତି ।

ରିସର୍ଚ୍ଚରୁ ଜଣାପଡିଛି ଯେ, ଷ୍ଟ୍ରିଟ୍ ଫୁଡ୍‌ରେ ମୋମୋ ସବୁଠୁ ବେଶୀ କ୍ଷତିକାରକ । ମୋମୋ ସହ ଏଥିରେ ଦିଆଯାଉଥିବା ରାଗ ଚଟ୍‌ଣୀ ଆମକୁ ଅସୁସ୍ଥ କରିଦେଇପାରେ । ମୋମୋ ଖାଇବା ଦ୍ବାରା ଶରୀର ମଧ୍ୟକୁ ଆବଶ୍ୟକତାରୁ ଅଧିକ ଦୂଷିତ ପାଣି ଏବଂ ଦୂଷିତ ଖାଦ୍ୟ ପଦାର୍ଥ ଯାଇଥାଏ । ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହି ରିସର୍ଚ୍ଚ ଦିଲ୍ଲୀରେ ବିକ୍ରି କରାଯାଉଥିବା ଷ୍ଟ୍ରିଟ୍ ଫୁଡ୍କୁ ନେଇ କରାଯାଇଥିଲା । ଏହି ରିସର୍ଚ୍ଚରେ ମୋମୋ ବ୍ୟତୀତ ଗୁପ୍ଚୁପ୍, ସିଙ୍ଗଡା, କଚୋଡିକୁ ମଧ୍ୟ ସାମିଲ କରାଯାଇଥିଲା ।

ରିସର୍ଚ୍ଚରୁ ମୋମୋକୁ ଆସିଲା ସାଂଘାତିକ ତଥ୍ୟ
ମୋମୋ ପ୍ରସ୍ତୁତ କରିବା ପାଇଁ ବ୍ଲିଚିଂ ମଇଦାର ବ୍ୟବହାର କରାଯାଇଥାଏ । ଏହାସହ ଏଥିରେ ଅନ୍ୟ କେତେକ କେମିକାଲ୍ସ ମଧ୍ୟ ବ୍ୟବହାର ହୋଇଥାଏ । ମୋମୋରେ ମନୋସୋଡିୟମ୍ ଗ୍ଲୁଟାମେଟ ରହିଥାଏ । ଏହା ମନୁଷ୍ୟର ହାଡକୁ ଦୁର୍ବଳ କରିଦେଇଥାଏ । ଏହା ଦ୍ବାରା ସ୍ନାୟୁଗତ ସମସ୍ୟା ଓ ବୈଷମ୍ୟତା ମଧ୍ୟ ସୃଷ୍ଟି ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିବା ପତ୍ରକୋବିକୁ ଠିକ୍ ରେ ରନ୍ଧା ଯାଇନଥାଏ। ଏହାସହ ଏହାର ଚଟଣୀ ଏତେ ମାତ୍ରାରେ ରାଗ ହୋଇଥାଏ ଯେ ଅର୍ଶ ଭଳି ରୋଗ ମଧ୍ୟ ହୋଇପାରେ। ଏଥିରେ ବେସିଲସ ସେରସ, କ୍ଲୋଷ୍ଟିଡିୟମ ପରଫ୍ରିଙ୍ଗେସ, ଷ୍ଟେଫିଲୋକୋକସ ଆରିୟସ ଏବଂ ସାଲ୍ମୋନେଲ ଭଳି ଜୀବାଣୁମାନ ରହିଥାନ୍ତି।
ଏହି ସବୁ ଜୀବାଣୁ ମିଶି ମୋମୋ ଖାଉଥିବା ବ୍ୟକ୍ତିର ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାନ୍ତି।

