Tonsil Cancer: କାହିଁକି ହୁଏ ଟନ୍‌ସିଲ କର୍କଟ ? ଜାଣନ୍ତୁ ରୋଗର ପ୍ରକାର ଓ ଲକ୍ଷଣ
Advertisement

Tonsil Cancer: କାହିଁକି ହୁଏ ଟନ୍‌ସିଲ କର୍କଟ ? ଜାଣନ୍ତୁ ରୋଗର ପ୍ରକାର ଓ ଲକ୍ଷଣ

Tonsil Cancer: ଶୀତ ଋତୁରେ ଟନସିଲର ସମସ୍ୟା ପ୍ରାୟତଃ ଅଧିକାଂଶ ଲୋକଙ୍କ ଠାରେ ଦେଖାଦେଇ ଥାଏ । ତେବେ, ବର୍ତ୍ତମାନ ଆପଣଙ୍କ ମନରେ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହି ଟନସିଲ୍ କ’ଣ? ଆସନ୍ତୁ ଏ ବିଷୟରେ ଆପଣଙ୍କୁ ବିସ୍ତୁତ ଭାବରେ ବର୍ଣ୍ଣନା କରିବୁ । ଆମ ପାଟି ଭିତର ଶେଷ ଭାଗରେ ଦୁଇଟି ଅଣ୍ତା ଆକୃତିର ଦୁଇଟି ମୋଟା ଅଂଶ ରହିଛି ।

ସୌଜନ୍ୟ-ସୋସିଆଲ ମିଡିଆ

Tonsil Cancer: ଶୀତ ଋତୁରେ ଟନସିଲର ସମସ୍ୟା ପ୍ରାୟତଃ ଅଧିକାଂଶ ଲୋକଙ୍କ ଠାରେ ଦେଖାଦେଇ ଥାଏ । ତେବେ, ବର୍ତ୍ତମାନ ଆପଣଙ୍କ ମନରେ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହି ଟନସିଲ୍  କ’ଣ? ଆସନ୍ତୁ ଏ ବିଷୟରେ ଆପଣଙ୍କୁ ବିସ୍ତୁତ ଭାବରେ ବର୍ଣ୍ଣନା କରିବୁ । ଆମ ପାଟି ଭିତର ଶେଷ ଭାଗରେ ଦୁଇଟି ଅଣ୍ତା ଆକୃତିର ଦୁଇଟି ମୋଟା  ଅଂଶ ରହିଛି । ଯାହାକୁ ଆମେ ଟନସିଲ୍ ବୋଲି କହିଥାଉ। ଯେତେବେଳେ ଶୀତ ଋତୁ ଆସେ, ସେତେବେଳେ ଅନେକ ଲୋକଙ୍କର ଗଳା, କାଶ ଏବଂ ଫୁଲା ଭଳି ସମସ୍ୟା ଦେଖାଯାଏ । ଏହାର ଲକ୍ଷଣ ଟନସିଲ୍ ସଂକ୍ରମଣ ହୋଇପାରେ। ଏହି ସଂକ୍ରମଣକୁ ଟନସିଲାଇଟିସ୍ କୁହାଯାଏ ।  

ଟନସିଲ୍ କର୍କଟ :
ମିଡିଆ ରିପୋର୍ଟ ଅନୁଯାୟୀ, ଟନସିଲ ଯେ କୌଣସି ବୟସରେ ହୋଇପାରେ। ବେଳେବେଳେ ଏହାର ସମସ୍ୟା ଏତେ ଗମ୍ଭୀର ହୋଇଯାଏ ଯେ, ଜ୍ବର ମଧ୍ୟ ହୁଏ । ସାଧାରଣତଃ ଗୋଟିଏ  ସପ୍ତାହ ମଧ୍ୟରେ ଟନସିଲ୍ ସମସ୍ୟା ଦୂର ହୋଇଥାଏ। ଯଦି ଏହା ଦିର୍ଘ ଦିନ ଧରି ରୁହେ। ତେବେ ଏହା ମଧ୍ୟ କର୍କଟର ରୂପ ନେଇପାରେ। 

ଟନସିଲ୍ କର୍କଟ ଲକ୍ଷଣ :

ଟନସିଲ୍ କର୍କଟ  ଯେତେବେଳେ ହୁଏ, ସେତେବେଳ ଟନସିଲର କୋଷଗୁଡ଼ିକ ଅସ୍ୱାଭାବିକ ଭାବରେ ବଢିବାକୁ ଲାଗେ। ଟନସିଲ କର୍କଟ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଯେ କୌଣସି ଖାଦ୍ୟ ଗିଳିବାରେ ଅସୁବିଧା ହୁଏ।  ବେକରେ ଫୁଲା ଏବଂ ଯନ୍ତ୍ରଣା ମଧ୍ୟ ଦେଖାଦେଇଥାଏ । ସେହିପରି କାନରେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଓଜନ ହ୍ରାସ ସହ ଥକ୍କା ଲାଗିବା। ଯେତେବେଳେ ଆପଣଙ୍କ ଠାରେ ଏହି ସବୁ ଲକ୍ଷଣ ଦେଖାଦେବ , ତେବେ ଆପଣ ସେତେବେଳ ସତର୍କ ହେବା ସହ ଡାକ୍ତରଙ୍କ ପରମର୍ଶ ନେବା ଉଚିତ୍ । 
 

ଟନସିଲାଇଟିସ୍ କାହିଁକି ହୁଏ :

