Black Rice Benefits: ନିଜ ଡାଏଟରେ ସାମିଲ କରନ୍ତୁ କଳା ଚାଉଳ, ଏହି ୪ ଘାତକ ରୋଗରୁ ପାଇବେ ମୁକ୍ତି
Advertisement

Black Rice Benefits: ନିଜ ଡାଏଟରେ ସାମିଲ କରନ୍ତୁ କଳା ଚାଉଳ, ଏହି ୪ ଘାତକ ରୋଗରୁ ପାଇବେ ମୁକ୍ତି

Black Rice Benefits: 'କଳା ଚାଉଳ' ବା ବ୍ଲାକ୍ ରାଇସ୍ ଆପଣ ହୁଏତ ଏହାକୁ ଖାଇ ନଥିବେ କିନ୍ତୁ କଳା ଚାଉଳ ବିଷୟରେ ନିଶ୍ଚୟ ଶୁଣିଥିବେ । ଆପଣ ଏହା ମଧ୍ୟ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, କଳା ଚାଉଳ ଆମ ଶରୀରକୁ ଖାଇବାର କ’ଣ ଲାଭ ମିଳିବ ? ବାସ୍ତବରେ, ଏହି କଳା ଚାଉଳ ହଜମ କରିବା ଅତି ସହଜ ଏବଂ ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ।

Black Rice Benefits: ନିଜ ଡାଏଟରେ ସାମିଲ କରନ୍ତୁ କଳା ଚାଉଳ, ଏହି ୪ ଘାତକ ରୋଗରୁ ପାଇବେ ମୁକ୍ତି

Black Rice Benefits:  'କଳା ଚାଉଳ' ବା ବ୍ଲାକ୍ ରାଇସ୍  ଆପଣ ହୁଏତ ଏହାକୁ ଖାଇ ନଥିବେ କିନ୍ତୁ କଳା ଚାଉଳ ବିଷୟରେ ନିଶ୍ଚୟ ଶୁଣିଥିବେ । ଆପଣ ଏହା ମଧ୍ୟ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, କଳା ଚାଉଳ ଆମ ଶରୀରକୁ ଖାଇବାର କ’ଣ ଲାଭ ମିଳିବ ? ବାସ୍ତବରେ, ଏହି କଳା ଚାଉଳ ହଜମ କରିବା ଅତି ସହଜ ଏବଂ ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ସେଥିରେ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ, ଯେଉଁ କାରଣରୁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି କଳା ଚାଉଳର ୪ ଟି ବଡ଼ ଲାଭ ବିଷୟରେ କହିବୁ । 

କଳା ଚାଉଳ ଖାଇବାର ଲାଭ :

ଆଖି ପାଇଁ ବହୁତ ଲାଭଦାୟକ :

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କଳା ଚାଉଳରେ ଆଣ୍ଟି-ଅକ୍ସିଡାଣ୍ଟ ଜିଆକ୍ସାଣ୍ଟିନ୍ ଏବଂ ଲ୍ୟୁଟିନ୍ ଥାଏ। ଏହି ଆଣ୍ଟି-ଅକ୍ସିଡାଣ୍ଟ ଯୋଗୁଁ ଦୃଷ୍ଟି ଶକ୍ତି ବଢିଥାଏ । ଏବଂ ଆଖି ଜନିତ କୌଣସି ରୋଗ ମଧ୍ୟ ଦେଖାଦେବାର ଆଶଙ୍କା କମ୍ ଥାଏ । 

ଅନେକ ପ୍ରକାରର ପୋଷକ ତତ୍ତ୍ୱ ଉପଲବ୍ଧ :

କଳା ଚାଉଳରେ ଫାଇବର, ପ୍ରୋଟିନ୍ ଏବଂ ଆଇରନ୍ ପ୍ରଚୁର ପରିମାଣରେ ମିଳିଥାଏ । ଏହାକୁ ଖାଇବା ଦ୍ୱାରା ଶରୀର ଶକ୍ତିଶାଳୀ ହୁଏ ଏବଂ ଏହାର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ସଠିକ୍ ଭାବରେ କାମ କରେ ।

ହୃଦଘାତର ଆଶଙ୍କା ହ୍ରାସ ପାଇଥାଏ :

