Health Tips: ରାତିରେ ଏତିକି ଘଣ୍ଟା ଶୋଇବା ଜରୁରୀ, କମ୍ ଶୋଇବା ଯୋଗୁଁ ହୋଇପାରେ ଏହି ବିପଜ୍ଜନକ ରୋଗ
Advertisement
Article Detail0/zeeodisha/odisha1410426

Health Tips: ରାତିରେ ଏତିକି ଘଣ୍ଟା ଶୋଇବା ଜରୁରୀ, କମ୍ ଶୋଇବା ଯୋଗୁଁ ହୋଇପାରେ ଏହି ବିପଜ୍ଜନକ ରୋଗ

Incomplete Sleep Side Effects: ଗବେଷଣାରୁ ଜଣାପଡିଛି ଯେ ଯେଉଁମାନେ ପାଞ୍ଚ ଘଣ୍ଟାରୁ କମ୍ ଶୋଇଥିବାର ରିପୋର୍ଟ କରିଥିଲେ, ସେମାନେ ଅତି କମରେ ସାତ ଘଣ୍ଟା ଶୋଇଥିବା ଲୋକଙ୍କ ଅପେକ୍ଷା ଅଧିକ ଅସୁସ୍ଥ ଥିଲେ ।

ସୌ: ସୋସିଆଲ ମିଡିଆ

Incomplete Sleep Side Effects: କୋରୋନା ମହାମାରୀ ପରେ ଅନେକ ଲୋକ ନିଦ୍ରାହୀନତାର (Insomnia) ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରିପୋର୍ଟ ଅନୁଯାୟୀ ଲୋକମାନେ ପ୍ରାୟତଃ ଅନେକ ଘଣ୍ଟା ଧରି ରାତିରେ କଢ଼ ଲେଉଟାଉଛନ୍ତି କିନ୍ତୁ ସେମାନେ ଶୋଇପାରୁ ନାହାଁନ୍ତି । ବର୍ତ୍ତମାନ ଆମେରିକୀୟ ଗବେଷଣା କମ୍ ନିଦ ହେବା ବିଷୟରେ ଏକ ରିସର୍ଚ୍ଚ କରିଛି । ଏହି ଗବେଷଣାରୁ ଜଣାପଡିଛି ଯେ ଯେଉଁମାନେ ପାଞ୍ଚ କିମ୍ବା ଏହାଠାରୁ କମ୍ ଘଣ୍ଟା ଶୋଇଥାନ୍ତି । ସେମାନଙ୍କ ମଧ୍ୟରେ ଅନେକ ପ୍ରକାରର କ୍ରୋନିକ ରୋଗ ହୋଇପାରେ । ଏହି ଗବେଷଣା ରିପୋର୍ଟ PSOS ମେଡିସିନ୍ ରେ ପ୍ରକାଶିତ ହୋଇଛି ।

ଗବେଷଣାରେ ଲୋକଙ୍କୁ ୫୦, ୬୦, ୭୦ ବର୍ଷର ବୟସ ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ଏହା ପରେ ପ୍ରାୟ ୭ ହଜାର ପୁରୁଷ ଓ ମହିଳା ଏଥିରେ ଅନ୍ତର୍ଭୁକ୍ତ ହୋଇଥିଲେ । ଯେଉଁଥିରେ ଏହି ଲୋକମାନେ କେତେ ଶୋଇଛନ୍ତି ଓ ଏହି ଲୋକମାନଙ୍କର ଏକ ଓ ଏହାଠାରୁ ଅଧିକ ରୋଗକୁ ନେଇ ଯାଞ୍ଚ କରାଯାଇଥିଲା । ଏଥି ମଧ୍ୟରେ ହାର୍ଟ, କର୍କଟ ଓ ମଧୁମେହ ଭଳି ରୋଗ ଅନ୍ତର୍ଭୁକ୍ତ ଥିଲା । ଗବେଷଣାରୁ ଜଣାପଡିଛି ଯେ ଯେଉଁମାନେ ପାଞ୍ଚ ଘଣ୍ଟାରୁ କମ୍ ଶୋଇଥାନ୍ତି, ସେମାନେ ନ୍ୟୁରୋ ସମ୍ବନ୍ଧୀୟ ସମସ୍ୟା ଓ ହାର୍ଟ ଆଟାକର ବିପଦ ମଧ୍ୟ ରହିଥାଏ ।

