ଉଚ୍ଚ ରକ୍ତଚାପରୁ ମିଳିବ ମୁକ୍ତି, ସକାଳେ ସେବନ କରନ୍ତୁ ଏସବୁ ଫଳରସ
Advertisement
Article Detail0/zeeodisha/odisha1128047

ଉଚ୍ଚ ରକ୍ତଚାପରୁ ମିଳିବ ମୁକ୍ତି, ସକାଳେ ସେବନ କରନ୍ତୁ ଏସବୁ ଫଳରସ

ଏହା ସହିତ ମଧୁମେହ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦ୍ରୁତ ଗତିରେ ବଢୁଛି। କାର୍ଯ୍ୟ ଚାପ, ଖରାପ ଜୀବନଶୈଳୀ ଏବଂ ଖରାପ ଖାଇବା ଅଭ୍ୟାସ ଉଚ୍ଚ ରକ୍ତଚାପ ପଛର ପ୍ରକୃତ କାରଣ ଅଟେ । 

ଉଚ୍ଚ ରକ୍ତଚାପରୁ ମିଳିବ ମୁକ୍ତି,  ସକାଳେ ସେବନ କରନ୍ତୁ ଏସବୁ ଫଳରସ

ନୂଆଦିଲ୍ଲୀ: ଆଜିର ଜୀବନଶୈଳିରେ ଉଚ୍ଚ ରକ୍ତଚାପ ହେତୁ ଶରୀରକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ । ଏଭଳି ପରିସ୍ଥିତିରେ, ଆପଣ କିଛି ଏମିତି ଉପାୟ ଆପଣାନ୍ତୁ ଯାହାର ସେବନ ମାତ୍ରେ ହିଁ ଆପଣଙ୍କୁ ମିଳିବ ବହୁ ଫାଇଦା । ଫଳ ରସରୁ ଦିନ ଆରମ୍ଭ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ। ଆଜିକାଲି ଉଚ୍ଚ ରକ୍ତଚାପ ଅତି ସାଧାରଣ କଥା । କିନ୍ତୁ ଏହି ସମସ୍ୟାର ବୃଦ୍ଧି ହେତୁ ହୃଦୟରେ ଗଭୀର ପ୍ରଭାବ କାରଣରୁ ହୃଦଘାତ ହେବାର ଆଶଙ୍କା ରହିଛି । ଏହା ସହିତ ମଧୁମେହ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦ୍ରୁତ ଗତିରେ ବଢୁଛି। କାର୍ଯ୍ୟ ଚାପ, ଖରାପ ଜୀବନଶୈଳୀ ଏବଂ ଖରାପ ଖାଇବା ଅଭ୍ୟାସ ଉଚ୍ଚ ରକ୍ତଚାପ ପଛର ପ୍ରକୃତ କାରଣ ଅଟେ । 

ଏଭଳି ସ୍ଥିତିରେ ଏପରି ଜୀବନଶୈଳୀରେ କିଛି ପରିବର୍ତ୍ତନ କଲେ ଆପଣଙ୍କୁ ମିଳିବ ବହୁ ଉପକାରିତା... 

ଉଚ୍ଚ ରକ୍ତଚାପ (High Blood Pressure) କୁ ଏଡାଇବା ପାଇଁ ଫଳରସ
ପଇଡ ପାଣି
ଗୁଣରେ ଭରପୁର ପଇଡ ପାଣି ପିଇବା ଦ୍ୱାରା ରୋଗର ସଂକ୍ରମଣ ହେବାର ଆଶଙ୍କା ବହୁ କମ ରହିଥାଏ । ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ । ପଇଡ ପାଣିରେ ଅଧିକ ପରିମାଣର ପୋଟାସିୟମ ଥିବାରୁ ଏହା ଶରୀରରେ ସୋଡିୟମର ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। 

ବିଟ୍ ରସ
ବିଟ ରୁଟରେ ଭିଟାମିନ୍, କ୍ୟାଲସିୟମ୍, ଆଇରନ୍, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଭାଇରାଲ୍ ଗୁଣ ରହିଛି। ଏହାର ବ୍ୟବହାର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ରୋଗରୁ ରକ୍ଷା କରିଥାଏ । ଏହା ରକ୍ତଚାପ ବୃଦ୍ଧି ସହିତ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

ଡାଳିମ୍ବ ରସ
ଡାଳିମ୍ବରେ ଭିଟାମିନ୍, ଆଇରନ୍, ଫୋଲେଟ୍, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ମିଳିଥାଏ। ଏହାର ରସ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତିକୁ ଅଧିକ ଦୃଢ କରିଥାଏ।  ଏବଂ ରୋଗ ସହ ଲଢିବା ପାଇଁ ଶକ୍ତି ଯୋଗାଇଥାଏ ।

ଟମାଟୋ ରସ
ଟମାଟୋରେ ଭିଟାମିନ୍, କ୍ୟାଲସିୟମ୍, ଆଇରନ୍, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି। ଏହାକୁ କଞ୍ଚା ଖାଇବା କିମ୍ବା ପ୍ରତିଦିନ ଏକ ଗ୍ଲାସ୍ ରସ ପିଇବା ଦ୍ୱାରା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହିତ ହୃଦୟର ସ୍ୱାସ୍ଥ୍ୟ ଅକ୍ଷୁର୍ଣ୍ଣ ରହିଥାଏ।
 
ତେବେ ଏସବୁ ଫଳ ରସ ପିଇବା ଦ୍ୱାରା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହିତ ହୃଦୟର ସ୍ୱାସ୍ଥ୍ୟ ଅକ୍ଷୂର୍ଣ୍ଣ ରହିଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ଉଚ୍ଚ ରକ୍ତର ସମସ୍ୟାକୁ ଦୂର କରିଥାଏ ଏବଂ ଶରୀରକୁ ଅନ୍ୟ ରୋଗରେ ବିପଦରୁ ରକ୍ଷା କରିଥାଏ।