World Menstrual Hygiene Day 2023: ଋତୁସ୍ରାବ ସମୟ କିଭଳି ରହିବେ ପରିସ୍କାର? ଜାଣି ରଖନ୍ତୁ କିଛି ଟିପ୍ସ
Advertisement

World Menstrual Hygiene Day 2023: ଋତୁସ୍ରାବ ସମୟ କିଭଳି ରହିବେ ପରିସ୍କାର? ଜାଣି ରଖନ୍ତୁ କିଛି ଟିପ୍ସ

World Menstrual Hygiene Day 2023: ପୂର୍ବରୁ ପିରିୟର୍ଡ ବା ଋତୁସ୍ରାବକୁ ନେଇ ଏତେ ସଚେତନ କେହି ନଥିଲେ । କିନ୍ତୁ ବର୍ତ୍ତମାନ ଋତୁସ୍ରାବର ସ୍ୱଚ୍ଛତା ବିଷୟରେ ସଚେତନତା ବୃଦ୍ଧି ପାଉଛି।  (15–24 ବର୍ଷ) ମହିଳାଙ୍କୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ (The National Family Health Survey-5)ରେ ଏକ ସର୍ଭେ ହୋଇଥିଲା।  ଆକଳନରୁ ଏହା ଜଣାପଡିଛି ଯେ, ଦେଶରେ ଅଧିକାଂଶ  ମହିଳା ବା ଯୁବତୀ ଏବେବି ମାସିକ ଧର୍ମ ସମୟରେ ପ୍ୟାଡ୍ ବଦଳରେ କପଡା ବ୍ୟବହାର କରୁଛନ୍ତି। ପିରିୟର୍ଡସ୍  ସମୟରେ ଏଭଳି ସ୍ବଚ୍ଛତା ବଜାୟୀ ରଖନ୍ତୁ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

World Menstrual Hygiene Day 2023: ମହିଳା ବା ଯୁବତୀମାନଙ୍କର ମାସିକ ଧର୍ମ ବା ପିରିୟର୍ଡ (Periods) ବିଷୟରେ ସମସ୍ତ ଉଣା ଅଧିକେ ଜାଣିଥିବେ ନିଶ୍ଚୟେ । ମାସିକ ଧର୍ମ ପ୍ରତ୍ୟକ ମାସରେ ହୋଇଥାଏ ଯାହା ୪ରୁ ୫ ଦିନ ଯାଏଁ ରହିଥାଏ । ଏହି ସମୟରେ କିଛି ମହିଳାଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ତେବେ, ମାସିକ ଧର୍ମ ସମୟରେ ମହିଳା ମାନେ ପରିସ୍କାର ରହିବା ନିହାତି ଆବଶ୍ୟକ । ପୂର୍ବରୁ ପିରିୟର୍ଡ ବା ଋତୁସ୍ରାବକୁ ନେଇ ଏତେ ସଚେତନ କେହି ନଥିଲେ । କିନ୍ତୁ ବର୍ତ୍ତମାନ ଋତୁସ୍ରାବର ସ୍ୱଚ୍ଛତା ବିଷୟରେ ସଚେତନତା ବୃଦ୍ଧି ପାଉଛି।  (15–24 ବର୍ଷ) ମହିଳାଙ୍କୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ (The National Family Health Survey-5)ରେ ଏକ ସର୍ଭେ ହୋଇଥିଲା।  ଆକଳନରୁ ଏହା ଜଣାପଡିଛି ଯେ, ଦେଶରେ ଅଧିକାଂଶ ରାଜ୍ୟରେ ମହିଳା ବା ଯୁବତୀ ଏବେବି ମାସିକ ଧର୍ମ ସମୟରେ ପ୍ୟାଡ୍ ବଦଳରେ କପଡା ବ୍ୟବହାର କରୁଛନ୍ତି। ମାସିକ ଧର୍ମ ସମୟରେ ସ୍ବଚ୍ଛତା ବଜାୟୀ ରଖିବାକୁ ନେଇ ମେ ୨୮କୁ (Menstrual Hygiene Day 2023) ଋତୁସ୍ରାବ ପରିସ୍କାର ପରିଚ୍ଛନତା ଦିବସ ଭାବରେ ପାଳନ କରାଯାଉଛି । ଋତୁସ୍ରାବ ସମୟରେ ପରିସ୍କାର ପରିଚ୍ଛନତା ବଜାୟୀ ନ ରଖିବାରୁ ଅନେକ ମହିଳା ବା ଯୁବତୀ ଅନେକ ରୋଗ ଶୀକାର ହେବା ସହ ପ୍ରାଣଘାତୀ ଗର୍ଭାଶୟ କ୍ୟାନସରରେ ପୀଡିତ ହୋଇଥାଆନ୍ତି । 

