Guru Gochar 2024: ଚଳନ ବଦଳାଇବେ ବୃହସ୍ପତି, ୪ ରାଶିଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!
Advertisement
Article Detail0/zeeodisha/odisha2215114

Guru Gochar 2024: ଚଳନ ବଦଳାଇବେ ବୃହସ୍ପତି, ୪ ରାଶିଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!

Guru Gochar 2024: ବୈଦିକ ଶାସ୍ତ୍ର ଅନୁଯାୟୀ, ଦେବ ଗୁରୁ ବୃହସ୍ପତି ମେ ୧ ତାରିଖରେ ରାଶି ପରିବର୍ତ୍ତନ କରିବେ । ଏହି ଦିନ ବୃହସ୍ପତି ବୃଷ ରାଶିରେ ପ୍ରବେଶ କରିବେ । ବୃହସ୍ପତିଙ୍କ ଏହି ଚଳନ ହେତୁ କେତେକ ରାଶି ପାଇଁ ଶୁଭ ତ ଆଉ କେତେକ ରାଶି ଉପରେ ଅଶୁଭ ଫଳଦାୟୀ ରହିବ।

କୁହାଯାଏ, ବୃହସ୍ପତିଙ୍କ ଆଶୀର୍ବାଦ ଫଳରେ ମଣିଷର ଭାଗ୍ୟ ବଦଳିଯାଏ । ଶାସ୍ତ୍ର ଅନୁଯାୟୀ, ବୃହସ୍ପତିଙ୍କୁ ଜ୍ଞାନ, ଦାନ, ଧର୍ମ ଓ ଧନ ବୃଦ୍ଧିର କାରକ ବୋଲି କୁହାଯାଏ। ୨୭ ନକ୍ଷତ୍ର ମଧ୍ୟରେ ବୃହସ୍ପତି ପୁଣର୍ଭସୁ, ବିଶାଖା ଓ ପୂର୍ବାଭାଦ୍ରପଦ ନକ୍ଷତ୍ରର ସ୍ବାମୀ ଅଟନ୍ତି ।

ବୃଷ ରାଶି: ଏହି ସମୟ ମଧ୍ୟରେ ବୃଷ ରାଶିର ବ୍ୟକ୍ତି ବିଶେଷ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ । ନୂତନ ଯାନ କିମ୍ବା ଘର କିଣିବା ନେଇ ଯୋଗ ରହିଛି । ବୃହସ୍ପତିଙ୍କ ଆର୍ଶୀବାଦ ଫଳରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ପରିବାରଠାରୁ ପୂର୍ଣ୍ଣ ସମର୍ଥନ ମିଳିବ ।

କନ୍ୟା ରାଶି: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ଦାୟୀ ରହିବ । ଏହି ସମୟ ମଧ୍ଯରେ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ସମାଜରେ ମାନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ପଦୋନ୍ନତି ନେଇ ଯୋଗ ରହିଛି । ବ୍ୟବସାୟରେ ବୃଦ୍ଧି ।

ଧନୁ ରାଶି: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭ ଫଳାଫଳ ମିଳିବ। ଚାକିଆଙ୍କୁ ପଦୋନ୍ନତି । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ କଟିବ । ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି ।

ମୀନ ରାଶି: ମୀନ ରାଶିର ବ୍ୟକ୍ତି ବିଶେଷଙ୍କୁ ବୃହସ୍ପତିଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ଏହି ସମୟରେ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ । ଯାତ୍ରା ସୁଖଦ ଓ ଲାଭଦାୟୀ ପ୍ରମାଣିତ ହେବ । ଆୟ ଲାଗି ଅନେକ ନୂତନ ଉତ୍ସ ସୃଷ୍ଟି ହେବ । ବୈବାହିକ ଜୀବନ ସୁଖମୟ ହେବ । ନୂତନ ଯାନବାହାନ ବା ଜମି କିଣିବା ନେଇ ଯୋଗ ରହିଛି ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)