Men Health Tips: ଯୌନ ସମସ୍ୟାରେ ପୀଡ଼ିତ ପୁରୁଷଙ୍କ ପାଇଁ ବରଦାନ ଏହି ମସଲା, ଦାମୀ ଔଷଧର ପଡ଼ିବନି ଆବଶ୍ୟକତା!
Advertisement

Men Health Tips: ଯୌନ ସମସ୍ୟାରେ ପୀଡ଼ିତ ପୁରୁଷଙ୍କ ପାଇଁ ବରଦାନ ଏହି ମସଲା, ଦାମୀ ଔଷଧର ପଡ଼ିବନି ଆବଶ୍ୟକତା!

Saffron Health Benefits For Men: ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହିଛନ୍ତି ଯେ, କେସର ପୁରୁଷଙ୍କ ଅନେକ ସମସ୍ୟା ହ୍ରାସ କରିବା ପାଇଁ କାମ କରେ । କେସରରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଫୋଲେଟ୍, ଭିଟାମିନ୍, ଲୁହା ଏବଂ ତମ୍ବା ସହିତ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଆପଣଙ୍କୁ କହି ରଖୁଛୁ ଯେ, କେସର ହେଉଛି ଦୁନିଆର ସବୁଠାରୁ ମହଙ୍ଗା ମସଲା । ଅନେକ ପ୍ରକାରର ଔଷଧ ତିଆରିରେ କେସର ବ୍ୟବହୃତ ହୁଏ ।

Men Health Tips: ଯୌନ ସମସ୍ୟାରେ ପୀଡ଼ିତ ପୁରୁଷଙ୍କ ପାଇଁ ବରଦାନ ଏହି ମସଲା, ଦାମୀ ଔଷଧର ପଡ଼ିବନି ଆବଶ୍ୟକତା!

Saffron Health Benefits For Men: ବର୍ତ୍ତମାନ ସମୟରେ ବ୍ୟସ୍ତମୟ ଜୀବନରେ ଅଧିକାଂଶ ଲୋକ ସେମାନଙ୍କର ସ୍ୱାସ୍ଥ୍ୟ (Men Health) ର ଯତ୍ନ ନେବାକୁ ଭୁଲିଯାଆନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଏହି ପ୍ରକାର ଜୀବନଶୈଳୀ (Men Lifestyle) ଶରୀରକୁ ଦୁର୍ବଳ କରିଥାଏ ଓ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହିଛନ୍ତି ଯେ, କେସର (Saffron) ପୁରୁଷଙ୍କ ଅନେକ ସମସ୍ୟା ହ୍ରାସ କରିବା ପାଇଁ କାମ କରେ । କେସରରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଫୋଲେଟ୍, ଭିଟାମିନ୍, ଲୁହା ଏବଂ ତମ୍ବା ସହିତ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଆପଣଙ୍କୁ କହି ରଖୁଛୁ ଯେ, କେସର ହେଉଛି ଦୁନିଆର ସବୁଠାରୁ ମହଙ୍ଗା ମସଲା । ଅନେକ ପ୍ରକାରର ଔଷଧ ତିଆରିରେ କେସର ବ୍ୟବହୃତ ହୁଏ ।

କେସରର ସ୍ୱାସ୍ଥ୍ୟ ଉପକାରିତା (Saffron Health Benefits)

୧. କେସରରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ସୁସ୍ଥ ରଖେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ବ୍ୟସ୍ତମୟ ଜୀବନରେ ଥକ୍କାପଣରୁ ମୁକ୍ତି ପାଇବା ପାଇଁ କେସର କାମ କରେ । ଅନେକ ଲୋକଙ୍କ ମଧ୍ୟରେ ରାତିରେ ଶୋଇପାରୁ ନ ଥିବା ସମସ୍ୟା ଦେଖାଦେଇଥାଏ । କେସର ଅନିଦ୍ରା ସମସ୍ୟା ଦୂର କରେ ।

୨. ଦୈନନ୍ଦିନ ଜୀବନରେ ଚାପ ଓ ଉଦାସୀନତା ସମସ୍ୟା ସହ ସଂଘର୍ଷ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଚାପ ଓ ଉଦାସୀନତା ଯୋଗୁଁ ଏହିପରି ଲୋକଙ୍କ ସ୍ପର୍ମ କାଉଣ୍ଟ (Sperm Count) ଉପରେ ଖରାପ ପ୍ରଭାବ ପଡିଥାଏ । ଆପଣଙ୍କୁ କହି ରଖୁଛୁ ଯେ,  କେସର ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ ଓ ଶୁକ୍ରାଣୁ ସଂଖ୍ୟାକୁ ବଢ଼ାଇଥାଏ । ଆପଣଙ୍କୁ କେବଳ ପ୍ରତିଦିନ ରାତିରେ କ୍ଷୀରରେ କେସର ପକାଇ ଗରମ କରି ସେହି କ୍ଷୀରକୁ ପିଇବାକୁ ପଡ଼ିବ । ଏହା ବ୍ୟତୀତ କେସର ଶୀଘ୍ର ପତନ ସମସ୍ୟାକୁ ଦୂର କରିଥାଏ ।

୩. ଶୀତଦିନେ ଚର୍ମ ସହିତ ଜଡିତ ଅନେକ ସମସ୍ୟା ଦେଖାଦିଏ । ଆପଣଙ୍କୁ କହି ରଖୁଛୁ ଯେ, କେସର ଆପଣଙ୍କ ତ୍ୱଚାରେ ଚମକ ଆଣିଥାଏ । ଏହା ବ୍ୟତୀତ ଏହା ଚର୍ମର ଶୁଷ୍କତା ସମସ୍ୟାରୁ ମୁକ୍ତି ଦେଇଥାଏ । କେସରରେ ଆଣ୍ଟିକାର୍କିନୋଜେନିକ୍ ଗୁଣ ରହିଛି ଯାହା କର୍କଟ ରୋଗର ଆଶଙ୍କା ହ୍ରାସ କରିଥାଏ ।

ଅଧିକ ପଢ଼ନ୍ତୁ:-କେଏଲ୍ ରାହୁଲଙ୍କ 'ଫ୍ଲପ୍ ଶୋ' ପରେ ବିଜେପି ନେତା ପଚାରିଲେ ପ୍ରଶ୍ନ, କହିଲେ-ସେ କାହାର ଜ୍ୱାଇଁ?

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ଝଟକା; ନୂଆ ବର୍ଷରେ ବଦଳିବ DA କେଲକୁଲେଶନର ପର୍ମୂଲା, ବର୍ତ୍ତମାନ ମହଙ୍ଗା ଭତ୍ତା ଉପରେ ଦେବାକୁ ପଡ଼ିବ ଟ୍ୟାକ୍ସ

ଅଧିକ ପଢ଼ନ୍ତୁ:-ଆଇପିଏଲରେ ପ୍ରଥମ ଥର ପାଇଁ ବିକ୍ରି ହେଲେ ଏହି ଦେଶର ଘାତକ ଖେଳାଳି, ହାର୍ଦ୍ଦିକଙ୍କ ଦଳ କଲା ମାଲାମାଲ୍

ଅନୁସନ୍ଧାନ ଅନୁସାରେ, ଦକ୍ଷିଣ ଆମେରିକା, ଏସିଆ ଏବଂ ଆଫ୍ରିକାର ପୁରୁଷମାନଙ୍କ ସ୍ପର୍ମ କାଉଣ୍ଟରେ ପରିବର୍ତ୍ତନ ଉପରେ ଫୋକସ୍ ରହିଛି । ୨୦୦୦ ମସିହା ପର ଠାରୁ ସ୍ପର୍ମ କାଉଣ୍ଟରେ ହ୍ରାସ ଘଟିଛି, ଯାହା ଗତ ୪୬ ବର୍ଷ ମଧ୍ୟରେ ୫୦ ପ୍ରତିଶତ ହ୍ରାସ ପାଇଛି । ତେଣୁ ପୁରୁଷ ମାନଙ୍କ ପାଇଁ (ବିଶେଷକରି ଯେଉଁମାନେ ଏକ ସନ୍ତାନ ଯୋଜନା କରୁଛନ୍ତି) ଏକ ସନ୍ତୁଳିତ ଖାଦ୍ୟ, ଭିଟାମିନ୍ ଏବଂ ଅନ୍ୟାନ୍ୟ ଜୀବନଶୈଳୀ ବିକଳ୍ପ ଗୁଡ଼ିକକୁ ମିଶ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ଯାହା ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

(ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।)