Effect of Breakup: ହୃଦୟ ଭାଙ୍ଗିଲା ବୋଲି ଯୁବକ କଲେ ଏମିତି କାମ, ଲୋକେ ଦେଖି ହେଇଗଲେ ଆଶ୍ଚର୍ଯ୍ୟ
Advertisement

Effect of Breakup: ହୃଦୟ ଭାଙ୍ଗିଲା ବୋଲି ଯୁବକ କଲେ ଏମିତି କାମ, ଲୋକେ ଦେଖି ହେଇଗଲେ ଆଶ୍ଚର୍ଯ୍ୟ

ଓଜନ ହ୍ରାସ କରିଥିବା ଯୁବକଙ୍କ ନାମ ପୁଭି ବୋଲି ଜଣା ପଡିଛି। ତାଙ୍କର ଓଜନ ପ୍ରାୟ ୧୩୯ କିଲୋଗ୍ରାମ ଥିଲା ।  ବର୍ତ୍ତମାନ ତାଙ୍କର ଓଜନ ୬୯ କିଲୋଗ୍ରାମରେ ଅଛି । ସେ ଏବେ ତାଙ୍କର ପୂର୍ବ ଓଜନକୁ ଅଧା କରିଛନ୍ତି । ଟିକଟକରେ ପୁଭି ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ତାଙ୍କର ଫିଟନେସ୍ ଜର୍ଣ୍ଣିଂ ବିଷୟରେ ବର୍ଣ୍ଣନା କରିଥିଲେ ।

Effect of Breakup: ହୃଦୟ ଭାଙ୍ଗିଲା ବୋଲି ଯୁବକ କଲେ ଏମିତି କାମ, ଲୋକେ ଦେଖି ହେଇଗଲେ ଆଶ୍ଚର୍ଯ୍ୟ

Weight loss: ଅଧିକ ଓଜନ ଥିବା ଲୋକମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଅନ୍ୟମାନଙ୍କ ପରି ଓଭର ୱେଟ ବ୍ୟକ୍ତି ଆକ୍ଟିଭ୍ ନହେବା ଠାରୁ ଆରମ୍ଭ କରି, ପୋଷାକର ଫିଟ୍, ଶୀଘ୍ର ଥକ୍କାପଣ, ଅନେକ ରୋଗ, ଆତ୍ମବିଶ୍ୱାସର ଅଭାବ ଭଳି ସମସ୍ୟା ଦେଇ ଗତି କରନ୍ତି । ବିଜ୍ଞାନ ଅନୁଯାୟୀ, ଅଧିକ ଓଜନ ହେବା ବ୍ୟକ୍ତିଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ । କିନ୍ତୁ ଏକ ଭାଇରାଲ ଭିଡିଓ ସମସ୍ତଙ୍କୁ ଆଚମ୍ବିତ କରିଛି । ପ୍ରେମିକା ମୋଟା ବୋଲି କହିବାରୁ ଜଣେ ଯୁବକ ତାଙ୍କ ଶରୀରର ଢାଞ୍ଚା ବଦଳାଇ ଦେଇଛନ୍ତି ।
 
ଡେଲିଷ୍ଟାର ଅନୁଯାୟୀ, ଓଜନ ହ୍ରାସ କରିଥିବା ଯୁବକଙ୍କ ନାମ ପୁଭି ବୋଲି ଜଣା ପଡିଛି। ତାଙ୍କର ଓଜନ ପ୍ରାୟ ୧୩୯ କିଲୋଗ୍ରାମ ଥିଲା ।  ବର୍ତ୍ତମାନ ତାଙ୍କର ଓଜନ ୬୯ କିଲୋଗ୍ରାମରେ ଅଛି । ସେ ଏବେ ତାଙ୍କର ପୂର୍ବ ଓଜନକୁ ଅଧା କରିଛନ୍ତି । ଟିକଟକରେ ପୁଭି ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ତାଙ୍କର ଫିଟନେସ୍ ଜର୍ଣ୍ଣିଂ ବିଷୟରେ ବର୍ଣ୍ଣନା କରିଥିଲେ । ପୁଭି ଅଧିକ ମୋଟା ଥିଲେ ଏବଂ ସବୁବେଳେ ଜ୍ୟାକେଟ୍ ପିନ୍ଧୁଥିଲେ । ନିଜର ଓଭର ୱେଟ୍ ପାଇଁ ପୁଭି ତାଙ୍କ ଗର୍ଲଫ୍ରେଣ୍ଡକୁ ହରାଇଥିଲେ । ଆଉ ଏହି କଥା ତାଙ୍କୁ ବହୁତ ବାଧିଥିଲା । ତାଙ୍କର ହୃଦୟ ଭାଙ୍ଗିଲା ପରେ ସେ ଫିଟ୍ ହେବା ପାଇଁ ତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ କରିଦେଲେ ।

