Mangal Ruchak Rajyog: ଅକ୍ଟୋବରରୁ ନୂଆ ରାଶିକୁ ଚଳନ କରିବେ ମଙ୍ଗଳ, ଏହି ରାଶିର ଖୋଲିଯିବ ଭାଗ୍ୟ
Advertisement
Article Detail0/zeeodisha/odisha1872948

Mangal Ruchak Rajyog: ଅକ୍ଟୋବରରୁ ନୂଆ ରାଶିକୁ ଚଳନ କରିବେ ମଙ୍ଗଳ, ଏହି ରାଶିର ଖୋଲିଯିବ ଭାଗ୍ୟ

Mangal Ruchak Rajyog: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ମାସରେ ମଙ୍ଗଳ ତୁଳା ରାଶିକୁ ଚଳନ କରିବେ (Mangal Rashi Parivartan October 2023) । ମଙ୍ଗଳ ଏହି ରାଶିକୁ ଅକ୍ଟୋବର ମାସ ୩ ତାରିଖ ଦିନ ତୁଳା ରାଶିରେ ପ୍ରବେଶ କରିବେ। ବର୍ତ୍ତମାନ ମଙ୍ଗଳ କନ୍ୟା ରାଶିରେ ବିରାଜମାନ କରିଛନ୍ତି । ଫଳରେ ମଙ୍ଗଳଙ୍କ ଏହି ଚଳନ କିଛି ରାଶିଙ୍କ ପାଇଁ ରାଜଯୋଗ ସୃଷ୍ଟି କରିଛି । ଫଳରେ ଆସନ୍ତାମାସରୁ ମାଲେମାଲ୍ ହେବେ ଏହି ସବୁ ରାଶି ।

ସୌଜନ୍ୟ- ସୋସିଆଲ ମିଡି଼ଆ

Mangal Ruchak Rajyog: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାଆନ୍ତି । ତେବେ,  ଗ୍ରହଙ୍କ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା କେତେକ ରାଶି ଉପରେ ଭଲ ପ୍ରଭାବ ପକାଇଥାଏ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,  ଆସନ୍ତା ମାସରେ ମଙ୍ଗଳ ତୁଳା ରାଶିକୁ ଚଳନ କରିବେ (Mangal Rashi Parivartan October 2023) । ମଙ୍ଗଳ ଏହି ରାଶିକୁ ଅକ୍ଟୋବର ମାସ ୩ ତାରିଖ ଦିନ ତୁଳା ରାଶିରେ ପ୍ରବେଶ କରିବେ। ବର୍ତ୍ତମାନ ମଙ୍ଗଳ କନ୍ୟା ରାଶିରେ ବିରାଜମାନ କରିଛନ୍ତି । ଫଳରେ ମଙ୍ଗଳଙ୍କ ଏହି ଚଳନ କିଛି ରାଶିଙ୍କ ପାଇଁ ରାଜଯୋଗ ସୃଷ୍ଟି କରିଛି । ଫଳରେ ଆସନ୍ତାମାସରୁ ମାଲେମାଲ୍ ହେବେ ଏହି ସବୁ ରାଶି ।

Also Read: Ketu Gochar 2023: ଏହି ୩ ରାଶି ପାଇଁ ଅଭିଷାପ ପାଲଟିବେ କେତୁ; ଧନହାନୀ, ଶାରିରୀକ ପୀଡ଼ାରେ ବିତିବ ଦିନ

ମଙ୍ଗଳ ରୁଚକ୍ ରାଜଯୋଗ (Mangal Ruchak Rajyog) କାରଣରୁ ମାଲେମାଲ୍ ହେବେ ଏହିସବୁ ରାଶି:

ମେଷ ରାଶି : ମଙ୍ଗଳଙ୍କ କୃପାରୁ  ମେଷ ରାଶିର ଲୋକଙ୍କୁ ଶୁଭଫଳ ମିଳିବ । ମଙ୍ଗଳ ରୁଚକ୍ ରାଜଯୋଗ (Mangal Ruchak Rajyog) କାରଣରୁ ଏହି ରାଶିର ଲୋକଙ୍କୁ  ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଖାସ୍ କରି ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି।  ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟରୁ ଆପଣ ପୁରା ହେବ। ଏହି ସମୟରେ ଆପଣଙ୍କୁ ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି । କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନେ ଶୁଭଫଳ ପାଇବେ।  ଯେଉଁମାନେ ଦୁର୍ଘ ଦିନ ଧରି ଚାକିରି ଅପେକ୍ଷାରେ ରହିଛନ୍ତି । ସେମାନଙ୍କୁ ଭଲ ଅଫର ବି ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ଏହି ସମୟରେ ଦୀର୍ଘ ଦିନରୁ ଛନ୍ଦି ହୋଇଥିବା ମାମଲାରେ ନ୍ୟାୟ ମିଳିବା ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ପାରିବାରେ ଲାଗି ରହିଥିବା ବାଦ ବିଦାଦର ସମାଧାନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ତୁଳା ରାଶି:  ମଙ୍ଗଳଙ୍କ କୃପାରୁ ତୁଳା ରାଶିଙ୍କ ଭାଗ୍ୟ ଚମକିବ। ଖାସ୍ କରି ଏହି ସମୟରେ ଆପଣ ଆୟ ବଢିବ। ଜୀବନସାଥୀଙ୍କ ସହ ମଧୁର ସମୟ ଅତିବାହିତ କରିବେ । ଯାହା ଫଳରେ ସମ୍ପର୍କରେ ମଧୁରତା ଆସିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ।  ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । କଠିନ ସମୟ ଦୂର ହେବ । ବିଦେଶରେ ଆପଣଙ୍କୁ ଚାକିରି ମିଳିବାରେ ମଧ୍ୟ ସମ୍ଭାବନା ରହିଛି। କ୍ୟାରିୟରରେ ଆପଣଙ୍କୁ ବିପୁଳ ସଫଳତା ମିଳିବ।  ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। 

ବିଛା ରାଶି:  ସେହିପରି ମଙ୍ଗଳଙ୍କ ଆର୍ଶିବାଦରୁ ଏହି ରାଶିଙ୍କ ଭାଗ୍ୟରେ ଆସିବ ବଡ଼ ପରିବର୍ତ୍ତନ।  ପାରିବାରିକ ଜୀବନ ସୁଖମୟ ହେବ । ପୁରୁଣା ବିବାଦରୁ ମୁକ୍ତି ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଏହି ସମୟରେ ଆପଣ ନୂଆ ଗାଡି ବା ଯାନ କ୍ରୟ କରିପାରିବେ। ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ସମ୍ପତ୍ତି କିଣିପାରିବେ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଚେଷ୍ଟା ଜାରି ରଖ, ଆପଣ ସଫଳତା ପାଇବ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)