Diabetes: ମଧୁମେହ ରୋଗୀଙ୍କ ପାଇଁ ସଞ୍ଜିବନୀ ଏହି ୧୦ଟି ଖାଦ୍ୟ, ଦରକାର ପଡ଼ିବନି ଚିକିତ୍ସା କି ମେଡିସିନ୍...
Advertisement

Diabetes: ମଧୁମେହ ରୋଗୀଙ୍କ ପାଇଁ ସଞ୍ଜିବନୀ ଏହି ୧୦ଟି ଖାଦ୍ୟ, ଦରକାର ପଡ଼ିବନି ଚିକିତ୍ସା କି ମେଡିସିନ୍...

Diabetes Diet: ମଧୁମେହ (Diabetes) ରୋଗ ସଭିଁଙ୍କ ପାଇଁ ବର୍ତ୍ତମାନ ମୁଣ୍ଡ ବିନ୍ଧାର କାରଣ ହେଲାଣୀ । ଘରେ ଘରେ ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷ କରି ଭାରତରେ ଡାଏବିଟିସ୍‌ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ସେଥିପାଇଁ ଭାରତକୁ ବିଶ୍ୱର ଡାଏବିଟିସ୍‌ ରାଜଧାନୀ ବୋଲି କୁହାଯାଇଛି। ଡାଏବିଟିସ୍‌ (Diabetes)ହେଲେ ଏହା ଯେ, ଆଉ କେବେ ଭଲ ହେବନାହିଁ ଲୋକମାନଙ୍କ ମନରେ ଏହି ଭ୍ରାନ୍ତ ଧାରଣାଟି ରହି ଆସିଛି। କିନ୍ତୁ ଡାଏବିଟିସ୍‌ ରୋଗୀ ମଧ୍ୟ ସାଧାରଣ ଲୋକଙ୍କ ଭଳି ସବୁ କିଛି କରିପାରିବେ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Diabetes Diet News In Odia : ମଧୁମେହ (Diabetes) ରୋଗ ସଭିଁଙ୍କ ପାଇଁ ବର୍ତ୍ତମାନ ମୁଣ୍ଡ ବିନ୍ଧାର କାରଣ ହେଲାଣୀ । ଘରେ ଘରେ ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷ କରି ଭାରତରେ ଡାଏବିଟିସ୍‌ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ସେଥିପାଇଁ ଭାରତକୁ ବିଶ୍ୱର ଡାଏବିଟିସ୍‌ ରାଜଧାନୀ ବୋଲି କୁହାଯାଇଛି। ଡାଏବିଟିସ୍‌ (Diabetes)ହେଲେ ଏହା ଯେ, ଆଉ କେବେ ଭଲ ହେବନାହିଁ ଲୋକମାନଙ୍କ ମନରେ ଏହି ଭ୍ରାନ୍ତ ଧାରଣାଟି ରହି ଆସିଛି। କିନ୍ତୁ ଡାଏବିଟିସ୍‌ ରୋଗୀ ମଧ୍ୟ ସାଧାରଣ ଲୋକଙ୍କ ଭଳି ସବୁ କିଛି କରିପାରିବେ। ସେମାନେ ସୁସ୍ଥ ରହିବାକୁ ଚାହୁଁଥିଲେ ବିଶେଷ ଦୈନିକ ଔଷଧ ସେବନ ସହ କିଛି ଘରୋଇ ଉପଚାର କଲେ ଏହି ରୋଗର ମୁକ୍ତି ମିଳିପାରିବ । ତେବେ ମଧୁମେହ ରୋଗୀମାନେ ନିଜ ଡାଏଟରେ ଏହି ୧୦ ଟି ଖାଦ୍ୟ(10 foods) ସାମିଲ କଲେ ବ୍ଲଡ ସୁଗାର ଲେବଲ୍ ନିୟନ୍ତ୍ରଣରେ ରହିବ । ଏବଂ ସହଜରେ ମଧୁମେହକୁ ଦୂର କରାଯାଇପାରିବ । 

ଏ-ହି ସବୁ ଖାଦ୍ୟ ମଧୁମେହ ରୋଗୀମାନେ ନିଜ ଖାଦ୍ୟରେ ସାମିଲ୍ କରନ୍ତୁ:

ଅଣ୍ଡା: ଅଣ୍ଡାକୁ ପ୍ରୋଟିନର ଉତ୍ସ ବୋଲି କୁହାଯାଏ । ରକ୍ତରେ ଶର୍କରା ସ୍ତରକୁ ସ୍ଥିର ନିୟନ୍ତ୍ରଣରେ ରଖିବା ପାଇଁ ମଧୁମେହ ରୋଗୀମାନେ ପ୍ରତ୍ୟକ ଦିନ ନିଜ ଖାଦ୍ୟରେ ସିଝା ଅଣ୍ତା ସାମିଲ୍ କରିବା ଉଚିତ୍ । ଯାହା ଆପଣଙ୍କ ରକ୍ତରେ ଶର୍କରାର ସ୍ତରକୁ ବଢିବାକୁ ଦିଏ ନାହିଁ କି ଓଜନ ହ୍ରାସ କରିବାରେ ସାହାଯ୍ୟ ମଧ୍ୟ କରେ । 

