Men Health Tips: ଶରୀରରେ ଏସବୁ ଜିନିଷର ଅଭାବ କାରଣରୁ ପୁରୁଷ ହୋଇପାରନ୍ତିନି ବାପା, ଜାଣନ୍ତୁ କ'ଣ ରହିଛି ଏହାର ଉପଚାର
Advertisement

Men Health Tips: ଶରୀରରେ ଏସବୁ ଜିନିଷର ଅଭାବ କାରଣରୁ ପୁରୁଷ ହୋଇପାରନ୍ତିନି ବାପା, ଜାଣନ୍ତୁ କ'ଣ ରହିଛି ଏହାର ଉପଚାର

Men Health Tips: ଆଜିର ବ୍ୟସ୍ତମୟ ଜୀବନରେ ପୁରୁଷ ମାନେ ଚାପ, ଖରାପ ଖାଇବା ଅଭ୍ୟାସ ଯୋଗୁଁ ଅନେକ ସମସ୍ୟାର ଶିକାର ହେଉଛନ୍ତି । ଯେଉଁ କାରଣରୁ ପୁରୁଷ ମାନଙ୍କର ବାପା ହେବାର ସ୍ୱପ୍ନ ମଧ୍ୟ ଭାଙ୍ଗିଯାଏ । ଆଜ୍ଞା ହଁ, ପୁରୁଷ ମାନଙ୍କ ଶରୀର (Men Body) ରେ କିଛି ଜିନିଷର ଅଭାବ ରହିଥାଏ, ଯେଉଁଥି ପାଇଁ ସେମାନଙ୍କୁ ବାପା ହେବାରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । 

Men Health Tips: ଶରୀରରେ ଏସବୁ ଜିନିଷର ଅଭାବ କାରଣରୁ ପୁରୁଷ ହୋଇପାରନ୍ତିନି ବାପା, ଜାଣନ୍ତୁ କ'ଣ ରହିଛି ଏହାର ଉପଚାର

Men Health Tips: ବାହାଘର ପରେ ପ୍ରାୟତଃ ପ୍ରତ୍ୟେକ ପୁରୁଷ ବାପା ହେବାର ସ୍ୱପ୍ନ ଦେଖନ୍ତି । ଏହି ସ୍ୱପ୍ନ ପୂରଣ କରିବା ପାଇଁ ପୁରୁଷ ମାନେ ପ୍ରୟାସ ମଧ୍ୟ କରନ୍ତି । ପ୍ରତ୍ୟେକ ପୁରୁଷ ବାହାଘର ପରେ ବାପା ହେବାକୁ ଚାହାଁନ୍ତି, କିନ୍ତୁ ଆଜିର ବ୍ୟସ୍ତମୟ ଜୀବନରେ ପୁରୁଷ ମାନେ ଚାପ, ଖରାପ ଖାଇବା ଅଭ୍ୟାସ ଯୋଗୁଁ ଅନେକ ସମସ୍ୟାର ଶିକାର ହେଉଛନ୍ତି । ଯେଉଁ କାରଣରୁ ପୁରୁଷ ମାନଙ୍କର ବାପା ହେବାର ସ୍ୱପ୍ନ ମଧ୍ୟ ଭାଙ୍ଗିଯାଏ । ଆଜ୍ଞା ହଁ, ପୁରୁଷ ମାନଙ୍କ ଶରୀର (Men Body) ରେ କିଛି ଜିନିଷର ଅଭାବ ରହିଥାଏ, ଯେଉଁଥି ପାଇଁ ସେମାନଙ୍କୁ ବାପା ହେବାରେ ଅନେକ ସମସ୍ୟା (Men Fertility) ର ସାମ୍ନା କରିବାକୁ ପଡ଼ିଥାଏ । ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କେଉଁ ଜିନିଷର ଅଭାବ ଯୋଗୁଁ ପୁରୁଷ ମାନେ ବାପା ହୋଇପାରନ୍ତି ନାହିଁ?

