ଓଠ ହେଉଛି କି କଳା ! ଘରୋଇ ଉପଚାରରେ ହୋଇଯିବ ଗୋଲାପି
Advertisement
Article Detail0/zeeodisha/odisha1134226

ଓଠ ହେଉଛି କି କଳା ! ଘରୋଇ ଉପଚାରରେ ହୋଇଯିବ ଗୋଲାପି

ଓଠର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯଦି ଆପଣ ନିଜ ଓଠ(Lips)ର ରଙ୍ଗ ହରାଇଛନ୍ତି ତେବେ ଏହି ଖବରଟି ଆପଣଙ୍କ କାମରେ ଆସିବ ।  ବାସ୍ତବରେ ନରମ,ଗୋଲାପୀ ଓଠ ହିଁ ଆମର ଉତ୍ତମ ସ୍ବାସ୍ଥ୍ୟର ପ୍ରମାଣ ଦେଇଥାଏ । 

ଓଠ ହେଉଛି କି କଳା ! ଘରୋଇ ଉପଚାରରେ ହୋଇଯିବ ଗୋଲାପି

ନୂଆଦିଲ୍ଲୀ: ଓଠର ହସ ଚେହେରା ସୁନ୍ଦରତାକୁ ଅଧିକ ବୃଦ୍ଧି କରିଥାଏ । ଆଉ ଏହି କାରଣରୁ ମହିଳା ମାନେ ନିଜ ଓଠକୁ ଗୋଲାପି ରଖିବା ପାଇଁ ମହଙ୍ଗା ଠାରୁ ମହଙ୍ଗା ଦ୍ରବ୍ୟର ବ୍ୟବହାର କରିଥାଆନ୍ତି | କିନ୍ତୁ ଏହି ଦ୍ରବ୍ୟ ସେତେଟା ଫଳପ୍ରଦ ହୋଇ ନ ଥାଏ | ଯଦି ଆପଣ ନିଜ ଚେହେରାର ସୁନ୍ଦରତା ବଢାଇବା ପାଇଁ ଚାହୁଁଛନ୍ତି ତେବେ ନିଜ ଓଠର ବିଶେଷ ଯତ୍ନ ନେବା ନିହାତି ଜରୁରୀ | ଯଦି ଆପଣଙ୍କ ଓଠ କଳା ହେଉଛି ତେବେ ଶୀଘ୍ର ହିଁ ପଦକ୍ଷେପ ନେବା ଉଚିତ ନ ଚେତ୍ ବହୁ ବିଳମ୍ବ ହୋଇପାରେ |

ଓଠର ବିଶେଷ ଯତ୍ନ
ଓଠର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯଦି ଆପଣ ନିଜ ଓଠ(Lips)ର ରଙ୍ଗ ହରାଇଛନ୍ତି ତେବେ ଏହି ଖବରଟି ଆପଣଙ୍କ କାମରେ ଆସିବ ।  ବାସ୍ତବରେ ନରମ,ଗୋଲାପୀ ଓଠ ହିଁ ଆମର ଉତ୍ତମ ସ୍ବାସ୍ଥ୍ୟର ପ୍ରମାଣ ଦେଇଥାଏ । କିନ୍ତୁ ଯଦି ସେହି ଓଠ କଳା ଆଉ ଶୁଖିଲା ହୋଇଯାଏ ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଖାଦ୍ୟରେ ଅବହେଳା । ଏହା ଶରୀରରେ ନିକୋଟିନ ପରିମାଣ ବଢିବା ,ହାଇଡ୍ରେଟ ନ ହେବା ଆଦି କାରଣ ରହିଥାଏ ।

ଓଠର କଳାପଣକୁ ଦୂର କରିବା ଉପାୟ
ଓଠକୁ ଗୋଲାପୀ (Pink Lips) ଏବଂ ନରମ ରଖିବା ପାଇଁ କିଛି ଏମିତି ଅଭ୍ୟାସକୁ ପରିବର୍ତ୍ତନ କରିବା ଜରୁରୀ । ଏହି ଉପାୟକୁ ଆପଣାଇ ଆପଣ ନିଜ ଓଠକୁ ପୂନର୍ବାର ସୁନ୍ଦର ଓଠ କରିପାରିବେ।