ଟନସିଲାଇଟିସରେ ଅଧିକାଂଶ ରୋଗ ସାଧାରଣ ଜୀବାଣୁ ସଂକ୍ରମଣ ହେତୁ ହୋଇଥାଏ କିନ୍ତୁ ବେଳେବେଳେ ଏହା ଜୀବାଣୁ ସଂକ୍ରମଣ ହେତୁ ମଧ୍ୟ ହୋଇଥାଏ। ଅଧିକାଂଶ କ୍ଷେତ୍ରରେ, ଷ୍ଟ୍ରେପ୍ଟୋକୋକାଲ୍ ବ୍ୟାକଟେରିଆ  ଦ୍ବାରା ହୋଇଥାଏ । ଯାହା ଷ୍ଟେପ ଥ୍ରୋଡ ସୃଷ୍ଟି କରିଥାଏ ।  ଯଦି ଏହାର ଠିକ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହି ଅବସ୍ଥା ବିପଜ୍ଜନକ ହୋଇପାରେ।
 
 ଟନସିଲ୍ କେତେ ପ୍ରକାର ଅଛି ?

ଆକ୍ୟୁ ଟନ୍ସିଲାଇଟିସ : ଏକ ଜୀବାଣୁ ବା ଭୂତାଣୁ ପ୍ରଥମେ  ଟନସିଲକୁ ସଂକ୍ରମିତ କରନ୍ତି। ଯେଉଁଥିପାଇଁ ଗଳାରେ ଫୁଲିଯିବା ଏବଂ ଯନ୍ତ୍ରଣା ହେବାର ସମସ୍ୟା ଆରମ୍ଭ ହୁଏ । ଏଥିରେ ଟନସିଲର ରଙ୍ଗ ଧୂସର କିମ୍ବା ଧଳା ହୋଇଯାଏ । ଆକ୍ୟୁଟ୍ ଟନ୍ସିଲାଇଟିସ୍ ହଠାତ୍ ହୁଏ କିନ୍ତୁ କିଛି ଦିନ ମଧ୍ୟରେ ଏହା ଭଲ ହୋଇଯାଏ । 
 
କ୍ରନିକ୍ ଟନ୍ସିଲାଇଟିସ୍  :
ଯେତେବେଳେ ଜଣେ ବ୍ୟକ୍ତିଙ୍କ ଟନସିଲ ସଂକ୍ରମିତ ହୁଏ । ତେବେ ଏହା କ୍ରୋନିକ୍ ଟନସିଲାଇଟିସର ଲକ୍ଷଣ ବୋଲି କୁହାଯାଏ । ବେଳେବେଳେ ଏହା ମଧ୍ୟ ଘଟେ ଯେତେବେଳେ ତୀବ୍ର ଟନସିଲାଇଟିସ୍ ପରେ କ୍ରନିକ୍ ଟନ୍ସିଲାଇଟିସ୍ ହୁଏ। 
 
ପେରିଟୋନସିଲର୍ ଆବସେସ୍ 
ଏକ ପ୍ରକାର ଟନ୍ସିଲାଇଟିସରେ, ଟନସିଲରେ ବଥ ଆକୃତିର ଫୁଲା ହୁଏ । ଏହାକୁ ଶିଘ୍ର ହଟାଇବା ଉଚିତ୍ ।  ନଚେତ ଦିର୍ଘ ଦିନ ପର୍ଯ୍ୟନ୍ତ ରହିବା ଦ୍ବାରା ଏହା କର୍କଟ ହୋଇଥାଏ । 

ଆକ୍ୟୁଟ ମୋନୋନ୍ୟୁକ୍ଲିଓସିସ୍ :
 ଏହା ସାଧାରଣତଃ ଏପଷ୍ଟାଇନ୍ ବାର୍ ଜୀବାଣୁ ସଂଷ୍ପର୍ଶରେ ଆସିବାରୁ  ଗଳାରେ ପ୍ରବଳ ଫୁଲା, ଜ୍ୱର ଓ ଗଳା ଯନ୍ତ୍ରଣା ହୁଏ । ଏବଂ ଲାଲ ରଙ୍ଗର ଦାଗ ଭଳି ସମସ୍ୟା ଦେଖାଦେଇଥାଏ ।
 
ଷ୍ଟେପ ଥ୍ରୋଟ୍ :

ଷ୍ଟ୍ରେପଟୋକୋକସ୍ ନାମକ ଜୀବାଣୁ ଦ୍ବାରା ଷ୍ଟ୍ରେପ୍ ଥ୍ରୋଟ ଟନ୍ସିଲାଇଟିସ୍ ହୁଏ। ଏହି କାରଣରୁ ଗଳା ସଂକ୍ରମିତ ହୁଏ । ବେକ ଯନ୍ତ୍ରଣା ଏବଂ ଜ୍ୱର ଗଳାରେ ଯନ୍ତ୍ରଣା ଆରମ୍ଭ ହୁଏ ।
 
ଟନିସିଲ୍ ଷ୍ଟାନ୍ : 
ଯେତେବେଳେ କୌଣସି ବର୍ଜ୍ୟବସ୍ତୁ ଗଳାରେ ଫସିଯାଏ ଏବଂ ଏହା କଠିନ ହୋଇଯାଏ ସେତେବେଳେ ଏହାକୁ ଟନସିଲ ଷ୍ଟୋନ କୁହାଯାଏ । ଏପରି ପରିସ୍ଥିତିରେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନିଆଯିବା ଉଚିତ୍।