Budh Vakri: ବୁଧଙ୍କ ଚଳନ ବଦଳାଇବ ଏହି ୪ ରାଶିଙ୍କ ଭାଗ୍ୟ, ଚାକିରିରେ ପଦୋନ୍ନତି ସାଙ୍ଗକୁ ମିଳିବ ବ୍ୟବସାୟରେ ଲାଭ
Advertisement
Article Detail0/zeeodisha/odisha1988223

Budh Vakri: ବୁଧଙ୍କ ଚଳନ ବଦଳାଇବ ଏହି ୪ ରାଶିଙ୍କ ଭାଗ୍ୟ, ଚାକିରିରେ ପଦୋନ୍ନତି ସାଙ୍ଗକୁ ମିଳିବ ବ୍ୟବସାୟରେ ଲାଭ

Budh Vakri December 2023:  ବୁଧ ବର୍ତ୍ତମାନ ବିଛା ରାଶିରେ ବିରାଜମାନ ଥିବା ବେଳେ ନଭେମ୍ବର ୧୩ ତାରିଖ ସକାଳ ୭ଟା ୪୫ ମିନିଟ୍ ସମୟରେ ସେହି ରାଶିକୁ ଓଲଟା ଚଳନ କରିବେ। ବୁଧଙ୍କର ଏହି ଓଲଟା ଚଳନ ବା ମାର୍ଗି (Budh Gochar 2023) କିଛି ରାଶିର ବ୍ୟକ୍ତିଙ୍କୁ (zodiac signs) ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ବୁଧ।

Budh Vakri: ବୁଧଙ୍କ ଚଳନ ବଦଳାଇବ ଏହି ୪ ରାଶିଙ୍କ ଭାଗ୍ୟ, ଚାକିରିରେ ପଦୋନ୍ନତି ସାଙ୍ଗକୁ ମିଳିବ ବ୍ୟବସାୟରେ ଲାଭ

Budh Vakri December 2023: ବୁଧଙ୍କୁ ଗ୍ରହମାନଙ୍କ ରାଜକୁମାର ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧଙ୍କୁ ତର୍କ ଶାସ୍ତ୍ର, ଚିକିତ୍ସା ଓ ବ୍ୟବସାୟ ଆଦିର କାରକ ବୋଲି ବିବେଚନା କରାଯାଏ। ଜାତକରେ ବୁଧଙ୍କ (Budh Gochar 2023) ସ୍ଥିତି ମଜବୁତ ରହିଲେ ବ୍ୟକ୍ତି, ବିଶେଷ କରି ବାଣୀ, ବୁଦ୍ଧି, ରୋଜଗାର ଓ ବାଣିଜ୍ୟ କ୍ଷେତ୍ରରେ  ଶୁଭଫଳ ପାଇଥାଏ। ଏହି କ୍ରମରେ ବୁଧ ବର୍ତ୍ତମାନ ବିଛା ରାଶିରେ ବିରାଜମାନ ଥିବା ବେଳେ ନଭେମ୍ବର ୧୩ ତାରିଖ ସକାଳ ୭ଟା ୪୫ ମିନିଟ୍ ସମୟରେ ସେହି ରାଶିକୁ ଓଲଟା ଚଳନ କରିବେ।  ବୁଧଙ୍କର ଏହି ଓଲଟା ଚଳନ ବା ମାର୍ଗି (Budh Gochar 2023) କିଛି ରାଶିର ବ୍ୟକ୍ତିଙ୍କୁ (zodiac signs) ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ବୁଧ। 

Also Read: Today Horoscope: ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବା ସହ ସୁସମ୍ବାଦ ପାଇବେ ଏହି ରାଶି!

ଧନବାନ୍ ହେବେ ଏହିସବୁ ରାଶି:

ମେଷ:  ଡିସେମ୍ବର ୧୩ ତାରିଖରୁ ଏହି ରାଶିର ଭାଗ୍ୟ ଚମକାଇବେ ବୁଧ। ଦାରିଦ୍ରତା ଦୂର ହେବା ସହ ଆର୍ଥିକ ସ୍ଥିତି ମଜବୁତ୍ ହେବ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିଯିବ। ଯଦି ଆପଣ କୌଣସି ପ୍ରେମ ଜନିତ ସମ୍ପର୍କରେ ଅଛନ୍ତି। ତେବେ, ପ୍ରେମ ବିବାହର ଯୋଗ ବି ରହିଛି। ପରିବାର ସଦସ୍ୟଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବ ।  ଚାକିରି ଓ ବ୍ୟବସାୟ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ହେବ ।

ମିଥୁନ: ବୁଧଙ୍କ ଓଲଟା ଚଳନ ଏହି ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ଏହି ସମୟ ମଧ୍ୟରେ ବେପାରରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ସୁଧାର ଆସିବ। ଚାକିରିରେ ପଦୋନ୍ନତି ମିଳିବ। ବରିଷ୍ଠ ଅଧିକାରୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା ସହ ମେଡିକାଲ, ବ୍ୟାଙ୍କିଂ, ବିଜ୍ଞାନ ବା ରିସର୍ଚ୍ଚ କ୍ଷେତ୍ରରେ ଜଡିତ ବ୍ୟକ୍ତି ବିଶେଷ ସଫଳତାର ଶିଖର ଛୁଇଁବେ। ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ଏହି ଅବଧି ମଧ୍ୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ମିଳିବ।  

କର୍କଟ : ଏହି ରାଶିଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ବିଶେଷ କରି କ୍ୟାରିଅର, ଶିକ୍ଷା, ଚାକିରିରେ ଲାଭ ମିଳିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଏହି ସମୟରେ ଭାଗ୍ୟ ଆପଣଙ୍କ ସାଥ୍ ହେବ। ଚାକିରିରେ ପଦୋନ୍ନତି ପାଇବା ସହ ନୂଆ ନିଯୁକ୍ତି ଅଫିର ବି ପାଇବାର ସମ୍ଭାବନା ରହିଛି। ନିଜ ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଆପଣ କରିଥିବା ଯୋଜନାରେ ସଫଳତା ମିଳିବ। ଆପଣଙ୍କୁ ସ୍ୱାସ୍ଥ୍ୟପ୍ରତି ସାବଧାନ ରହିବାକୁ ପଡିବ। ଆପଣଙ୍କ ଶତ୍ରୁ ପରାସ୍ତ ହେବେ। ପରିବାର ସହିତ ଏକ ଦୂର ଯାତ୍ରା କରିପାରନ୍ତି। 

ବିଛା: ବୁଧଙ୍କ ଓଲଟା ଚଳନ ଏହି ରାଶିପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ।  ବ୍ୟବସାୟର ଆର୍ଥିକ ସ୍ଥିତି ମଜବୁତ୍ ହେବ। ଏହି ଅବଧି ମଧ୍ୟରେ, ବ୍ୟବସାୟରେ ବହୁତ ଲାଭ ହେବ । କର୍ମକ୍ଷେତ୍ରରେ ଆପଣ କାର୍ଯ୍ୟରେ ସଫଳତା ପାଇବେ । ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ । ଦାମ୍ପତ୍ୟ ଜୀବନରେ ମଧୁରତା ରହିବ । ଏହି ସମୟ ପ୍ରେମ ଜୀବନ ପାଇଁ ଅତ୍ୟନ୍ତ ଶୁଭ।  

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)