କଳା ଚାଉଳ ଖାଇବା ଖାଇବା ଦ୍ବାରା ହୃଦଘାତର ଆଶଙ୍କା କମ୍ କରିଥାଏ । ବାସ୍ତବରେ, ଏଥିରେ ଫ୍ଲାଭୋନାଏଡ୍ ନାମକ ଏକ ଉପାଦାନ ମିଳିଥାଏ, ଯାହା ହୃଦରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏହି ଉପାଦାନ ଶରୀରରେ ଆଣ୍ଟୋସିୟାନିନ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲେସିରାଇଡର ସ୍ତରକୁ ଉନ୍ନତ କରିବାରେ ମଧ୍ୟ ସାହାର୍ଯ୍ୟ କରେ ।

କର୍କଟ ରୋଗରୁ ରକ୍ଷା :
ଏହି ଚାଉଳ ଖାଇବା ଦ୍ବାରା ଆପଣଙ୍କୁ କର୍କଟ ରୋଗ ହେବାର ଆଶଙ୍କା କମ୍ ଥାଏ ।  ଏହି କଳା ଚାଉଳରେ ଆଣ୍ଟୋସିୟାନିନ ମିଳିଥାଏ, ଯେଉଁଥିପାଇଁ ସେମାନଙ୍କର ରଙ୍ଗ କଳା-ବାଇଗଣୀ ହୋଇଯାଏ । ଏହି ଚାଉଳରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଭଳି ଆଣ୍ଟି-କର୍କିନୋଜେନିକ୍ ଗୁଣ ମିଳିଥାଏ । 

ଭାରତରେ ଉପଲବ୍ଧ ୩୦ ଟି କଳା ଚାଉଳ ମଧ୍ୟରୁ ଓଡିଶାରେ ୬ ଟି କଳା ଚାଉଳ କିସମ ଅଛି । ଯାହା ଓଡ଼ିଶାର ବରଗଡ ଜିଲ୍ଲାର ସ୍ୱଦେଶୀ ବିହନ ଭାବେ ଉପଲବ୍ଧ । ଏକ ସ୍ଥାନୀୟ ପ୍ରକାରର କଳା ଚାଉଳ ହେଉଛି “କାଲାବତୀ” ଯାହା ୫ ରୁ ୬.୫ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବଢେ । କାଲାବତୀର ଅବଧି ୧୫୦ ଦିନ । କାଲାବତୀର ଚାଷ ପାଇଁ ମାଧ୍ୟମ ଜମି ଉପଯୁକ୍ତ ଅଟେ ।  ଏହାର ପତ୍ରର ରଙ୍ଗ ସବୁଜ ଏବଂ ବାଇଗଣୀ ରଙ୍ଗର ମିଶ୍ରଣ ହେଇଥାଏ । ଗଛରେ କେଣ୍ଡା ବାହାରିବାର ୫ ମାସ ଅବଧି ପରେ ଜାନୁୟାରୀ-ଫେବୃଆରୀ ମାସରେ ଧାନ ଅମଳ କରାଯାଏ । କଳା ଚାଉଳ “କାଲାବତୀ” ଖରିଫ ଋତୁରେ ବର୍ଷକୁ ଥରେ ଚାଷ କରାଯାଇଥାଏ , ମାତ୍ର ମଣିପୁରରେ ଏହାର ଅବଧି କମ ହେଇଥିବାରୁ ବର୍ଷରେ ୨ ଥର ଚାଷ କରାଯାଇପାରେ । ଏହା ସାଧାରଣତଃ ଶ୍ରୀ ପ୍ରଣାଳୀ କିମ୍ବା ରୁଆ ହେଇଥାଏ । ଏହା ଅତ୍ୟନ୍ତ ଲାଭଦାୟକ ଫସଲ  । ଯଦିଓ ଏହାର ଅମଳ ତୁଳନାତ୍ମକ ଭାବେ ବହୁତ କମ୍ (୧୨ ରୁ ୧୫ କ୍ୱିଣ୍ଟାଲ୍ / ଏକର), ଏହାର ବିହନ ଏବଂ ଚାଉଳର ମୂଲ୍ୟ ସମଗ୍ର ଭାରତର ଖୁଚୁରା ବଜାରରେ କିଲୋଗ୍ରାମ ପିଛା ୨୦୦ ଭାରତୀୟ ଟଙ୍କାରୁ ଅଧିକ ବିକ୍ରି ହୁଏ । ଯାହା ଭାରତରେ ଉତ୍ପାଦିତ ସମସ୍ତ ଚାଉଳ ମଧ୍ୟରେ ସର୍ବାଧିକ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)