ଗବେଷଣାରୁ ଜଣାପଡିଛି ଯେ ଯେଉଁମାନେ ପାଞ୍ଚ ଘଣ୍ଟାରୁ କମ୍ ଶୋଇଥିବାର ରିପୋର୍ଟ କରିଥିଲେ, ସେମାନେ ଅତି କମରେ ସାତ ଘଣ୍ଟା ଶୋଇଥିବା ଲୋକଙ୍କ ଠାରୁ କମ୍ ସୁସ୍ଥ ଥିଲେ । ୫୦ ବର୍ଷୀୟ ଲୋକମାନେ. ଯେଉଁମାନେ କମ୍ ଶୋଇଥିଲେ ସେମାନଙ୍କ ଶୋଇବା ସମ୍ବନ୍ଧୀୟ ରୋଗ ହେବାର ୨୦ ପ୍ରତିଶତ ଆଶଙ୍କା ରହିଥିଲା ​​। ୬୦ ରୁ ୭୦ ବର୍ଷ ବୟସରେ, କମ୍ ନିଦ ଯୋଗୁଁ ରୋଗ ହେବାର ଆଶଙ୍କା ୪୦ ପ୍ରତିଶତ ବୃଦ୍ଧି ପାଇଲା । ଗବେଷଣାରେ କୁହାଯାଇଛି ଯେ ବୟସ ବଢିବା ସହିତ ଶୋଇବାର ଢାଞ୍ଚା ବଦଳିଯାଏ । ରାତିରେ ଅତି କମରେ ସାତ ଘଣ୍ଟା ଶୋଇବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଗବେଷଣାରୁ ଏହା ଜଣାପଡିଛି ଯେ ଭଲ ନିଦ ସ୍ୱାସ୍ଥ୍ୟ ସହିତ ସିଧାସଳଖ ଜଡିତ । କମ୍ ନିଦ ଯୋଗୁଁ ମେଦବହୁଳତା, ମଧୁମେହ ଓ ହୃଦରୋଗ ହେବାର ଆଶଙ୍କା ବଢିଯାଏ ।

କ୍ରମାଗତ ଭାବରେ କମ୍ ନିଦ ମଧ୍ୟ ବୟସ ବଢ଼ିଥିବା ସହିତ ଅନେକ ନୂତନ ରୋଗର କାରଣ ହୋଇପାରେ । ଯେଉଁ ଲୋକମାନେ ପୂର୍ବରୁ କିଛି ଗମ୍ଭୀର ରୋଗରେ ପୀଡିତ ଓ ସେମାନଙ୍କର ଶୋଇବା କମ୍, ତେବେ ତାଙ୍କର ରୋଗ ଆହୁରି ଅଧିକ ବଢିପାରେ । ଏଭଳି ପରିସ୍ଥିତିରେ ପର୍ଯ୍ୟାପ୍ତ ପରିମାଣର ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଭଲ ନିଦ ପାଇଁ ଏହି ଟିପ୍ସଗୁଡିକ ଅନୁସରଣ କରନ୍ତୁ 

> ପ୍ରତିଦିନ ଅତିକମରେ ଅଧ ଘଣ୍ଟା ପାଇଁ ବ୍ୟାୟାମ କରନ୍ତୁ ।
> ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଭୋଜନ କରନ୍ତୁ ।
> ରାତିରେ ଫୋନ୍ କିମ୍ବା ଲାପଟପ୍ ବ୍ୟବହାର କରନ୍ତୁ ନାହିଁ ।
> ରାତିରେ ମଦ୍ୟପାନ ଓ ଧୂମପାନ କରନ୍ତୁ ନାହିଁ ।

ଏହା ବି ପଢ଼ନ୍ତୁ: Surya Grahan 2022: ସୂର୍ଯ୍ୟ ପରାଗ ସମୟରେ ଗର୍ଭବତୀ ମହିଳାମାନେ ଏହି ଜିନିଷଗୁଡ଼ିକରେ ନିଅନ୍ତୁ ବିଶେଷ ଯତ୍ନ