Surya Mangal Yuti: ସୂର୍ଯ୍ୟ-ମଙ୍ଗଳ ସଂଯୋଗ; ଚମକିବ ୩ ରାଶିଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha1941591

Surya Mangal Yuti: ସୂର୍ଯ୍ୟ-ମଙ୍ଗଳ ସଂଯୋଗ; ଚମକିବ ୩ ରାଶିଙ୍କ ଭାଗ୍ୟ

Surya Mangal Yuti in Libra: ମଙ୍ଗଳ ତୁଳା ରାଶିରେ ୧୬ ନଭେମ୍ବର ପର୍ଯ୍ୟନ୍ତ ରହିବେ। ଆଉ ଏହି ସମୟରେ ଅର୍ଥାତ୍ ଆଜି ସୂର୍ଯ୍ୟଦେବ (Surya) ମଧ୍ୟ ସେହି ରାଶିକୁ ଚଳନ କରିଛନ୍ତି। ଗୋଟିଏ ରାଶିରେ ଦୁଇଟି ଗ୍ରହଙ୍କ ସ୍ଥିତି ଅତି ଦୁଲର୍ଭ ସଂଯୋଗ ସୃଷ୍ଟି କରିଛି (Surya Mangal Yuti in Libra)। ତେବେ,ମଙ୍ଗଳ-ସୂର୍ଯ୍ୟ ସଂଯୋଗ କାରଣରୁ ଏହି ତିନି ରାଶିଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଆସିବ...

Surya Mangal Yuti: ସୂର୍ଯ୍ୟ-ମଙ୍ଗଳ ସଂଯୋଗ; ଚମକିବ ୩ ରାଶିଙ୍କ ଭାଗ୍ୟ

Surya Mangal Yuti in Libra: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଭଗବାନଙ୍କୁ (Surya) ଗ୍ରହମାନଙ୍କର ରାଜା ବୋଲି କୁହାଯାଏ। ଏବଂ ମଙ୍ଗଳ(Mangal)ଙ୍କୁ ରକ୍ତ, କ୍ରୋଧ, ସମ୍ପତ୍ତି ଏବଂ ସାହସର କାରକ ବୋଲି ବିବେଚନା କରାଯାଇଥାଏ । ଏଭଳି ସ୍ଥିତିରେ, ମଙ୍ଗଳ ତୁଳା ରାଶିରେ ୧୬ ନଭେମ୍ବର ପର୍ଯ୍ୟନ୍ତ ରହିବେ। ଆଉ ଏହି ସମୟରେ ଅର୍ଥାତ୍ ଆଜି ସୂର୍ଯ୍ୟଦେବ (Surya) ମଧ୍ୟ ସେହି ରାଶିକୁ ଚଳନ କରିଛନ୍ତି। ଗୋଟିଏ ରାଶିରେ ଦୁଇଟି ଗ୍ରହଙ୍କ ସ୍ଥିତି ଅତି ଦୁଲର୍ଭ ସଂଯୋଗ ସୃଷ୍ଟି କରିଛି (Surya Mangal Yuti in Libra)।  ଯେତେବେଳେ ୨ ଗ୍ରହ ଗୋଟିଏ ରାଶିରେ ରୁହନ୍ତି । ଏହାର ପ୍ରଭାବ ମୋଟ୍ ୧୨ଟି ରାଶି ଉପରେ ପଡିଥାଏ। ତେବେ,ମଙ୍ଗଳ-ସୂର୍ଯ୍ୟ ସଂଯୋଗ କାରଣରୁ ଏହି ତିନି ରାଶିଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଆସିବ...

Also Read: Rahu Gochar 2023: ଏହି ସବୁ ରାଶିଙ୍କୁ ମାଲେମାଲ୍ କରିବେ ରାହୁ

ଚମକିବ ଏହି ତିନି ରାଶିଙ୍କ ଭାଗ୍ୟ:

ବିଛା : ମଙ୍ଗଳ -ସୂର୍ଯ୍ୟଙ୍କ କୃପାରୁ ଏହି ରାଶିର ଲୋକଙ୍କୁ ଶୁଭଫଳ ମିଳିବ । ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଖାସ୍ କରି ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି।  ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଏହି ସମୟରେ ଆପଣଙ୍କୁ ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି । କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନେ ଶୁଭଫଳ ପାଇବେ।  ଯେଉଁମାନେ ଦୁର୍ଘ ଦିନ ଧରି ଚାକିରି ଅପେକ୍ଷାରେ ରହିଛନ୍ତି । ସେମାନଙ୍କୁ ଭଲ ଚାକିରି ଅଫର ବି ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ପାରିବାରେ ଲାଗି ରହିଥିବା ବାଦ ବିବାଦର ସମାଧାନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମେଷ :  ଆୟ ବଢିବ। ଜୀବନସାଥୀଙ୍କ ସହ ମଧୁର ସମୟ ଅତିବାହିତ କରିବେ । ଯାହା ଫଳରେ ସମ୍ପର୍କରେ ମଧୁରତା ଆସିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ।  ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ଯେଉଁମାନେ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । ସେମାନେ ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ବି ଆସିପାରେ। 

ତୁଳା : ମଙ୍ଗଳ -ସୂର୍ଯ୍ୟଙ୍କ ଆର୍ଶିବାଦରୁ ଏହି ରାଶିଙ୍କ ଭାଗ୍ୟରେ ଆସିବ ବଡ଼ ପରିବର୍ତ୍ତନ।  ପୁରୁଣା ବିବାଦରୁ ମୁକ୍ତି ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଏହି ସମୟରେ ଆପଣ ନୂଆ ଗାଡି ବା ଯାନ କ୍ରୟ କରିପାରିବେ। ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ସମ୍ପତ୍ତି କିଣିପାରିବେ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଚେଷ୍ଟା ଜାରି ରଖ, ଆପଣ ସଫଳତା ପାଇବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)