ଷ୍ଟ୍ରିଟ ଫୁଡ଼ କାହିଁକି ହୋଇଥାଏ ଘାତକ
ଷ୍ଟ୍ରିଟ୍ ଫୁଡ୍ ଯଥା ଫ୍ରାଏଡ୍ ମୋମୋ, ସିଙ୍ଗଡା, କଚୋଡି ପରି ଅନ୍ୟ ସବୁ ପ୍ରାଏଡ୍ ଫିଲିଙ୍ଗ ଫୁଡ୍ ଗୋଟିଏ ସମୟସୀମା ଅତିକ୍ରମ କରିବା ପରେ ଖରାପ ହେବାକୁ ଲାଗିଥାଏ । ଯାହା ଫଳରେ ଏଥିରେ ବୀଜାଣୁ ସୃଷ୍ଟି ହୋଇଥାଏ । ତେଲିଆ ଖାଦ୍ୟ ପଦାର୍ଥ ଅଧିକରୁ ଅଧିକ ୬ରୁ ୮ଘଣ୍ଟା ପରେ ଖରାପ ହେବାକୁ ଲାଗିଥାଏ । ଯଦି ଏହାକୁ ଫ୍ରିଜ୍ ରେ ରଖିବା ତେବେ ଏହା ୧୨ଘଣ୍ଟା ପର୍ଯ୍ୟନ୍ତ ଭଲ ରହିପାରିବ । ଏହାକୁ ଯଦି ଏହି ସମୟସୀମା ପରେ ଖାଇବା ତେବେ ପେଟ ଖରାପ ହେବା ସହ ବାନ୍ତି, ଅମ୍ଳ ରୋଗ ଆଦି ରୋଗ ହୋଇପାରେ।

ଏହି ସବୁ ଘାତକ ରୋଗରେ ହୋଇପାରନ୍ତି ରୋଗାକ୍ରାନ୍ତ
ଷ୍ଟ୍ରିଟ୍ ଫୁଡ୍ ରେ ଅନେକ ସମୟରେ ଦୂଷିତ ପାଣି ବ୍ୟବହାର କରାଯାଇଥାଏ। ଦୂଷିତ ପାଣି ଶରୀରକୁ ଯିବା ଫଳରେ ଟାଇଫଏଡ୍ ଭଳି ରୋଗ ହୋଇଥାଏ। ଏପରି ଖାଦ୍ୟ ଖାଇବା ଦ୍ବାରା ମଳଦ୍ବାରରୁ ରକ୍ତ ପଡିବା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏହା ବ୍ୟତୀତ ଖାଦ୍ୟ ବିଷକ୍ରିୟାଜନିତ ସମସ୍ୟାର ଶିକାର ହେବାକୁ ପଡିପାରେ। ଏ ସମସ୍ତ ବ୍ୟତୀତ ଫାଷ୍ଟ୍ ଫୁଡ୍ ଖାଇବା ଦ୍ବାରା ଜଣ୍ଡିସ୍, ଖାଦ୍ୟ ନଳୀରେ ସମସ୍ୟା ଭଳି କେତେକ ରୋଗ ମଧ୍ୟ ହୋଇପାରେ।

ରକ୍ଷା ପାଇବାର ଉପାୟ
ଯେତେବେଳେ ଷ୍ଟ୍ରିଟ୍ ଫୁଡ୍ ଖାଇବେ ଘରକୁ ଆସି ଉଷୁମ ପାଣି ନିଶ୍ଚୟ ପିଅନ୍ତୁ। ସଫା ପାଣି, ସଫାସୁତରା ପ୍ଲେଟ୍ ଏବଂ ଖାଦ୍ୟ ପଦାର୍ଥ ଘୋଡାଇକି ରଖାଯାଇଛି କି ନାହିଁ ତାହା ଦେଖନ୍ତୁ । ଏହା ଦେଖିବା ପରେ ହିଁ ସେଠାରେ ଖାଦ୍ୟ ଖାଆନ୍ତୁ। ଗୁପଚୁପ କିମ୍ବା ମୋମୋ ଖାଇବା ବେଳେ ଧ୍ୟାନ ଦିଅନ୍ତୁ ଯେ ବିକ୍ରି କରୁଥିବା ଲୋକ ହାତରେ ଗ୍ଲୋଭସ ପିନ୍ଧିବା ଅଥବା ହାତ ସଫାସୁତରା ଅଛି କି ନାହିଁ। ଯଦି ଖାଇବା ଦୋକାନ ପାଖରେ ଯଦି ଅଳିଆ ଆବର୍ଜନା କିମ୍ବା ମାଛି ହେଉଛନ୍ତି ତେବେ ସେଠାରେ ଖାଦ୍ୟ ଖାଆନ୍ତୁ ନାହିଁ।