ଭେଣ୍ଡିରେ ଅଛି ଏସବୁ ଔଷଧୀୟ ଗୁଣ, ଜାଣିରଖନ୍ତୁ ବ୍ୟବହାର
Advertisement
Article Detail0/zeeodisha/odisha1145773

ଭେଣ୍ଡିରେ ଅଛି ଏସବୁ ଔଷଧୀୟ ଗୁଣ, ଜାଣିରଖନ୍ତୁ ବ୍ୟବହାର

ଆପଣଙ୍କ ପାଇଁ କେତେ ଲାଭଦାୟକ ଭେଣ୍ଡି ତାହା ଆପଣ ଜାଣନ୍ତି କି ?  ଭେଣ୍ଡି ଖାଇବା ଦ୍ବାରା ଆପଣଙ୍କ ବ୍ଲଡ ସୁଗାର ସନ୍ତୁଳନ ରହିବା ସହ  ଆପଣଙ୍କ ହୃଦୟକୁ ଫିଟ୍ ରଖିଥାଏ | ତେବେ ଆସନ୍ତୁ ଜାଣିବା ଭେଣ୍ଡି ଖାଇବା ଦ୍ବାରା ଆଉ କଣ ଉପକାରିତା ରହିଛି |

ଭେଣ୍ଡିରେ ଅଛି ଏସବୁ ଔଷଧୀୟ ଗୁଣ, ଜାଣିରଖନ୍ତୁ ବ୍ୟବହାର

ନୂଆଦିଲ୍ଲୀ: ଭେଣ୍ଡି ଏପରି ଏକ ପରିବା, ଯାହା ମଧୁମେହ ରୋଗୀ ପାଇଁ ବେଶ ଉପକାରିତା । ଏହି ପରିବା ଦ୍ବାରା ବ୍ଲଡ ସୁଗାର ନିୟନ୍ତ୍ରଣରେ ରହେ ଏହା ବ୍ୟତୀତ ହୃଦରୋଗୀମାନେ ମଧ୍ୟ ଏହାକୁ ଖାଇବା ଉଚିତ୍। ସବୁଜ ପନିପରିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯଦିଓ ଆପଣ ସମସ୍ତ ପନିପରିବା ଖାଇବାର ଅଭ୍ୟାସ କରିବା ଉଚିତ୍,କିନ୍ତୁ ସେହି ପରିବା ମଧ୍ୟରେ ଭେଣ୍ଡିରେ ଭରପୂର ପୋଷକ ତତ୍ତ୍ବ ରହିଛି ଯାହା ଅନେକ ରୋଗର ଆଶଙ୍କାକୁ କମ୍ କରିଥାଏ । 

ଖରାପ କୋଲେଷ୍ଟ୍ରଲକୁ କମ୍ କରିଥାଏ
ଭେଣ୍ଡିରେ ପ୍ରଚୁର ପରିମାଣର ଫାଇବର ରହିଥାଏ ଏଥିରେ ଭିଟାମିନ୍,ମିନେରାଲ୍ସ, ସହିତ ଅନେକ ପୋଷକ ତତ୍ତ୍ବ ଥାଏ । ଭେଣ୍ଡିରେ ପେକ୍ଟିନ୍ ନାମକ ଏକ ତତ୍ତ୍ବ ଥାଏ ଯାହା ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏମିତିରେ ଆପଣଙ୍କ କୋଲେଷ୍ଟ୍ରଲ ସନ୍ତୁଳିତ ହେଲେ ହୃଦଘାତ ଆଶଙ୍କା ମଧ୍ୟ କମ୍ ରହିଥାଏ ।

ବ୍ଲଡ ସୁଗାର ରହିବ ନିୟନ୍ତ୍ରଣରେ
ଭେଣ୍ଡି ଖାଇବା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ । କାରଣ ଏଥିରେ ହାଇ ଫାଇବର ଥାଏ । ଭେଣ୍ଡି ଖାଇବା ଦ୍ବାରା ହଜମ ପ୍ରକ୍ରିୟା ସହ ଶରୀରରେ ରକ୍ତର ଶର୍କରା ସ୍ତର ବି ଠିକ୍ ହୋଇଥାଏ ।
 
କର୍କଟ ରୋଗରେ ମଧ୍ୟ ଉପଯୋଗୀ
ଭେଣ୍ଡିରେ ଅନ୍ୟ ପନିପରିବା ଅପେକ୍ଷା ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଛି ତେଣୁ କର୍କଟ ରୋଗ ହେବାର ଆଶଙ୍କା କମ୍ ହୋଇପାରେ । ଭେଣ୍ଡିରେ ଥିବା ହାଇ ଫାଇବର ସୁସ୍ଥ ପାଚନପ୍ରକ୍ରିୟା ଭଲ କରିବା ସହ କର୍କଟ ରୋଗର ବିପଦକୁ ରୋକିଥାଏ |

ପ୍ରତିରୋଧକ ଶକ୍ତିକୁ କରେ ବୃଦ୍ଧି
କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ନିହାତି ଜୁରରୀ ସମସ୍ତଙ୍କ ପାଇଁ ଏମିତିରେ ଭେଣ୍ଡି ହେଉଛି ଏମିତି ଏକ ପରିବା ଯାହା ଆପଣଙ୍କର ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ତେଣୁ ଚେଷ୍ଟା କରନ୍ତୁ ଆପଣଙ୍କ ଡାଏଟ୍ ରେ ଭେଣ୍ଡି ଭଳି ପରିବା ନିହାତି ରଖନ୍ତୁ ।