Mangal Gochar 2023: ଏହି ଦିନ ରାଶି ପରବର୍ତ୍ତନ କରିବେ ମଙ୍ଗଳ, ୩ଟି ରାଶି ଉପରେ ପଡ଼ିବ ଏପରି ପ୍ରଭାବ
Advertisement

Mangal Gochar 2023: ଏହି ଦିନ ରାଶି ପରବର୍ତ୍ତନ କରିବେ ମଙ୍ଗଳ, ୩ଟି ରାଶି ଉପରେ ପଡ଼ିବ ଏପରି ପ୍ରଭାବ

Mars transit 2023: ଜ୍ୟୋତିଷ ଶାସ୍ତ୍ରରେ, ମଙ୍ଗଳ ଗ୍ରହର ଏହି ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ରାଶି ପରିବର୍ତ୍ତନ ବ୍ୟକ୍ତି ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଥାଏ । ଜାତକରେ ମଙ୍ଗଳ ଉଚ୍ଚ ସ୍ଥିତିରେ ରହିଲେ ବ୍ୟକ୍ତିକୁ ସବୁ କାମରେ ସଫଳତା ମିଳିଥାଏ । ଏହି ଗୋଚର ଫଳରେ ସବୁ ରାଶି ଉପରେ ଏହାର ଶୁଭ ଓ ଅଶୁଭ ପ୍ରଭାବ ରହିବ । ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ।

 

ସୌ(ସୋସିଆଲ ମିଡିଆ)

Mangal Gochar 2023: ଗ୍ରହ ମାନଙ୍କ ସେନାପତି ମଙ୍ଗଳ କିଛି ଦିନ ପରେ କର୍କଟ (cancer) ରାଶିକୁ ଗୋଚର କରିବାକୁ ଯାଉଛନ୍ତି । ମଙ୍ଗଳଙ୍କୁ କ୍ରୋଧ ଓ ସାହସର ଗ୍ରହ ଭାବେ ଗଣାଯାଇଥାଏ। ମଙ୍ଗଳଙ୍କ କୃପା ଫଳରେ ଜଣେ ବ୍ୟକ୍ତି ପୂର୍ଣ୍ଣ ଶକ୍ତି ଓ ସାମର୍ଥ୍ୟ ସହିତ ପ୍ରତ୍ୟେକ କାର୍ଯ୍ୟକୁ କରିଥାଏ । ମଙ୍ଗଳଙ୍କ ରାଶି ପରିବର୍ତ୍ତନ (Mars transit 2023) ପ୍ରତ୍ୟେକ ରାଶି ଉପରେ ପ୍ରଭାବ ପକାଇଥାଏ । ମଇ ୧୦ ତାରିଖ ଅପରାହ୍ନରେ 01.44 ମିନିଟରେ ମଙ୍ଗଳ କର୍କଟ ରାଶିକୁ ଗୋଚର (Mangal Gochar 2023) କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରରେ, ମଙ୍ଗଳ ଗ୍ରହର ଏହି ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ରାଶି ପରିବର୍ତ୍ତନ ବ୍ୟକ୍ତି ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଥାଏ । ଜାତକରେ ମଙ୍ଗଳ ଉଚ୍ଚ ସ୍ଥିତିରେ ରହିଲେ ବ୍ୟକ୍ତିକୁ ସବୁ କାମରେ ସଫଳତା ମିଳିଥାଏ । ଏହି ଗୋଚର ଫଳରେ ସବୁ ରାଶି ଉପରେ ଏହାର ଶୁଭ ଓ ଅଶୁଭ ପ୍ରଭାବ ରହିବ । ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ।

କ୍ୟାରିୟର ବ୍ୟବସାୟ ଉପରେ ରହିବ ଏପରି ପ୍ରଭାବ

ଏହି ଗୋଚର ପ୍ରଭାବ ସବୁ ରାଶି ଉପରେ ପଡ଼ିବ। କର୍କଟ ରାଶିରେ ମଙ୍ଗଳ ଆଗମନ ବ୍ୟକ୍ତିକୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ । ଅବଶ୍ୟ, ଏହାର ପ୍ରଭାବ ହେତୁ ବୃତ୍ତି ବାଛିବାରେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିପାରେ । କର୍କଟ ରାଶିର ଲୋକମାନେ କର୍ମ କ୍ଷେତ୍ରରେ ଉଚ୍ଚ ପଦ ପ୍ରାପ୍ତ କରିବେ। ଖାଦ୍ୟ କିମ୍ବା କଳା କ୍ଷେତ୍ରରେ ଜଡିତ ଲୋକଙ୍କ ପାଇଁ ଏହି ମଙ୍ଗଳ ଗୋଚର ଅତ୍ୟନ୍ତ ଅନୁକୂଳ ରହିବ। କର୍କଟ ରାଶିରେ ଏହି ମଙ୍ଗଳ ଗୋଚର ଆପଣଙ୍କ ସମ୍ପର୍କକୁ ଦୃଢ କରିବ। ଅବିବାହିତ ଲୋକଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । ବ୍ୟବସାୟରେ ଜଡିତ ଥିବା ଲୋକେ ଏହି ସମୟ ମଧ୍ୟରେ ବିଶେଷ ଲାଭ ପାଇବେ। କର୍ମକ୍ଷେତ୍ରରେ ସହଯୋଗ ମିଳିବ ।

କନ୍ୟା ରାଶି- କନ୍ୟା ରାଶିର ଏକାଦଶ ଘରେ ମଙ୍ଗଳ ଗୋଚର କରିବେ । ଏହାଫଳରେ ବ୍ୟବସାୟରେ ନିୟୋଜିତ ଲୋକଙ୍କୁ ବିଶେଷ ଲାଭ ହେବ । ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ଦୃଢ ହେବା ସହ ବିଶେଷ ଲାଭ ମିଳିବ। ବୈବାହିକ ଜୀବନ ସୁଖମୟ ହେବ। ଏହି ସମୟ ମଧ୍ୟରେ ଜୀବନସାଥୀଙ୍କ ସହିତ ବିବାଦ ଓ ମନୋମାଳିନ୍ୟଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ ରାଶି- କୁମ୍ଭ ରାଶିର ଅଷ୍ଟମ ଘରେ ମଙ୍ଗଳ ଗୋଚର କରିବେ । ଏହାର ପ୍ରଭାବରେ କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଏହି ସମୟରେ ଦୀର୍ଘ ଦିନରୁ ଛନ୍ଦି ହୋଇଥିବା ମାମଲାରେ ନ୍ୟାୟ ମିଳିବା ସହ ପରିବାରର ସମର୍ଥନ ପାଇବେ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ପାରିବାରେ ଲାଗି ରହିଥିବା ବାଦ ବିଦାଦର ସମାଧାନ ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମୀନ ରାଶି- ମୀନ ରାଶିର ୫ମ ଘରେ ମଙ୍ଗଳ ଗୋଚର କରିବେ। ଏହି ସମୟ ଛାତ୍ରମାନଙ୍କ ପାଇଁ ବେଶ ଶୁଭଫଳ ପ୍ରଦାନ କରିବ । ଚାକିରି ଆଶାରେ ଥିବା ଲୋକଙ୍କୁ ସଫଳତା ମିଳିବ। ପଦୋନ୍ନତି ନେଇ ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ପାରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )