ବାସ୍ତୁପୁରୁଷ କିଏ ? କ’ଣ ପାଇଁ କୌଣସି ଶୁଭକାର୍ଯ୍ୟରେ ଯଜ୍ଞରେ ପ୍ରଥମେ ଆହୁତି ବାସ୍ତୁ ପୁରୁଷଙ୍କୁ ଦିଆଯାଏ ?
Advertisement

ବାସ୍ତୁପୁରୁଷ କିଏ ? କ’ଣ ପାଇଁ କୌଣସି ଶୁଭକାର୍ଯ୍ୟରେ ଯଜ୍ଞରେ ପ୍ରଥମେ ଆହୁତି ବାସ୍ତୁ ପୁରୁଷଙ୍କୁ ଦିଆଯାଏ ?

Vastu Tips: ଶୁଭକାର୍ଯ୍ୟରେ ଯଜ୍ଞ ବେଳେ ପ୍ରଥମ ଆହୁତି ବାସ୍ତୁ ପୁରୁଷଙ୍କୁ ଦିଆଯାଏ । ହିନ୍ଦୁ ଧର୍ମ ଅନୁସାରେ ଏହି ନିୟମ ବ୍ରହ୍ମାଙ୍କ ଦ୍ୱାରା ତିଆରି ହୋଇଥିଲା । ବାସ୍ତୁ ପୁରୁଷଙ୍କୁ ଆର୍ଶିବାଦ ଦେବାକୁ ଯାଇ ସେ ଏଭଳି ନିୟମ କରିଥିଲେ । ଯାହାର ପାଳନ ଆଜି ମଧ୍ଯ ହେଉଛି । 

ବାସ୍ତୁପୁରୁଷ କିଏ ? କ’ଣ ପାଇଁ କୌଣସି ଶୁଭକାର୍ଯ୍ୟରେ ଯଜ୍ଞରେ ପ୍ରଥମେ ଆହୁତି ବାସ୍ତୁ ପୁରୁଷଙ୍କୁ ଦିଆଯାଏ ?

Vastu Tips: କୌଣସି ପ୍ରକାରର ଶୁଭକାର୍ଯ୍ୟ ଯେମିତି ଯଜ୍ଞ, ମନ୍ତ୍ର, ପୂଜାପାଠ ଆରମ୍ଭରେ ପ୍ରଥମେ ଭଗବାନ ଗଣେଶଙ୍କ ପୂଜା କରାଯାଏ । ସେହିଭଳି କୌଣସି ଶୁଭକାର୍ଯ୍ୟରେ ଯଜ୍ଞ ବେଳେ ପ୍ରଥମ ଆହୁତି ବାସ୍ତୁ ପୁରୁଷଙ୍କୁ ଦିଆଯାଏ । ହିନ୍ଦୁ ଧର୍ମ ଅନୁସାରେ ଏହି ନିୟମ ବ୍ରହ୍ମାଙ୍କ ଦ୍ୱାରା ତିଆରି ହୋଇଥିଲା । ବାସ୍ତୁ ପୁରୁଷଙ୍କୁ ଆର୍ଶିବାଦ ଦେବାକୁ ଯାଇ ସେ ଏଭଳି ନିୟମ କରିଥିଲେ । ଯାହାର ପାଳନ ଆଜି ମଧ୍ଯ ହେଉଛି । 

ପୌରାଣିକ କଥା 

ମତ୍ସ୍ୟ ପୁରାଣରେ ବାସ୍ତୁ ପୁରୁଷଙ୍କ ଜନ୍ମକୁ ନେଇ ଏକ କାହାଣୀ ରହିଛି । କାହାଣୀ ଅନୁସାରେ ଅନ୍ଧକାସୁର ଓ ଭଗବାନ ଶିବଙ୍କ ମଧ୍ଯରେ ଭୀଷଣ ଯୁଦ୍ଧ ହୋଇଥିଲା । ଯୁଦ୍ଧ ଅନେକ ଦିନ ଧରି ଚାଲିଥିଲା । ଯୁଦ୍ଧ ଲଢିବା ସମୟରେ ଭଗବାନ ଶିବଙ୍କ ଶରିରରୁ ଝାଳ ବୁନ୍ଦା ପୃଥିବୀ ଉପରେ ପଡ଼ିଥିଲା । ଯେଉଁ ଝାଳରୁ ବାସ୍ତୁ ପୁରୁଷ ଜନ୍ମ ହୋଇଥିଲେ । ମତ୍ସ୍ୟ ପୁରାଣ ଅନୁସାରେ ଏହି ବିଶାଳକାୟ ପୁରୁଷଙ୍କୁ ଦେଖି ଉଭୟ ଦେବସେନା ଓ ଅସୁରସେନା ଭୟଭୀତ ହୋଇପଡ଼ିଲେ । ସମସ୍ତେ ସେହି ବିଶାଳକାୟ ପୁରୁଷଙ୍କଠାରୁ ରକ୍ଷା ପାଇଁ ବ୍ରହ୍ମାଙ୍କୁ ପ୍ରାର୍ଥନା କରିଲେ । ତେବେ ସେହି ପୁରୁଷ ନିଜେ କିଏ ତାହା ଜାଣି ପାରୁନଥିଲେ । ବ୍ରହ୍ମା ସମ୍ମୁଖଙ୍କୁ ଆସି ସେହି ପୁରୁଷଙ୍କୁ ତାଙ୍କ ପରିଚୟ ଦେଲେ । ତାଙ୍କୁ ଓ ବାକି ଦେବତାଙ୍କୁ କହିଲେ ଯେ, ମହାଦେବଙ୍କ ଝାଳବୁନ୍ଦାରୁ ବାସ୍ତୁ ପୁରୁଷଙ୍କ ସୃଷ୍ଟି । ଦେବତାଙ୍କ ଭୟ ଦୁର କରିବା ପାଇଁ ବ୍ରହ୍ମା ତାଙ୍କୁ ପୃଥିବୀ ଗର୍ଭରେ ରହିବାକୁ କହିଲେ । ତାଙ୍କୁ ଏମିତି ଭାବେ ପୃଥିବୀ ଗର୍ଭରେ ରହିବାକୁ କହିଲେ ଯେମିତି ତାଙ୍କ ମସ୍ତକ ଉତ୍ତର ପୂର୍ବ ଓ ପାଦ ଦକ୍ଷୀଣ ପଶ୍ଚିମ ଦିଗରେ ରହିବ ।  

