Jyotish Upay: ବ୍ୟବସାୟରେ ଘାଟା ସହୁଛନ୍ତି କି ? ଆଜି ହିଁ ଆପଣାନ୍ତୁ ଏହି ସବୁ ଉପାୟ
Advertisement

Jyotish Upay: ବ୍ୟବସାୟରେ ଘାଟା ସହୁଛନ୍ତି କି ? ଆଜି ହିଁ ଆପଣାନ୍ତୁ ଏହି ସବୁ ଉପାୟ

Jyotish Upay: ବ୍ୟବସାୟରେ ଲାଭ କ୍ଷତି ହୋଇଥାଏ । କିନ୍ତୁ, ଅନେକ ଥର ଏପରି ହୁଏ ଯେ, କଠିନ ପରିଶ୍ରମ କରିବା ପରେ ମଧ୍ୟ ବ୍ୟବସାୟରେ କୌଣସି ସଫଳତା ମିଳେ ନାହିଁ । ଏହା ସହିତ, କ୍ଷତି ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଥାଏ ଏବଂ ସଞ୍ଜୟ ଟଙ୍କା ମଧ୍ୟ ଖର୍ଚ୍ଚରେ ହୋଇଯାଏ ।

ସୌଜନ୍ୟ : ସୋସିଆଲ ମିଡିଆ

Jyotish Upay: ବ୍ୟବସାୟରେ ଲାଭ  କ୍ଷତି ହୋଇଥାଏ । କିନ୍ତୁ, ଅନେକ ଥର ଏପରି ହୁଏ ଯେ, କଠିନ ପରିଶ୍ରମ କରିବା ପରେ ମଧ୍ୟ ବ୍ୟବସାୟରେ କୌଣସି ସଫଳତା ମିଳେ ନାହିଁ । ଏହା ସହିତ, କ୍ଷତି ମଧ୍ୟ ଦିନକୁ ଦିନ ବଢିବାରେ  ଲାଗିଥାଏ ଏବଂ ସଞ୍ଜୟ ଟଙ୍କା ମଧ୍ୟ ଖର୍ଚ୍ଚରେ ହୋଇଯାଏ । ଜ୍ୟୋତିଷ ଶାସ୍ତ୍ରରେ ଏଥିପାଇଁ ଅନେକ କାରଣ ଏବଂ ପ୍ରତିକାର ଦିଆଯାଇଛି । ଏହାର ମୁଖ୍ୟ କାରଣ ,ଘରେ ଥିବା ନକାରାତ୍ମକ ଶକ୍ତି ବୋଲି କେହି କେହି କୁହନ୍ତି । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ପ୍ରଭାବଶାଳୀ ଉପାୟ । 

ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ହଳଦି ଗୁଣ୍ତ , ପାଞ୍ଚଟି କଉଡି, ମୁଠାଏ ଚାଉଳକୁ ଏକ ହଳଦିଆ କପଡ଼ାରେ ଗୁଡ଼ାଇ ଶୁକ୍ରବାର ଦିନ ଏହାକୁ ପ୍ରଥମେ ଗାଇ ମମ୍ତକରେ ମାରନ୍ତୁ । ପରେ ହଳଦିଆ କପଡାରେ ବନ୍ଧା ଯାଇଥିବା ଏହି ମିଶ୍ରଣ ଗଣ୍ଠିକୁ ଘରର ଉତ୍ତର ଦିଗରେ ଥିବା ଏକ ଖଣ୍ଡରେ ଟାଙ୍ଗନ୍ତୁ। ମନେରଖନ୍ତୁ ଯେ, ଏହାକୁ ୨୧ ଦିନ ପର୍ଯ୍ୟନ୍ତ କେହି ଯେପରି ସ୍ପର୍ଶ କରିବେ ନାହିଁ । ଏହି ସାମଗ୍ରୀ ଘରକୁ ଆସୁଥିବା ନକରାତ୍ମକ ଶକ୍ତିକୁ ରୋକିବାରେ ସହାୟକ ହେବ । ୨୧ ଦିନ ପରେ, ମଙ୍ଗଳବାର ଦିନ ଏହାକୁ ବ୍ରହ୍ମାକାଳରେ ଦେଖି  ଏହି ଗଣ୍ଠିକୁ ନେଇ ଏକ ମନ୍ଦିର ନିକଟରେ ରଖନ୍ତୁ କିମ୍ବା ଏହାକୁ ନଦୀରେ ଭସାଇ ପାରିବେ। 