ଏହାବି ପଢନ୍ତୁ : B-town Actresses: ନିଜ ଅଧା ବୟସର ପୁଅଙ୍କୁ ବାହା ହୋଇଛନ୍ତି ଏହି ବଲିଉଡ଼ ତାରକା

ଏହାବି ପଢନ୍ତୁ : DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗିବ ଲଟେରୀ, ହେବେ ମାଲାମାଲା: ଆସନ୍ତା ବୁଧବାର ସରକାର କରିପାରନ୍ତି ଏଭଳି ବଡ଼ ଘୋଷଣା

ପିରିୟର୍ଡସ୍  ସମୟରେ ଏଭଳି ସ୍ବଚ୍ଛତା ବଜାୟୀ ରଖନ୍ତୁ :

ପିରିୟର୍ଡସ୍ ବା ମାସିକ ଧର୍ମ  ସମୟରେ ଆପଣ କପଡା ବଦଳରେ ସାନିଟାରୀ ପ୍ୟାଡ଼ ବ୍ୟବହାର କରନ୍ତୁ।

ଦୁଇରୁ ତିନି ଘଣ୍ଟା ବ୍ୟବଧାନରେ ସାନିଟାରୀ ପ୍ୟାଡ୍ ଚେଞ୍ଚ କରନ୍ତୁ । ଦିର୍ଘ ସମୟର ସାନିଟାରୀ ପ୍ୟାଡ ଆପଣ ବ୍ୟବହାର କଲେ ସଂକ୍ରଣର ଆଶଙ୍କା ମଧ୍ୟ ରହିଛି । ଖାସ୍ କରି ଗର୍ଭାଶୟ କ୍ୟାନସର ମଧ୍ୟ ହେବାର ସମ୍ଭାବନା ରହିଛି।

ଖାସକରି ୧୦ରୁ ୧୨ ଘଣ୍ଚା ପର୍ଯ୍ୟନ୍ତ ସାନିଟାରୀ ପ୍ୟାଡ୍ ଭୁଲରେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ। 

ଯଦି ଆପଣଙ୍କର ସାନିଟାରୀ ପ୍ୟାଡ୍ ପରିବର୍ତ୍ତନ କରିବାକୁ ମନେ ପଡୁ ନାହିଁ । ତେବେ, ଆପଣ ଆଲାରାମ୍ ମଧ୍ୟ ଦେଇ ପାରିବେ। 
 
ପିରିୟର୍ଡସ୍  ସମୟରେ ଆପଣ ନିଜର ଯୌନାଙ୍ଗକୁ ଦିନରେ ଦୁଇରୁ ତିନି ଥର ସଫା କରିବା ଜରୁରୀ।

ଖାସ୍ କରି ଗ୍ରୀଷ୍ମଦିନରେ, ସଂକ୍ରମଣର ଭୟ ଅଧିକ ଥାଏ। ସେଥିପାଇଁ ଖରାଦିନେ ଅଧିକ ସ୍ବଚ୍ଛତା ବଜାୟୀ ରଖିବା ଜରୁରୀ । 

ଖରାଦିନେ ନିଜ ପିରିୟର୍ଡସ ସମୟରେ ଝାଳରୁ ଆପଣଙ୍କୁ ସଂକ୍ରମଣର ଭୟ ଅଧିକ ହୋଇଥାଏ। ଯାହା ସହଜରେ ଭଲ ହୋଇ ନ ଥାଏ। 

ପିରିୟର୍ଡ ସମୟରେ ନିଜର ଯୋନାଙ୍ଗକୁ ଖାସ୍ କରି କୌଣସି ସାବୁନରେ ସଫା କରନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶରେ ଆପଣ ଯୌନାଙ୍ଗକୁ ସଫା କରିବା ପାଇଁ  କୈଣସି ପ୍ରକାର ଲିକୁଇଡ୍ ବ୍ୟବହାର କରିପାରିବେ।

ପିରିୟର୍ଡ ସମୟରେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଯାହା ଆପଣଙ୍କୁ ଶରୀରରେ ଜଳୀୟ ଅଂଶର ଅଭାବ ହେବାକୁ ଦିଏ ନାହିଁ। 

ଯଦି ପିରିୟର୍ଡ ସମୟରେ ଆପଣଙ୍କୁ ଅଧିକ ଯନ୍ତ୍ରଣା ହେଉଛି । ତେବେ, ଆପଣ କୌଣସି ଘରୋଇ ଉପଚାର ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 
   

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)