Trikona Rajyoga: ଦିର୍ଘ ଦଶନ୍ଦି ପରେ ପଡି଼ଛି ମହାସଂଯୋଗ, ଏହି ତିନି ରାଶିଙ୍କ ଉପରେ ଧନର ବର୍ଷା କରିବେ ମଙ୍ଗଳ-ଶନି !
Advertisement

Trikona Rajyoga: ଦିର୍ଘ ଦଶନ୍ଦି ପରେ ପଡି଼ଛି ମହାସଂଯୋଗ, ଏହି ତିନି ରାଶିଙ୍କ ଉପରେ ଧନର ବର୍ଷା କରିବେ ମଙ୍ଗଳ-ଶନି !

Trikona Rajyoga:  ଶନି (shanidev) ଦର୍ଘ ୩୦ ବର୍ଷ ପରେ ନିଜ ମୂଳ ରାଶି କୁମ୍ଭକୁ ଛାଡି କନ୍ୟା ରାଶିକୁ ଚଳନ କରିଛନ୍ତି । ବର୍ତ୍ତମାନ ଶନି କନ୍ୟା ରାଶରେ ଥିବା ବେଳେ ମଙ୍ଗଳ ମଧ୍ୟ ସେହି ରାଶିରେ ଅବସ୍ଥାନ କରିଛନ୍ତି । ଫଳରେ ତ୍ରିକୋଣ ରାଜଯୋଗ ସୃଷ୍ଟି ହୋଇଛି । ଦିର୍ଘ ୩୦ ବର୍ଷ ପରେ ଏହି ମହା ସଂଯୋଗ ପଡିଛି । ଫଳରେ ଶନି (shani dev) ଓ ମଙ୍ଗଳ (Mangal) ଗୋଟିଏ ରାଶିରେ ଥିବାରୁ ଏହି ତିନି ରାଶିଙ୍କ ଜୀବନରେ ବଡ ପରିବର୍ତ୍ତନ ଆଜିଠାରୁ ଆସିବ । 

ସୌଜନ୍ୟ- ସୋସିଆଲ ମିଡି଼ଆ

Trikona Rajyoga: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ , ୨୭ ନକ୍ଷେତ୍ର ଓ ନଅଟି ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (Grah Gochar 2023 ) କରିଥାଆନ୍ତି ।  ଗ୍ରହ ଗୁଡିକର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା ଦ୍ବାରା ସମସ୍ତ ୧୨ଟି ରାଶି (zodiac signs) ଉପରେ ପ୍ରଭାବ ପଡିଥାଏ।  ଶନି (shanidev) ଦର୍ଘ ୩୦ ବର୍ଷ ପରେ ନିଜ ମୂଳ କୁମ୍ଭ ରାଶିକୁ ଛାଡି କନ୍ୟା ରାଶିକୁ ଚଳନ କରିଛନ୍ତି । ବର୍ତ୍ତମାନ ଶନି କନ୍ୟା ରାଶରେ ଥିବା ବେଳେ ମଙ୍ଗଳ ମଧ୍ୟ ସେହି ରାଶିରେ ଅବସ୍ଥାନ କରିଛନ୍ତି । ଫଳରେ ତ୍ରିକୋଣ ରାଜଯୋଗ ସୃଷ୍ଟି ହୋଇଛି । ଦିର୍ଘ ୩୦ ବର୍ଷ ପରେ ଏହି ମହା ସଂଯୋଗ ପଡିଛି । ଫଳରେ ଶନି (shani dev) ଓ ମଙ୍ଗଳ (Mangal) ଗୋଟିଏ ରାଶିରେ ଥିବାରୁ ଏହି ତିନି ରାଶିଙ୍କ ଜୀବନରେ ବଡ ପରିବର୍ତ୍ତନ ଆଜିଠାରୁ ଆସିବ । ସେମାନଙ୍କ ଜୀବନରେ ସମସ୍ତ ବାଧା ବିଘ୍ନ ଦୂର ହେବା ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହେବ। ୨୦୨୫, ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଏହି ତିନି ରାଶିଙ୍କ ଭାଗ୍ୟ ଚମକିବ। ତେବେ, ଆସନ୍ତୁ ସେହି ତିନି ରାଶିଙ୍କ ବିଷୟରେ ଜାଣିବା ...

