Men Health Tips: ଯୌନ ସମସ୍ୟା ଦୂର କରିବା ପାଇଁ ବିବାହିତ ପୁରୁଷମାନେ ଆଜିଠୁ ଆରମ୍ଭ କରନ୍ତୁ ଏହି ୫ଟି ଜିନିଷର ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ!
Advertisement

Men Health Tips: ଯୌନ ସମସ୍ୟା ଦୂର କରିବା ପାଇଁ ବିବାହିତ ପୁରୁଷମାନେ ଆଜିଠୁ ଆରମ୍ଭ କରନ୍ତୁ ଏହି ୫ଟି ଜିନିଷର ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ!

Men Health Tips: ଶରୀରକୁ ଫିଟ୍ ରଖିବା ପାଇଁ ସଠିକ୍ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେଥିପାଇଁ ଭିଟାମିନ୍ ବି, ଭିଟାମିନ୍ ଇ ଏବଂ ଜିଙ୍କ ପରି ଅନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନରେ ଭରପୂର ଜିନିଷ ଖାଇବା ପୁରୁଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ମନେ କରାଯାଏ । ଆପଣ ଅନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନ୍ ପାଇଁ ନିମ୍ନଲିଖିତ ଜିନିଷ ଖାଇପାରିବେ । 

Men Health Tips: ଯୌନ ସମସ୍ୟା ଦୂର କରିବା ପାଇଁ ବିବାହିତ ପୁରୁଷମାନେ ଆଜିଠୁ ଆରମ୍ଭ କରନ୍ତୁ ଏହି ୫ଟି ଜିନିଷର ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ!

Men Health Tips: ପ୍ରତ୍ୟେକ ପୁରୁଷଙ୍କର ଗୋଟିଏ ସ୍ୱପ୍ନ ରହିଥାଏ ଯେ ସେ ନିଜ ଦାମ୍ପତ୍ୟ ଜୀବନକୁ କିପରି ଉନ୍ନତ ଓ ସୁଖମୟ କରିପାରିବେ । ଖାଦ୍ୟ ଅଭ୍ୟାସ ଓ ଖାଇବା ପିଇବା ସାମଗ୍ରୀ ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରିଥାଏ । ଉପଯୁକ୍ତ ଖାଦ୍ୟ ଅଭାବରୁ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ, ଯେଉଁ କାରଣରୁ ପୁରୁଷମାନେ ସେମାନଙ୍କର ବ୍ୟକ୍ତିତ୍ୱକୁ ନେଇ ଚିନ୍ତିତ ରୁହନ୍ତି । ଆପଣ କିଛି ଜିନିଷ ଖାଇ ଏହି ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ ଓ ସୁଖୀ ଦାମ୍ପତ୍ୟ ଜୀବନ ଉପଭୋଗ କରିପାରିବେ । ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମନେ କରାଯାଉଥିବା ଜିନିଷଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା । ଶରୀରକୁ ଫିଟ୍ ରଖିବା ପାଇଁ ସଠିକ୍ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେଥିପାଇଁ ଭିଟାମିନ୍ ବି, ଭିଟାମିନ୍ ଇ ଏବଂ ଜିଙ୍କ ପରି ଅନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନରେ ଭରପୂର ଜିନିଷ ଖାଇବା ପୁରୁଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ମନେ କରାଯାଏ । ଆପଣ ଅନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନ୍ ପାଇଁ ନିମ୍ନଲିଖିତ ଜିନିଷ ଖାଇପାରିବେ । ଯାହା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇପାରେ ।

ରସୁଣ (Garlic Benefits)

ରସୁଣ ବିବାହିତ ପୁରୁଷମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ । ପ୍ରକୃତରେ ରସୁଣରେ ମିନେରାଲ୍ସ, ଭିଟାମିନ୍-ସି, ଭିଟାମିନ୍-ବି 6, ଫସଫରସ୍, ମାଙ୍ଗାନିଜ୍, ଜିଙ୍କ, କ୍ୟାଲସିୟମ୍ ଏବଂ ଆଇରନ୍ ମିଳିଥାଏ । ଯାହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ରସୁଣ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ । ଏଥିରେ ଟେଷ୍ଟୋଷ୍ଟେରନ୍ ହରମୋନ୍ ବୃଦ୍ଧି କରିବାର ଗୁଣ ଅଛି, ଯାହା ପୁରୁଷମାନଙ୍କ ଯୌନ ଜୀବନକୁ ଉନ୍ନତ କରିଥାଏ ।

କିସମିସ୍ (Raisins Benefits)

କିସମିସରେ ପ୍ରୋଟିନ୍ ସହିତ ଅନେକ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ମିଳିଥାଏ । କିସମିସ୍ ଖାଇବା ବିବାହିତ ପୁରୁଷଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୁଏ । ଏହା ଟେଷ୍ଟୋଷ୍ଟେରନ୍ ବଢ଼ାଇବା ଖାଦ୍ୟ ବର୍ଗରେ ଆସେ । ପ୍ରକୃତରେ ପୌରୁଷ ଶକ୍ତିର ଦୁର୍ବଳତା ଯୋଗୁଁ ବିବାହିତ ଜୀବନରେ ମଧ୍ୟ ସମସ୍ୟା ଉପୁଜେ । ଆପଣ ଅନେକ ଦିନ ଧରି ମହୁ ଓ କିସମିସ୍ ଖାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ପାଳଙ୍ଗ (Spinach Benefits)

ସବୁଜ ପନିପରିବା ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯେଉଁଥିରେ ପାଳଙ୍ଗର ବ୍ୟବହାର ଅଧିକ ଲାଭଦାୟକ ହୋଇଥାଏ । ଏହାର ସବୁଜ ପତ୍ରରେ ପ୍ରଚୁର ପରିମାଣରେ ଲୌହ ମିଳିଥାଏ । ଯାହା ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ ହୋଇପାରେ । ଏହା ବ୍ୟତୀତ ଏହା ଶରୀରକୁ ଶକ୍ତିଶାଳୀ କରିଥାଏ ।

କଦଳୀ (Banana Benefits) 

କଦଳୀ ଏପରି ଏକ ଫଳ ଯାହାକୁ ଆପଣ ନିଜ ଖାଦ୍ୟରେ ଯେକୌଣସି ମୂଲ୍ୟରେ ସାମିଲ କରିବା ଉଚିତ୍ । ଶକ୍ତି ପାଇଁ ଏହା ଏକ ଉତ୍ତମ ବିକଳ୍ପ । କଦଳୀରେ ପୁଷ୍ଟିକର ଖାଦ୍ୟ, ଭିଟାମିନ୍ ଏବଂ ଖଣିଜ ପଦାର୍ଥ ଭରପୂର ମାତ୍ରାରେ ରହିଥାଏ । ଏହା ବ୍ୟତୀତ ଏଥିରେ ଭଲ ପରିମାଣର ପୋଟାସିୟମ୍ ଓ ଭିଟାମିନ୍ B6 ଅଛି । ଏହାର ନିୟମିତ ବ୍ୟବହାର ଟେଷ୍ଟୋଷ୍ଟେରନ୍ ବଢ଼ାଇଥାଏ, ଯାହା ଯୌନ ଶକ୍ତିକୁ ମଜବୁତ କରିଥାଏ ।

ଏହା ବି ପଢ଼ନ୍ତୁ:-PF ଖାତାଧାରୀ ହୋଇଯାଆନ୍ତୁ ଆଲର୍ଟ! EPFO ଜାରି କଲା ଏହି ଚେତାବନୀ

ଏହା ବି ପଢ଼ନ୍ତୁ:-କିଏ ସେ ସୁଖଭିନ୍ଦର ସିଂ ସୁଖୁ, ଯିଏ ହେବେ ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଖଜୁରୀ ( Dates Benefits)

ଖଜୁରୀ ପୁରୁଷମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ମନେ କରାଯାଏ । ଏହାକୁ ଖାଇବା ଦ୍ୱାରା ପୁରୁଷମାନଙ୍କ ଷ୍ଟାମିନା ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି, ଏହା ମଧ୍ୟ ଯୌନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ମନେ କରାଯାଏ । ଖଜୁରୀରେ ଆମିନୋ ଏସିଡ୍ ଥାଏ, ଯାହା ପୁରୁଷମାନଙ୍କର ଷ୍ଟାମିନା ବଢ଼ାଇବା ପାଇଁ କାର୍ଯ୍ୟ କରିଥାଏ ।

(ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି । ZEE ODIDHA ଏହା ନିଶ୍ଚିତ କରେ ନାହିଁ ।)