Lakshmi Narayan Rajyog: ଏହି ଦିନ ସୃଷ୍ଟି ହେବ ରାଜଯୋଗ, ୩ ରାଶିଙ୍କୁ ଅର୍ଥପ୍ରାପ୍ତି ଯୋଗ!
Advertisement

Lakshmi Narayan Rajyog: ଏହି ଦିନ ସୃଷ୍ଟି ହେବ ରାଜଯୋଗ, ୩ ରାଶିଙ୍କୁ ଅର୍ଥପ୍ରାପ୍ତି ଯୋଗ!

Lakshmi Narayan Rajyog: ଯେତେବେଳେ କୌଣସି ଗ୍ରହ ରାଶି ବା ନକ୍ଷତ୍ର ପରିବର୍ତ୍ତନ କରିଥାଆନ୍ତି ସେ ସମୟରେ ଶୁଭ ବା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ । ସେହିପରି ଗ୍ରହମାନଙ୍କର ରାଶି ପରିବର୍ତ୍ତନ ହେତୁ ରାଜଯୋଗ ମଧ୍ଯ ସୃଷ୍ଟି ହୋଇଥାଏ । ଏହି ରାଜଯୋଗର ପ୍ରଭାବ ଜୀବ ଜଗତର ସମସ୍ତ ପ୍ରାଣୀକୁ ପ୍ରଭାବିତ କରିଥାଏ ।

ଶାସ୍ତ୍ର ଅନୁଯାୟୀ, ଆସନ୍ତା ମେରେ କୁମ୍ଭ ରାଶିରେ ବୁଧ ଓ ଶୁକ୍ରଙ୍କ ସଂଯୋଗ ହେବାକୁ ଯାଉଛି । ଏହି ଦୁଇ ଗ୍ରହଙ୍କ ସଂଯୋଗ ଫଳରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେବ। ଯାହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ପଡ଼ିବ । ତେବେ ଏହି ରାଜଯୋଗ ଫଳରେ ତିନୋଟି ରାଶି ବେଶ ଲାଭବାନ ହେବ । ତେବେ ଆସନ୍ତୁ ଜାଣିବା ସେହି ତିନି ରାଶିଙ୍କ ବିଷୟରେ ।

ମିଥୁନ ରାଶି- ରାଜଯୋଗ ଫଳରେ ଚାକିରିଆଙ୍କୁ ପଦୋନ୍ନକି ମିଳିବା ନେଇ ଯୋଗ ରହିଛି । ରୋଜଗାରର ନୂତନ ଉତ୍ସ ସୃଷ୍ଟି ହେବ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ବ୍ୟବସାୟୀ ମାନେ ଲାଭବାନ ହେବେ । ଜୀବନସାଥୀଙ୍କ ସହଯୋଗ ମିଳିବ। ଦୂରସ୍ଥାନକୁ ଭ୍ରମଣ ନେଇ ଯୋଗ ରହିଛି । ଲାଗି ରହିଥିବା ସମସ୍ୟା ଦୂର ହେବ ।

କୁମ୍ଭ ରାଶି- ଏହି ଯୋଗ କୁମ୍ଭ ରାଶିର ଆୟ ସ୍ଥାନରେ ଗଠନ ହେବାକୁ ଯାଉଛି । ତେଣୁ ଏହି ରାଶିର ବ୍ୟକ୍ତି ବିଶେଷ ଲକ୍ଷ୍ମୀ ନାରାୟଣ ରାଜଯୋଗ ଫଳରେ ବିଶେଷ ଭାବେ ଲାଭବାନ ହେବେ । ଏହି ଅବଧି ମଧ୍ଯରେ ଆୟରେ ବୃଦ୍ଧି ହେବ। ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ସମାପ୍ତ ହେବ। ଅର୍ଥ ବିନିଯୋଗରୁ ଲାଭ ମିଳିବ । ଜୀବନସାଥୀଙ୍କ ଠାରୁ ଭଲ ଖବର ପାଇପାରନ୍ତି ।

ମୀନ ରାଶି- ମୀନ ରାଶି ପାଇଁ ମଧ୍ଯ ଏହି ରାଜଯୋଗ ଶୁଭ ପ୍ରମାଣିତ ହେବ । ଏହି ରାଜଯୋଗ ମୀନ ରାଶିର କର୍ମ ଗୃହରେ ଗଠିତ ହେବ। ଫଳରେ ଏହି ସମୟ ମଧ୍ଯରେ ଦରମା ବୃଦ୍ଧି ସହ ପଦୋନ୍ନତି ନେଇ ଯୋଗ ରହିଛି । ଆକସ୍ମିକ ଧନଲାଭ ହେବ । ଦୂରଯାତ୍ରା ସଫଳ ହେବ । ପରିବାରରେ ସୁଖ ସମୃଦ୍ଧି ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ରାଜନୀତି ସହ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)