Mangal Gochar 2023: ସିଂହ ରାଶିକୁ ଚଳନ କରିବେ ମଙ୍ଗଳ, ଏହି ତିନି ରାଶିର ଲୋକେ ହେବେ ମାଲାମାଲ୍, ନୂଆ ଚାକିରୀ ସାଙ୍ଗକୁ ରହିଛି ଧନଲାଭର ଯୋଗ!
Advertisement
Article Detail0/zeeodisha/odisha1752845

Mangal Gochar 2023: ସିଂହ ରାଶିକୁ ଚଳନ କରିବେ ମଙ୍ଗଳ, ଏହି ତିନି ରାଶିର ଲୋକେ ହେବେ ମାଲାମାଲ୍, ନୂଆ ଚାକିରୀ ସାଙ୍ଗକୁ ରହିଛି ଧନଲାଭର ଯୋଗ!

Mangal Gochar2023:  ଜୁଲାଇ ୧ ତାରିଖରେ ମଙ୍ଗଳ ସିଂହ (Mangal Gochar 2023) ରାଶିକୁ ଚଳନ କରିବେ। ଯାହାର ପ୍ରଭାବ ୧୨ଟି ରାଶି (zodiac signs) ଉପରେ ମଧ୍ୟ ପଡିବ(Mangal Gochar Effect 2023)। ତେବେ, ମଙ୍ଗଳଙ୍କ (Mangal Gochar) ସିଂହ ରାଶୁକୁ ଚଳନ କଲେ ୧୨ ଟି ରାଶି ଗୁଡିକ ମଧ୍ୟରୁ ଏହି ତିନି ରାଶିରେ ମହାସଂଯୋଗ ସୃଷ୍ଟି ହେବ । ଫଳରେ ଏହି ତିନି ରାଶିଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଆସିବ । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Mangal Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି। ଜୁଲାଇ ୧ ତାରିଖରେ ମଙ୍ଗଳ ସିଂହ (Mangal Gochar 2023) ରାଶିକୁ ଚଳନ କରିବେ। ଯାହାର ପ୍ରଭାବ ୧୨ଟି ରାଶି (zodiac signs) ଉପରେ ମଧ୍ୟ ପଡିବ(Mangal Gochar Effect 2023)। ତେବେ, ମଙ୍ଗଳଙ୍କ (Mangal Gochar) ସିଂହ ରାଶୁକୁ ଚଳନ କଲେ ୧୨ ଟି ରାଶି (Zodiac Sign)ଗୁଡିକ ମଧ୍ୟରୁ ଏହି ତିନି ରାଶିରେ ମହାସଂଯୋଗ ସୃଷ୍ଟି ହେବ । ଫଳରେ ଏହି ତିନି ରାଶିଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଆସିବ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଅଧା ରହିଥିବା କାମ ପୂରା ହେବ । ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Also Read: Weather Update: ଆଜି ସୃଷ୍ଟି ହେବ ଲଘୁଚାପ! ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ, ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ

Also Read: Former Mla Ramamurthy Gamango: ୨୮ ବର୍ଷ ପରେ ଆସିଲା ରାୟ, ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ, ଜାଣନ୍ତୁ କ'ଣ ରହିଛି ପୂରା ମାମଲା?

ଖୋଲିଯିବ ଏହି ରାଶିର ଭାଗ୍ୟ,ରାତାରାତି ହେବେ ମାଲାମାଲ୍!:

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳ ସିଂହ ରାଶିକୁ ଚଳନ କଲେ ମେଷ ରାଶିର ଲୋକଙ୍କୁ ଶୁଭଫଳ ମିଳିବ । ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ,ମଙ୍ଗଳ ମେଷ ରାଶିର ପ୍ରଭୁ ଅଟନ୍ତି।  ଏହି ସମୟରେ ଆପଣଙ୍କ ଅଧା ରହିଥିବା କାର୍ଯ୍ୟ ପୂରା ହେବା ସହ ଆପଣଙ୍କୁ କାର୍ଯ୍ୟାଳୟରେ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି । ଏବଂ ନୂତନ ନିଯୁକ୍ତିର ମଧ୍ୟ ସମ୍ଭାବନା ରହିଛି।  ଏହି ସମୟରେ,ପରିବାରର ସଦସ୍ୟମାନେ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବେ। ଆପଣ ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ କିମ୍ବା ବ୍ୟବସାୟ ପାଇଁ କୌଣସି ଡିଲ୍ କଲେ ଶୁଭଫଳ ପାଇବେ। କମ୍ପିଟେଟିଭ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ସମୟରେ ଆଶାନୁରୂପକ ସଫଳତା ପାଇବେ। 

ତୁଳା : ଏହି ରାଶିର ଲୋକଙ୍କ ପାଇଁ ଜୁଲାଇରେ ମଙ୍ଗଳ ଗମନାଗମନ ଭଲ ଫଳାଫଳ ଆଣିବ। ତୁଳା ରାଶିର ଲୋକମାନଙ୍କର କ୍ୟାରିୟର ଏବଂ ବ୍ୟବସାୟରେ ସଫଳତା ପାଇବା ପାଇଁ ବଡ଼ ସମ୍ଭାବନା ଅଛି। ସେମାନେ ଏକ ନୂତନ ଚାକିରି ଅଫର୍ ମଧ୍ୟ ପାଇପାରନ୍ତି। ଆପଣଙ୍କ ଅଧିକାରୀମାନେ କର୍ମକ୍ଷେତ୍ରରେ ଆପଣଙ୍କ ସହ ସହଯୋଗ କରିବେ। ଯଦି ତୁଳା ରାଶିର ଲୋକମାନେ କୌଣସି ସ୍ଥାନରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହା ଶୁଭ ବୋଲି ପ୍ରମାଣିତ ହେବ। ବ୍ୟବସାୟରେ ଅଧିକ ଲାଭ ପାଇବେ । ସେୟାର ମାର୍କେଟ, ବେଟିଂ ଏବଂ ଲଟେରୀରୁ ଟଙ୍କା ରୋଜଗାର କରିବାରେ ମଧ୍ୟ ଆପଣ ସଫଳ ହେବେ । 

ବିଛା: ମଙ୍ଗଳ ସିଂହ ରାଶିକୁ ଚଳନ କଲେ ବିଛା ରାଶିର ଲୋକଙ୍କୁ ମଧ୍ୟ ଶୁଭଫଳ ପ୍ରାପ୍ତ ହେବ ।  ମଙ୍ଗଳ ଏହି ରାଶିର ନବମ ଘରେ ଗମନାଗମନ କରିବାକୁ ଯାଉଛନ୍ତି ।ତେଣୁ ଏହି ସମୟ ଆପଣଙ୍କ ପାଇଁ ବେଶ ଅନୁକୂଳ ରହିବ । ଏହି ସମୟରେ ଦୀର୍ଘ ଦିନରୁ ଛନ୍ଦି ହୋଇଥିବା କୋଟ କଚେରୀ ମାମଲାରେ ନ୍ୟାୟ ମିଳିବା ସହ ପରିବାରର ସମର୍ଥନ ପାଇବେ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ପାରିବାରେ ଲାଗି ରହିଥିବା ବାଦ ବିଦାଦର ସମାଧାନ ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଦିର୍ଘ ଦିନ ଧରି ଅଟକି ଥିବା ଅର୍ଥ ମଧ୍ୟ ପ୍ରାପ୍ତି ହେବା । ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି । ଏହି ସମୟରେ ଆପଣ ନୂଆ ଜମି ଓ ଘର କିଣି ପାରନ୍ତି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)