Also  Read: Watermelon Side Effects: ଏମାନଙ୍କ ପାଇଁ ଲାଭ ବଦଳରେ ଶରୀରରକୁ ଅଧିକ କ୍ଷତି ପହଞ୍ଚାଇ ଥାଏ ତରଭୁଜ

Also  Read: Bhubaneswar News: ରାଜଧାନୀରେ କୁକୁର ରଖିଥିଲେ ସାବଧାନ! ଗଣିପାରନ୍ତି ମୋଟା ଅଙ୍କର ଜରିମାନା

କନ୍ଦମୂଳ: ମଧୁମେହ (Diabetes) ରୋଗୀଙ୍କ ପାଇଁ କନ୍ଦମୂଳ ଏକ ରାମବାଣ ପରି କାର୍ଯ୍ୟ କରେ। ଏଥିରେ ଅତ୍ୟାବଶ୍ୟକ କାର୍ବସ୍ ଥାଏ । ଗୋଟିଏ କନ୍ଦମୂଳରେ ୪ ଗ୍ରାମ ଫାଇବର ଏବଂ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଯାହା ଆପଣଙ୍କ ରକ୍ତରେ ଶର୍କରାର ସ୍ତରକୁ ବଢିବାକୁ ଦିଏ ନାହିଁ

ତେଲିଆ ମାଛ: (Omega-3-rich fish) ଓମେଗା ୩ ରିଚ୍ ଫିସ୍  ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଏକ ବରଦାନ ସଦୃଶ । ଯେପରିକି,ସଲମୋନ, ହେରିଙ୍ଗ, ସାର୍ଡିନ୍, ମାକେର୍, ଟ୍ରାଉଟ୍ ଏବଂ ଚୁନା ମାଛ ହୃଦଘାତର ଆଶଙ୍କା ହ୍ରାସ କରିଥାଏ । ଚକ୍ଷୁ ଜନିତ ସମସ୍ୟା ଦୂର ହେବା ସହ ବ୍ଲଡ ସୁଗାର ଲେବଲ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । 

ପାଳଙ୍ଗ : ପାଳଙ୍ଗ ଶାଗ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏକ ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ମଧୁମେହରେ ପୀଡିତ ଥିବା ରୋଗୀମାନେ ଏହାକୁ ସେବନ କରିବା ଉଚିତ୍ । ଏହାକୁ ଖାଇବା ଦ୍ବାରା , ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ। ସବୁଜ ପତ୍ରଯୁକ୍ତ ପନିପରିବାରେ ପଲିଫେନୋଲ ଏବଂ ଭିଟାମିନ୍ ସି ଥାଏ । ଏହା ମଧୁମେହର ଆଶଙ୍କା ହ୍ରାସ କରିଥାଏ ।

ଆଭୋକାଡୋ (avocado): ଏ-ହି ଫଳ ସୁସ୍ଥ ରହିବାର ଏକ ଉତ୍ତମ ଉତ୍ସ, ଯାହା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ଏବଂ ଇନସୁଲିନ୍ ସ୍ପାଇକ୍ ହ୍ରାସ କରିବାରେ ସାହାଯ୍ୟ କରେ । ତଥାପି, ଏଥିରେ କ୍ୟାଲୋରୀ ଅଧିକ ଥାଏ, ତେଣୁ ଏହାର ଖାଦ୍ୟ ପରିମାଣର ଯତ୍ନ ନେବା ଜରୁରୀ ।

ବିନ୍ସ : ଶୀତଦିନିଆ ପରିବା (beans)ବିନ୍ସ  । ଏଥିରେ ଫାଇବର ଏବଂ ପ୍ରୋଟିନ ଭରପୂର ପରିମାଣରେ ରହିଛି । ଯାହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିଥାଏ।

ଦହି: ଦହିରେ ପ୍ରୋଟିନ୍ ଭରପୂର ଏବଂ କାର୍ବୋହାଇଡ୍ରେଟ୍ କମ୍ ଥାଏ । ଏହାକୁ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ ଏବଂ ରକ୍ତରେ ଶର୍କରା ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ବିନା ଚିନିରେ ଦହି ଖାଇବାକୁ ଚେଷ୍ଟା କରନ୍ତୁ ।

ବେରୀ:  ବିରିରେ ପ୍ରାକୃତିକ ମଧୁରତା ଥାଏ । ସେଥିରେ ମିଳୁଥିବା ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ରକ୍ତରେ ଶର୍କରା ବୃଦ୍ଧିରୁ ରକ୍ଷା କରିଥାଏ ଏବଂ ହୃଦରୋଗରୁ ରକ୍ଷା କରିଥାଏ 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)