Also Read: Odisha News: ହାଇକୋର୍ଟରେ ୨ ନୂଆ ବିଚାରପତି, ଶିବଶଙ୍କରଙ୍କୁ ନେଇ କୋରାପୁଟ ଉତ୍‍ଫୁଲ୍ଲିତ

ଏହି ତିନି ରାଶିର ବ୍ୟକ୍ତି ହେବେ ମାଲେମାଲ୍:

ସିଂହ ରାଶି:  ତ୍ରିକୋଣ ରାଜଯୋଗ ସୃଷ୍ଟି କାରଣରୁ ଏହି ରାଶିର ଲୋକଙ୍କ ଜୀବନ ଆଜିଠାରୁ ବଡ ପରିବର୍ତ୍ତନ ଆସିବ। ବ୍ୟବସାୟରେ ବ୍ୟୟ ଅପେକ୍ଷା ଆୟ ବେଶ୍ ଅଧିକ ରହିବ। ଖାସ୍ କରି ଯେଉଁମାନେ ଚାକିରି କରୁଛନ୍ତି ସେମାନେ କାର୍ଯ୍ୟାଳୟରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ଏହା ସହ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ଆପଣଙ୍କୁ ମିଳିପାରେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି ସେମାନେ ଏହି ସମୟ ମଧ୍ୟରେ ଶୁଭଫଳ ପାଇବେ। ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି । ଏହି ସମୟରେ ଆପଣ ନୂଆ ସମ୍ପତ୍ତି, ଘର ଓ ଗାଡି଼ ମଧ୍ୟ କ୍ରୟ କରିପାରିବ। ବୈବାହିକ ଜୀବନ ସୁଖମୟ ହେବ। 

ତୁଳା ରାଶି : ଶନି ଓ ମଙ୍ଗଳଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ କେବେବି ଧନର ଅଭାବ ରହିବ ନାହିଁ। ମାର୍କେଟିଂ ସହ ଜଡିକ କାର୍ଯ୍ୟରେ ଆପଣଙ୍କୁ ବିପୁଳ ଲାଭ ମିଳିବ। କ୍ୟାରିୟରରେ ଆପଣଙ୍କୁ ଶୁଭଫଳ ମିଳିବ ।  ଖାସ୍ କରି ଭଲ ଚାକିରି ପ୍ରସ୍ତାବ ମଧ୍ୟ ମିଳିପାରେ। ଏହା ସହ ଅବିବାହିତ ଯୁବକ ଯୁବତୀମାନଙ୍କୁ ଏହି ସମୟରେ ଭଲ ପ୍ରସ୍ତାବ ମଧ୍ୟ ବିବାହ ପାଇଁ ମିଳିପାରେ। ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି । ଯେଉଁମାନେ ଦିର୍ଘ ସମୟର ଧରି  କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇଥନ୍ତି । ଏହି ସମୟରେ ରାୟ ସେମାନଙ୍କ ସପକ୍ଷରେ ଆସିବ। ଶତ୍ରୃମାନେ ରଚୁଥିବା ଷଡଯନ୍ତ୍ରରେ ବିଫଳ ହେବେ। ଆର୍ଥିକ ସ୍ଥିତି ମଧ୍ୟ ବେଶ୍ ମଜବୁତ ରହିବ। 

ଧନୁ ରାଶି:  ତ୍ରିକୋଣ ରାଜଯୋଗର ଅଧିକ ଫାଇଦା ପାଇବେ ଏହି ରାଶିର ଲୋକେ। ଏହି ସମୟ ମଧ୍ୟରେ ବ୍ୟବସାୟରେ ବହୁତ ଅଗ୍ରଗତି ହେବ । ବ୍ୟବସାୟରେ ଆର୍ଥିକ ଲାଭ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିବ । ଚାକିରିରେ ପଦୋନ୍ନତି ସହିତ ଦରମା ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ଅଛି । ଏହି ଅବଧି ମଧ୍ୟରେ ପାରିବାରିକ ଜୀବନରେ ସୁଖମୟ ହେବ। ଆପଣ ଏହି ସମୟ ମଧ୍ୟରେ ବିଦେଶରୁ ଆର୍ଥିକ ଲାଭ ପାଇପାରିବେ । ଏବଂ ଏହି ସମୟ ମଧ୍ୟରେ ଆପଣ ପିଲାମାନଙ୍କ ପାଖରୁ ଭଲ ଖବର ପାଇବେ । ସ୍ବାସ୍ଥ୍ୟ ଭଲ ରହିବ। ନିଜ ଜୀବନ ସାଥୀଙ୍କ ସହିତ ଅଧିକ ସମୟ ବିତାଇବେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)