ଭଗବାନ ବ୍ରହ୍ମା ସେହି ବିଶାଳକାୟ ପୁରୁଷଙ୍କୁ ନିଜ ମାନସ ପୁତ୍ର କହି ତାଙ୍କୁ ବାସ୍ତୁ ପୁରୁଷର ନାମ ଦେଇଥିଲେ । ସଂସାରର କଲ୍ୟାଣ ପାଇଁ ତାଙ୍କୁ ପୃଥିବୀ ଗର୍ଭରେ ସମାହିତ ହେବାକୁ କହିଥିଲେ । ଏହା ସହିତ ତାଙ୍କୁ ବର ଦେଇଥିଲେ ଯେ,ଯେତେବେଳେ ବି କେହି ତୁମ ନାମ ସ୍ମରଣ କରି ଘର ତିଆରି କରିବ ସେତେବେଳେ ସେହି ବ୍ୟକ୍ତି ଜୀବନରେ ସମୃଦ୍ଧି ପାଇବା ସହିତ ସୁଖଶାନ୍ତି ପାଇବ । କିନ୍ତୁ ଯଦି ସେ ତୁମକୁ ସ୍ମରଣ ନକରି ଘର ତିଆରି କରେ ତେବେ ତା’ ଜୀବନରେ ଦୁଃଖ ଅଶାନ୍ତି ଆସିବ । ଏହା ପରେ ବାସ୍ତୁ ପୁରୁଷ ବିଶେଷ ମୁଦ୍ରାରେ ପୃଥିବୀ ଗର୍ଭରେ ସମାହିତ ହୋଇଗଲେ । ଯେଉଁଥିରେ ତାଙ୍କ ମସ୍ତକ ଉତ୍ତର ପୂର୍ବ ଓ ପାଦ ଦକ୍ଷୀଣ ପଶ୍ଚିମ ଦିଗରେ ରହିଲା । 

ହିନ୍ଦୁ ପୁରାଣ ଅନୁସାରେ ବ୍ରହ୍ମାଙ୍କ ଆର୍ଶିବାଦ ପରେ ବାସ୍ତୁ ପୁରୁଷ ପୃଥିବୀର ସବୁ ଭୂଖଣ୍ଡ ଓ ସଂରଚନାର ଦେବତା ବୋଲି ମାନ୍ୟ ହେଲେ । ଗୃହପ୍ରବେଶ ପୂଜା କାଳରେ ତାଙ୍କ ନାମରେ ଆହୁତି ଦେବା ଅନିବାର୍ଯ୍ୟ ହୋଇଥାଏ । ମାନ୍ୟତା ଅଛି ଯେ, ଆହୁତି ବଦଳରେ ବାସ୍ତୁ ପୁରୁଷ ଉକ୍ତ ସ୍ଥାନରେ ରହୁଥିବା ଲୋକଙ୍କ ସୁଖଶାନ୍ତିର ରକ୍ଷା କରନ୍ତି । ପୁରାଣ ଅନୁସାରେ ବାସ୍ତୁ ପୁରୁଷଙ୍କ ଶରିରରେ ୪୫ ଦେବୀ ଦେବତାଙ୍କ ବାସ ରହିଛି । 

Also Read- Ollywood News: ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ରାମ୍’ ର ଅଡିଓ, ଦଶହରାରେ ଶୁଭମୁକ୍ତି

Also Read- Navratri 2023: ଆଜି ମାଆଙ୍କୁ ଅର୍ପଣ କରନ୍ତୁ ଏହି ମିଠା ଭୋଗ ! ମିଳିବ ଆଶୀର୍ବାଦ