୧. ସ୍କ୍ରବିଂ
ଓଠରେ ଯେବେ ମୃତ ଚର୍ମ ଜମା ହୋଇଥାଏ ତେବେ ବହୁ ମଳିନ ଦେଖାଯାଇଥାଏ । ତେଣୁ ପ୍ରାକୃତିକ ଜିନିଷ ସାହାଯ୍ୟରେ ଓଠକୁ ପରିସ୍କାର କରିବାରେ ସହାୟକ ହୋଇଥାଏ । ଏଥିପାଇଁ ଆପଣ ଗୋଟିଏ ବଡ ଚାମଚ ଚିନି ଏବଂ ବଡ ଚାମଚ ମହୁକୁ ମିଶାଇ ଓଠରେ ମାଲିସ୍ କରିପାରିବେ। ଏକ ମିନିଟ୍ ସ୍କ୍ରବ (Scrub) କରନ୍ତୁ ଓଠରେ ଏହା ପରେ ପାଣିରେ ଧୋଇ ଦିଅନ୍ତୁ ।

୨. ଘିକୁଆଁରୀ ଏବଂ ମହୁର ପ୍ୟାକ୍
ଓଠକୁ ନରମ ରଖିବା ପାଇଁ ଆଲୋଭେରା (Alovera) ବା ଘିକୁଆଁରୀ, ମହୁର ବ୍ୟବହାର ବେଶ ଲାଭଦାୟକ ଅଟେ । ଆପଣ ଘିକୁଆଁରୀ ପତ୍ରକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ପତ୍ରରୁ ଜେଲ ବାହାର କରନ୍ତୁ । ଗୋଟିଏ ଚାମଚ ଘିକୁଆଁରୀ ଜେଲ ଅଧା ଚାମଚ ମହୁ ମିଶାଇ ଓଠରେ ଲଗାନ୍ତୁ । ୧୫ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ।

୩. ଗୋଲାପ ପାଖୁଡା ଆଉ କ୍ଷୀରର ପ୍ୟାକ
ଓଠର ଅତିରିକ୍ତ ଯତ୍ନ ପାଇଁ ଆପଣ ଘରେ ତିଆରି କରନ୍ତୁ ଲିପ୍ ପ୍ୟାକ (Lip Pack) ।ଏଥିପାଇଁ ଗୋଲପ ପାଖୁଡା ଏବଂ କ୍ଷୀର ବ୍ୟବହାର କରନ୍ତୁ । ଏଥିପାଇଁ ୧୦ ରୁ ୧୨ ଗୋଲାପ ପାଖୁଡାକୁ ରାତିସାରା ଅଧା କପ୍ କ୍ଷୀରରେ ଭିଜାଇ ରଖନ୍ତୁ। ସକାଳେ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଓଠରେ ଲଗାନ୍ତୁ ଏବଂ ୧୫ ମିନିଟ୍ ପରେ ଏହାକୁ ପାଣିରେ ଧୋଇ ନିଅନ୍ତୁ।

Also Read: ତ୍ୱଚାରୁ ରିଙ୍କିଲ୍ସ ଦୂର କରିଥାଏ ଏହି ଜଙ୍ଗଲି ଫୁଲ, ଉଜ୍ୱଳ ଚେହେରା ସହ ମାଇଗ୍ରେନ ସମସ୍ୟାକୁ କରିଥାଏ ଦୂର

Also Read: ଗୁଗଲରୁ ବିଜ୍ଞାପନ ବନ୍ଦ କରିବାର ପ୍ରତିଶୋଧ: ଗୁଗଲ ନ୍ୟୁଜକୁ ବ୍ଲକ କଲା ଋଷ