Kumbha Sankranti: କାହିଁକି ପାଳନ କରାଯାଏ କୁମ୍ଭ ସଂକ୍ରାନ୍ତି, ଜାଣନ୍ତୁ ଏହାର ମାହାତ୍ମ୍ୟ
Advertisement

Kumbha Sankranti: କାହିଁକି ପାଳନ କରାଯାଏ କୁମ୍ଭ ସଂକ୍ରାନ୍ତି, ଜାଣନ୍ତୁ ଏହାର ମାହାତ୍ମ୍ୟ

Kumbha Sankranti 2023: ଆଜି ସୂର୍ଯ୍ୟ ମକର ରାଶି ଛାଡି଼ କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି। ତେଣୁ ଆଜିର ଦିନକୁ କୁମ୍ଭ ସଂକ୍ରାନ୍ତି ଭାବେ ପାଳନ କରାଯିବ। ଏହି ପବିତ୍ର ଦିନରେ ବ୍ରହ୍ମ ମୂହୁର୍ତ୍ତରେ ଶଯ୍ୟା ତ୍ୟାଗ କରି ସ୍ନାନ ଓ ଦାନ କଲେ ପୁଣ୍ୟ ମିଳିଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ।

ସୌ(ସୋସିଆଲ ମିଡିଆ)

Kumbha Sankranti 2023: ହିନ୍ଦୁ ଧର୍ମରେ ସଂକ୍ରାନ୍ତିକୁ ଏକ ପବିତ୍ର ଦିନ ଭାବେ ପାଳନ କରାଯାଏ।। ସଂକ୍ରାନ୍ତି ଦିନ ସୂର୍ଯ୍ୟ ଏହାର ରାଶି ପରିବର୍ତ୍ତନ କରିଥାଆନ୍ତି। ଯେଉଁ ରାଶିରେ ସୂର୍ଯ୍ୟ ପ୍ରବେଶ କରନ୍ତି, ସେହି ଦିନ ଉକ୍ତ ରାଶି ନାମରେ ସଂକ୍ରାନ୍ତି ପଡି଼ଥାଏ। ଆଜି ସୂର୍ଯ୍ୟ ମକର ରାଶି ଛାଡି଼ କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି। ତେଣୁ ଆଜିର ଦିନକୁ କୁମ୍ଭ ସଂକ୍ରାନ୍ତି ଭାବେ ପାଳନ କରାଯିବ। ଏହି ପବିତ୍ର ଦିନରେ ବ୍ରହ୍ମ ମୂହୁର୍ତ୍ତରେ ଶଯ୍ୟା ତ୍ୟାଗ କରି ସ୍ନାନ ଓ ଦାନ କଲେ ପୁଣ୍ୟ ମିଳିଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ।

୧୨ଟି ରାଶି ଉପରେ ଆଧାରିତ ୧୨ଟି ସଂକ୍ରାନ୍ତି ମଧ୍ୟରୁ ୧୧ତମ ସଂକ୍ରାନ୍ତିକୁ କୁମ୍ଭ ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ। ଆଜିର ଦିନରେ ଲୋକେ ସକାଳୁ ଉଠି ଗଙ୍ଗା ଓ ଯମୁନା ପରି ପବିତ୍ର ନଦୀରେ ବୁଡ଼ ପକାଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ଉପାସନା କରିବା ଦ୍ୱାରା ଭଗବାନଙ୍କର ଆଶିର୍ବାଦ ଲାଭ ହୋଇଥାଏ। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ, ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ମଣିଷ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିଥାଏ। ସମାଜରେ ସମ୍ମାନ ବଢିବା ସହ ଉଚ୍ଚ ମାନ୍ୟତା ମିଳିଥାଏ।