ଏସବୁ କାରଣରୁ ପୁରୁଷ ମାନେ ହୋଇପାରନ୍ତି ନାହିଁ ବାପା

ଟେଷ୍ଟୋଷ୍ଟେରନର ଅଭାବ (Testosterone) 

ଟେଷ୍ଟୋଷ୍ଟେରନ୍ (Testosterone) ହେଉଛି ଏକ ହରମୋନ୍ ଯାହା ପୁରୁଷଙ୍କ ଟେଷ୍ଟିକଲ୍ସ (Testicles) ବା ଅଣ୍ଡିରା ଅଂଶରେ ମହଜୁଦ ଥାଏ । ଏହି ହରମୋନ୍ ଯୋଗୁଁ ପୁରୁଷମାନଙ୍କ ମଧ୍ୟରେ କାମୁକ ଇଚ୍ଛା ସୃଷ୍ଟି ହୁଏ । ପୁରୁଷ ମାନଙ୍କ ନିତାମ୍ୱ  ଗଠନରେ ଏହି ଟେଷ୍ଟୋଷ୍ଟେରନ୍ ହରମୋନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯଦିଓ ସଠିକ୍ ଖାଇବା ପିଇବା ଦ୍ୱାରା ଏହି ହରମୋନ୍ ବୃଦ୍ଧି କରାଯାଇପାରେ ।

ଇଷ୍ଟ୍ରୋଜେନର ଅଭାବ (Estrogen)

ଇଷ୍ଟ୍ରୋଜେନ୍ (Estrogen) ମଧ୍ୟ ଏକ ହରମୋନ୍ ଯାହା ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଦେଖାଯାଏ । କିନ୍ତୁ ଶରୀରରେ ଇଷ୍ଟ୍ରୋଜେନର ଅଭାବ ଯୋଗୁଁ ପୁରୁଷ ମାନଙ୍କର ଶୁକ୍ରାଣୁ ଦୁର୍ବଳ ହୋଇଯାଏ । ଏହି କାରଣରୁ ପୁରୁଷ ମାନଙ୍କୁ ବାପା ହେବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । କେବଳ ଏତିକି ନୁହେଁ, ଏହି ହରମୋନର ଅଭାବ ପୁରୁଷଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହି ହରମୋନ୍ ବୃଦ୍ଧି କରିବାକୁ ସୀମିତ ବ୍ୟାୟାମ କରିବା ଆବଶ୍ୟକ, ସନ୍ତୁଳିତ ଓ କମ୍ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତୁ । ପ୍ରତିଦିନ ୮ ଘଣ୍ଟା ଶୋଇବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-୩ ମ୍ୟାଚରେ ଖେଳିବେନି ରୋହିତ, ବିରାଟ ଏବଂ ରାହୁଲ, ଏହି ଖେଳାଳି ନେବେ ଟିମ୍ ଇଣ୍ଡିଆର ନେତୃତ୍ୱ!

ଅଧିକ ପଢ଼ନ୍ତୁ:-ଗୋଲଡେନ୍ ବୁଟ୍ ରେସରେ ସବୁଠାରୁ ଆଗରେ Mbappe, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ରୋନାଲ୍ଡ ଓ ମେସି

ଅଧିକ ପଢ଼ନ୍ତୁ:-୯ ୱିକେଟ ଖସିବା ପରେ ବି କେମିତି ଜିତିଲା ବାଂଲାଦେଶ? ମେହଦି ହସନ କଲେ ବଡ଼ ଖୁଲାସା

 

କ୍ୟାଲସିୟମ ଅଭାବ (Calcium) 

ପୁରୁଷ ମାନଙ୍କ ଶରୀରରେ କ୍ୟାଲସିୟମ (Calcium) ଅଭାବ ରହିବା ଭଲ ନୁହେଁ । ଏଠାରେ କହି ରଖୁଛୁ ଯେ, କ୍ୟାଲସିୟମ ଅଭାବ ଯୋଗୁଁ ପୁରୁଷଙ୍କ ଶୁକ୍ରାଣୁର ଗୁଣ ନଷ୍ଟ ହୋଇଯାଏ । ଯେଉଁ କାରଣରୁ ସେମାନଙ୍କୁ ବାପା ହେବାରେ ଅସୁବିଧା ହୋଇଥାଏ । ତେଣୁ ଯଦି ଜଣେ ବ୍ୟକ୍ତି ବାପା ହେବାରେ ଅସୁବିଧାର ସମ୍ମୁଖୀନ ହୁଏ, ତେବେ ତାଙ୍କୁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।

(ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି । Zee Odisha News ଏହା ନିଶ୍ଚିତ କରେନାହିଁ)