ରୂପା କଙ୍କଣ ମାନସିକ ଚାପକୁ ହ୍ରାସ କରିବ : 
ଯଦି ଆପଣ ପୂର୍ବ ଦିନ ଅପେକ୍ଷା ଅଧିକ ବିବ୍ରତ ଅନୁଭବ କରୁଛନ୍ତି ଏବଂ ବେଳେବେଳେ ମନ ଅଧିକ ବ୍ୟଥିତ ହୁଏ, କେବେ ଆପଣ ଅତି ଦୁଖିଃତ ହୋଇ କାନ୍ଧିବାକୁ ଲାଗିଥାନ୍ତୁ । ଏହି କ୍ଷେତ୍ରରେ, ଆପଣ ଏକ ରୂପା ବ୍ରେସଲେଟ୍ ପିନ୍ଧନ୍ତୁ । ଏହାର ତତକ୍ଷଣାତ୍ ପ୍ରଭାବ ଦୃଶ୍ୟମାନ ହୁଏ । ରୂପାର ବ୍ରେସଲେଡ ପିନ୍ଧିବା ଦ୍ବାରା ମାନସିକ ଚାପ କମିଯାଏ । ଚନ୍ଦ୍ର ହେଉଛି ମନର କାରକ , ରୂପା ପିନ୍ଧିବା ଉଭୟ ଚନ୍ଦ୍ର ଏବଂ ଶୁକ୍ରକୁ ଶକ୍ତିଶାଳୀ କରେ। ଏହା ଦ୍ବାରା ଆପଣଙ୍କ ମନ ଶାନ୍ତ ରହିବା ସହ ସକାରାତ୍ମକ ଚିନ୍ତା କରିବା ଆରମ୍ଭ ହେବ । 

ସମ୍ମାନ ପାଇବା ପାଇଁ ଉପାୟ :
ଗରୁଡ ପୁରାଣରେ କୁହାଯାଇଛି ଯେ, ଆପଣ ଅନ୍ୟର ଖାଦ୍ୟ, ବସ୍ତ୍ର, ଟଙ୍କା, ଶଯ୍ୟା ଓ ଯାନକୁ ଦିର୍ଘ ଦିନ ଧରି ବ୍ୟବହାର କରୁଛନ୍ତି କି ?  ସେମାନଙ୍କର ସୂର୍ଯ୍ୟ, ମଙ୍ଗଳ ଓ ଗୁରୁ ଦୁର୍ବଳ ହୁଅନ୍ତି । ଏହି କାରଣରୁ ସେମାନେ କୌଣସି ସ୍ଥାନରେ ସମ୍ମାନ ପାଆନ୍ତି ନାହିଁ । ଯଦି ଆପଣ ମଧ୍ୟ ଏଥିରେ ଜଡିତ ଅଛନ୍ତି, ତେବେ ଆପଣଙ୍କ ଜୀବନରେ ଉନ୍ନତି ଆଣିବାକୁ ଚେଷ୍ଟା କରନ୍ତୁ । ତୁମର କାର୍ଯ୍ୟ ଏବଂ ଆଚରଣ ମଧ୍ୟ ଗ୍ରହମାନ ଅବସ୍ଥା ସୃଷ୍ଟି ଏବଂ ଖରାପ କରିଥାଏ । ଯାହା ଆପଣଙ୍କ ଜୀବନରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବ ପକାଇଥାଏ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)