ପୁରାଣ ଅନୁସାରେ, କୁମ୍ଭ ସଂକ୍ରାନ୍ତି ଇତିହାସ ବିଷ୍ଣୁ ପୁରାଣରେ ବର୍ଣ୍ଣିତ ସମୁଦ୍ର ମନ୍ଥନ ଧାରା ସହିତ ଜଡି଼ତ । ଏହି ଧାରାରେ ସାଧୁ ଦୁର୍ବାସା ପ୍ରଭୁ ଇନ୍ଦ୍ର ଓ ଅନ୍ୟ ଦେବମାନଙ୍କୁ ସେମାନଙ୍କ ଶକ୍ତି ଓ ଭାଗ୍ୟରୁ ବଞ୍ଚିତ କରିଥିବାରୁ ଅଭିଶାପ ଦେଇଥିବା ଘଟଣାକୁ ବର୍ଣ୍ଣନା କରିଛି । ଅଭିଶାପ ପରେ ଯୁଦ୍ଧରେ ଦେବଙ୍କୁ ପରାସ୍ତ କରିଥିଲା ରାକ୍ଷସ ବାଳି। ପରାଜିତ ହେବା ପରେ ଦେବମାନେ ଭଗବାନ ବିଷ୍ଣୁଙ୍କ ସାହାଯ୍ୟ ଲୋଡି଼ଥିଲେ, ଯିଏ ସେମାନଙ୍କୁ ଗଭୀର ସମୁଦ୍ର ମନ୍ଥନ କରି ଅମୃତ ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିମ୍ବଦନ୍ତୀ ଅନୁସାରେ ମନ୍ଥନ ହୋଇଥିବା ଅମୃତକୁ ଦେବତା ମାନେ ପୃଥିବୀର ୪ଟି ସ୍ଥାନରେ ଲୁଚାଇ ରଖିଥିଲେ, ଯେଉଁ ସ୍ଥାନ ଗୁଡି଼କୁ ଏବେ ପବିତ୍ର ସ୍ଥାନ ଭାବେ ପୂଜା କରାଯାଉଛି। ଏହି ପବିତ୍ର ସ୍ଥାନ ଗୁଡିକ ହେଉଛି ଉତ୍ତରାଖଣ୍ଡର ହରିଦ୍ୱାର, ନାଶିକର ଗୋଦାବରୀ, ଉଜ୍ଜୈନର କ୍ଷୀପ୍ରା ଓ ଆହ୍ଲାବାଦର ପ୍ରୟାଗ।

କୁମ୍ଭ ସଂକ୍ରାନ୍ତି ଅବସରରେ ଭକ୍ତମାନେ ପବିତ୍ର ନଦୀରେ ବୁଡ଼ ପକାଇ ସୂର୍ଯ୍ୟ ଭଗବାନଙ୍କୁ ଆଶୀର୍ବାଦ ଭିକ୍ଷା କରିବା ସହ ଭାଗ୍ୟ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି। ବିଶ୍ୱାସ କରାଯାଏ ଯେ ପବିତ୍ର ସ୍ନାନ ଦ୍ୱାରା ପାପ କ୍ଷୟ ହୋଇଥାଏ ଓ ଭକ୍ତମାନଙ୍କୁ ପରିତ୍ରାଣ ମିଳିବାରେ ସାହାଯ୍ୟ କରେ। କୁମ୍ଭ ସଂକ୍ରାନ୍ତି ଦିନ ଗାଈ ମାନଙ୍କୁ ପୂଜା କରିବା ସହ ଖାଦ୍ୟ ପ୍ରଦାନ କଲେ ପୂଣ୍ୟ ମିଳିଥାଏ। ଏହି ଦିନ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ, ଏହି ଦିନ କଳା ରାଶିରେ ତିଆରି ଖାଦ୍ୟ ଦାନ କରିବା ଦ୍ୱାରା ସୂର୍ଯ୍ୟଦେବ, ଶନିଦେବ ଓ ଭଗବାନ ବିଷ୍ଣୁଙ୍କ କୃପା ଲାଭ ହୋଇଥାଏ।