Also Read: India vs Pakistan Asia Cup 2022: ଜାଣନ୍ତୁ ତାରିଖ, ସମୟ, ସ୍ଥାନ ଓ ଉଭୟ ଦଳର ସମ୍ଭାବ୍ୟ ଏକାଦଶ 

ପୁଭି ଫିଟନେସ୍ ପାଇଁ ଏକ ଜିମରେ ଯୋଗ ଦେଇଥିଲେ । ଧୀରେ ଧୀରେ ତାହାର ପ୍ରଭାବ ଦେଖିବାକୁ ଲାଗିଲେ । ପୁଭି ବର୍ତ୍ତମାନ ଭଲ ସ୍ଥିତିରେ ଅଛନ୍ତି । ପୂର୍ବରୁ ପିନ୍ଧୁଥିବା XXXL ସାଇଜବଦଳରେ ଏବେ ସେ L ସାଇଜର ପୋଷାକ ପିନ୍ଧନ୍ତି । ପୁଭିଙ୍କ ଶରୀରର ଚର୍ବି ହ୍ରାସ ପାଇଛି, କିନ୍ତୁ ତାଙ୍କର ମାଂସପେଶୀ ବୃଦ୍ଧି ପାଇଛି । ତାଙ୍କୁ ଏବେ ଚିହ୍ନି ହେଉନାହିଁ । ପୁଭି କେତେ ବଦଳିଛନ୍ତି ତାହା ଲୋକମାନେ ଅନୁଭବ କରିବା କଷ୍ଟକର । ସେ ନିଜର ପୂର୍ବତନ ଗର୍ଲଫ୍ରେଣ୍ଡଙ୍କ ସହ ନୀଳ ଜ୍ୟାକେଟ୍ ପିନ୍ଧିଥିବା ଏକ ଫଟୋ ସେୟାର କରିଥିଲେ ଏବଂ ତାଙ୍କ ଫିଟନେସ୍ ଅଗ୍ରଗତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ । 

fallback

ସେ କହିଥିଲେ, 'ମୋର ଗର୍ଲଫ୍ରେଣ୍ଡ ମୋତେ କହିଥିଲା, ତୁମେ ଅତ୍ୟଧିକ ମୋଟା ହୋଇଗଲଣି, ତେଣୁ ମୁଁ ତୁମକୁ ଛାଡି ଯାଉଛି  ।' ପ୍ରେମିକାଙ୍କ ଏହି କଥା ପୁଭିଙ୍କୁ ବହୁତ ବାଧିଥିଲା । ସେ ଯାହାକୁ ନିଜ ଜୀବନଠୁ ଅଧିକ ପ୍ରେମ କରୁଥିଲେ, ସେ କେବଳ ମୋଟାପଣ ପାଇଁ ଛାଡିଦେଇ ଚାଲିଗଲା । ସେଥିପାଇଁ ସେ ନିଜକୁ ବଦଳାଇବାକୁ ନିଷ୍ପତ୍ତି ନେଲେ । ଆଉ ପୁଭି ଜିମରେ ୱାର୍କଆଉଟ କରିବା ବ୍ୟତୀତ ତାଙ୍କ ପୁଷ୍ଟିକର ଖାଦ୍ୟ ପ୍ରତି ଧ୍ୟାନ ଦେଇଥିଲେ । କାରଣ ଓଜନ ହ୍ରାସ ପାଇଁ ବ୍ୟାୟାମ ଅପେକ୍ଷା ଡାଏଟ୍ ନିୟନ୍ତ୍ରଣ କରିବା ଆବଶ୍ୟକ । ପୁଭି ଏକ ଉଚ୍ଚ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଆରମ୍ଭ କଲା । ସେ ତାଙ୍କ ଖାଦ୍ୟରେ ରୁଟି, ଚିକେନ୍, ଅଣ୍ଡା, କାର୍ବୋହାଇଡ୍ରେଟ୍ ଏବଂ ଶାଗ ଖାଇଲେ ।