JP.Nadda: ଆଜି ଓଡି଼ଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?
Advertisement
Article Detail0/zeeodisha/odisha2446952

JP.Nadda: ଆଜି ଓଡି଼ଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?

JP.Nadda: ଆଜି ଓଡି଼ଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।  ସକାଳ ୧୦ ବେଳେ ନଡ୍ଡା ଭୁବନେଶ୍ବରରେ ପହଞ୍ଚିବେ। ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହେବେ। ଏବଂ ଅପରାହ୍ନରେ ସେ ପ୍ରତ୍ୟାବର୍ତ୍ତନ କରିବେ।  

JP.Nadda: ଆଜି ଓଡି଼ଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?
JP.Nadda: ଆଜି ଓଡି଼ଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।  ସକାଳ ୧୦ ବେଳେ ନଡ୍ଡା ଭୁବନେଶ୍ବରରେ ପହଞ୍ଚିବେ। ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହେବେ। ଏବଂ ଅପରାହ୍ନରେ ସେ ପ୍ରତ୍ୟାବର୍ତ୍ତନ କରିବେ।  ଭୁବନେଶ୍ବର ପହଞ୍ଚିବା ପରେ ନଡ୍ଡା ଏଜି ଛକ ଠାରେ ଥିବା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବେ।  ଏହାପରେ ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଇ ଦଳର ସଦସ୍ୟତା ଅଭିଯାନ ସମ୍ପର୍କରେ ଆଲୋଚନା କରିବେ। 
 
 
 ଏଥିରେ ରାଜ୍ୟର ବିଭିନ୍ନ ଗୋଷ୍ଠୀ ,ଅନୁଷ୍ଠାନ, ସଂଗଠନକୁ ପ୍ରତିନିଧିତ୍ବ କରୁଥିବା ବ୍ୟକ୍ତି ବିଶେଷ ଯୋଗ ଦେବେ।  ମଧ୍ୟାହ୍ନରେ   ଦଳୀୟ କାର୍ଯ୍ୟାଳୟରେ ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦଳୀୟ ସଦସ୍ୟତା ଅଭିଯାନ ନେଇ ପରାମର୍ଶ ଦେବେ। ଏହାପରେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗସ୍ତ ନେଇ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଗତ ୨ ତାରିଖ ଠାରୁ ରାଜ୍ୟରେ ବିଜେପି ପକ୍ଷରୁ ଦେଶବ୍ୟାପି ସଦସ୍ୟତା ନେଇ  ଅଭିଯାନ ଆରମ୍ଭ ହୋଇଛି।  ଓଡି଼ଶାରେ ଏହାକୁ ବ୍ୟାପକ କରିବା ପାଇଁ ନଡ୍ଡା ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି।