Horoscope today 13 March 2023: ଏସବୁ ରାଶିର ଭାଗ୍ୟରେ ଆସିବ ବଡ଼ ପରିବର୍ତ୍ତନ
Advertisement
Article Detail0/zeeodisha/odisha1607153

Horoscope today 13 March 2023: ଏସବୁ ରାଶିର ଭାଗ୍ୟରେ ଆସିବ ବଡ଼ ପରିବର୍ତ୍ତନ

Horoscope in Odia:  ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୧୩ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Horoscope today 13 March 2023: ଏସବୁ ରାଶିର ଭାଗ୍ୟରେ ଆସିବ ବଡ଼ ପରିବର୍ତ୍ତନ

Horoscope in Odia ମେଷ: ଦେହ ଓ ମନ ଭଲ ରହିବ । କର୍ମ ଚଞ୍ଚଳ ରହିବେ । କର୍ମ କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ । ଅକସ୍ମାତ ଧନପ୍ରାପ୍ତିର ଯୋଗ ରହୁଛି । ବ୍ୟବସାୟରେ ସଫଳତା ପାଇବେ ।

ବୃଷ: ସୁସମ୍ବାଦ ପ୍ରାପ୍ତ ହେବ । ଶରୀର ଆରୋଗ୍ୟ ରହିବ । ସନ୍ତାନ ସନ୍ତତିଙ୍କ କୃତିତ୍ୱରେ ଆତ୍ମ ସନ୍ତୋଷ ଲାଭ କରିବେ । କର୍ମ କ୍ଷେତ୍ର ଉଜ୍ଜଳମୟ ହେବ । ବ୍ୟବସାୟର ଅଭିବୃଦ୍ଧି ହେବ ।

ମିଥୁନ: ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟ ମାନ୍ଦା ହେବ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ଶିକାର ହେବେ ।

କର୍କଟ: ସାମୟିକ ଶରୀର ପୀଡା ଭୋଗିବେ । କୌଣସି ବାଦ ବିବାଦରେ ଜଡିତ ହେବେ । ଧାର କରଜ ଆଦି କରିପାରନ୍ତି । ବ୍ୟବସାୟ ସ୍ୱଳ୍ପ ଲାଭ ଯୁକ୍ତ ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।

ସିଂହ: ମାନସିକ ଶାନ୍ତି ବଜାୟ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ନିର୍ବାହ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । ଆୟ ବୃଦ୍ଧି ପାଇବ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ ।

କନ୍ୟା: ଘାତ ଚନ୍ଦ୍ର ଭୋଗ ହେତୁ ଦିନଟିରେ ସତର୍କ ରୁହନ୍ତୁ । କର୍ମ କ୍ଷେତ୍ରରେ କର୍ମ ଚାପ ବୃଦ୍ଧି ପାଇବ । ଅନ୍ୟକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡିବେ । ବ୍ୟବସାୟରେ ମଧ୍ୟମ ସଫଳତା ପାଇବେ । ଦୂର ଯାତ୍ରା କରନ୍ତୁ ନାହିଁ ।

ତୁଳା: ଶରୀର ସୁସ୍ଥ ରହିବ । ଦୃଢ ମନା ହୋଇ ସମସ୍ତ କାର୍ଯ୍ୟ ନିର୍ବାହ କରିବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟିକ ସଫଳତା ପ୍ରାପ୍ତି କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ନିଜର ପ୍ରାଧାନ୍ୟ ଜାହିର୍ କରିବେ ।

ବିଛା: ଶରୀର ସୁସ୍ଥ ରହିବ । କର୍ମ ତତ୍ପର ହେବେ । କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟ ଲାଭପ୍ରଦ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।

ଧନୁ: ମନ ପ୍ରସନ୍ନ ରହିବ । କର୍ତ୍ତବ୍ୟ ନିଷ୍ଠା ହେବେ । ପ୍ରତ୍ୟେକଟି କାର୍ଯ୍ୟ ସୂଚାରୁ ରୁପେ ହେବ । ବନ୍ଧୁ ସହଯୋଗ ପାଇବେ । ବ୍ୟବସାୟରେ ଲାଭପ୍ରଦ ହେବ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ରହିବ ।

ମକର: ଶାରିରୀକ ସୁସ୍ଥତା ଲାଭ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । କାର୍ଯ୍ୟାଳୟରେ କାର୍ଯ୍ୟଚାପ ରହିବ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭ ପ୍ରଦ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଅପରାହ୍ନରେ ଶୁଭଖବର ପ୍ରାପ୍ତ ହେବ।

କୁମ୍ଭ: ଦେହ ଓ ମନ ଭଲ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ରହିବ। ଗୃହକୁ ବନ୍ଧୁ ଆଗମନ ହୋଇପାରେ। ବ୍ୟବସାୟରେ ସଫଳତା ପ୍ରାପ୍ତି କରିବେ। ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ।

ମୀନ: ଶାରିରୀକ ସୁସ୍ଥତା ଲାଭ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ମହିଳା ମାନଙ୍କର ସେବା ଓ ପୂଜାରେ ଦିନଟି କଟିବ। ଆୟ ଅଭିବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।