Blood Pressure Risk: ରକ୍ତଚାପ ବଢିଲେ ଶୋଇବା ସମୟରେ ହେବନି ହାର୍ଟଆଟାକ୍, ଜାଣନ୍ତୁ ଏହି ଉପାୟ
Advertisement

Blood Pressure Risk: ରକ୍ତଚାପ ବଢିଲେ ଶୋଇବା ସମୟରେ ହେବନି ହାର୍ଟଆଟାକ୍, ଜାଣନ୍ତୁ ଏହି ଉପାୟ

Blood Pressure Treatment: ମଦ୍ୟପାନରୁ ଦୂରେଇ ରୁହନ୍ତୁ ଏବଂ ଚାଲିବା ପରି ହାଲୁକା ବ୍ୟାୟାମ କରନ୍ତୁ ଏବଂ ନିଜକୁ ମୋବାଇଲ୍ ଠାରୁ ଦୂରେଇ ରଖନ୍ତୁ। ଶୋଇବା ସମୟରେ କିଛି ଶୋଇବା ଶୈଳୀ ଉପରେ ଧ୍ୟାନ ଦିଅନ୍ତୁ ଯେମିତି ହାର୍ଟ ବା ଶିରା ପ୍ରଶିରା ଉପରେ ପ୍ରଭାବ ନପଡ଼େ। 

Blood Pressure Risk: ରକ୍ତଚାପ ବଢିଲେ ଶୋଇବା ସମୟରେ ହେବନି ହାର୍ଟଆଟାକ୍, ଜାଣନ୍ତୁ ଏହି ଉପାୟ

Blood Pressure Risk: ନିଦ୍ରାହୀନତା ଓ ଉଚ୍ଚ ରକ୍ତଚାପ ସମସ୍ୟା ଗୋଟିଏ କଏନର ଦୁଇଟି ପାର୍ଶ୍ୱ ପରି। ତେବେ ଉଚ୍ଚ ରକ୍ତଚାପ ରୋକିବା ପାଇଁ ଭଲ ନିଦ ହେବା ମଧ୍ୟ ଜରୁରୀ । କେବଳ ଏତିକି ନୁହେଁ, ଉଚ୍ଚ ରକ୍ତଚାପ ହେତୁ ଅନେକ ଥର ଶିରା ଉପରେ ଅଧିକ ଚାପ ରହିଥାଏ, ଏପରି ପରିସ୍ଥିତିରେ ଶୋଇବା ସମୟରେ ହୃଦଘାତ ହେବାର ସମ୍ଭାବନା ମଧ୍ୟ ବଢିଥାଏ । କିଛି ବିଶେଷ ଟିପ୍ସ ଗ୍ରହଣ କରିବାକୁ ପଡିବ ଯାହାଫଳରେ ଶୋଇବା ସମୟରେ ରକ୍ତଚାପ ଅଧିକ ଯେମିତି ନହୁଏ ନଚେତ୍ ଶୋଇବା ସମୟରେ ହୃଦଘାତ ପରି ସମସ୍ୟା ଦେଖାଦେବ।

ପୂର୍ବ ସମୟରେ ଉଚ୍ଚ ରକ୍ତଚାପର(High Blood Pressure) ସମସ୍ୟା କେବଳ ଏକ ନିର୍ଦ୍ଦିଷ୍ଟ ସମୟ ଓ ବୟସ ସୀମାରେ ହେଉଥିଲା । କିନ୍ତୁ ବର୍ତ୍ତମାନ ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବ୍ୟାୟାମର ଅଭାବ ଏବଂ ଉଚ୍ଚ ସୋଡିୟମ୍ ଯୁକ୍ତ ଜଙ୍କ୍ ଫୁଡ୍ ଖାଇବା ଅଭ୍ୟାସ ହେତୁ ଏବେ ଉଚ୍ଚ ରକ୍ତଚାପ ଯୁବପୀଢିଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଛି। ଏଥି ସହିତ, ଅନ୍ୟ ଏକ ବଡ଼ କାରଣ ଏଥିରେ ଅନ୍ତର୍ଭୁକ୍ତ ହୋଇଛି ଯେ, ବିଳମ୍ବିତ ରାତିରେ ଶୋଇବା ଏବଂ ସକାଳୁ ବିଳମ୍ବରେ ଉଠିବ ଜୀବନଶୈଳୀକୁ ପରିବର୍ତ୍ତନ କରିଥାଏ। ଏହି ସବୁ ଜିନିଷ ଉଚ୍ଚ ରକ୍ତଚାପର ଆଶଙ୍କା ବଢାଇଥାଏ। 

ଚିକିତ୍ସକ ଓ ବିଶେଷଜ୍ଞଙ୍କ କହିବାକଥା, ଯଦି ଆପଣଙ୍କ ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ତେବେ ଯଥା ସମ୍ଭବଃ ଏକ ଭେଣ୍ଟିଲେଟେଡ୍ କୁଲ୍ ରୁମରେ ୬ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ପର୍ଯ୍ୟାପ୍ ପରିମାଣରେ ନିଦ ପୂରା କରନ୍ତୁ। ମଦ୍ୟପାନରୁ ଦୂରେଇ ରୁହନ୍ତୁ ଏବଂ ଚାଲିବା ପରି ହାଲୁକା ବ୍ୟାୟାମ କରନ୍ତୁ ଏବଂ ନିଜକୁ ମୋବାଇଲ୍ ଠାରୁ ଦୂରେଇ ରଖନ୍ତୁ। ଶୋଇବା ସମୟରେ କିଛି ଶୋଇବା ଶୈଳୀ ଉପରେ ଧ୍ୟାନ ଦିଅନ୍ତୁ ଯେମିତି ହାର୍ଟ ବା ଶିରା ପ୍ରଶିରା ଉପରେ ପ୍ରଭାବ ନପଡ଼େ। ସେହିପରି ରକ୍ତଚାପ ନିୟନ୍ତ୍ରଣ(Blood Pressure Control) କରିବାକୁ ହେଲେ ଛୋଟ ଛୋଟ ଅଭ୍ୟାସ ପ୍ରତି ଧ୍ୟାନ ଦେବା ଜରୁରୀ। ଶୋଇବା ସମୟରେ ପାଦ ଆଡ଼କୁ ରକ୍ତ ସଞ୍ଚାଳନ ଖୁବ ଅଧିକ ମାତ୍ରାରେ ହୋଇଥାଏ। ତେବେ ଏହା ଦ୍ୱାରା ରକ୍ତଚାପ ବଢିଥାଏ। 

ଉଚ୍ଚ ରକ୍ତଚାପରେ ପୀଡିତ ବ୍ୟକ୍ତିଙ୍କ ମାନେ ବାମ ପଟକୁ କଡ଼ ଲେଉଟାଇ ଶୋଇବା ଭଲ ବୋଲି ବିବେଚନା କରାଯାଏ କାରଣ ଏହା ରକ୍ତବାହୀ ଉପରେ ଅତ୍ୟଧିକ ଚାପରୁ ମୁକ୍ତି ଦେଇଥାଏ । ଅନ୍ୟପକ୍ଷରେ, ଡାହାଣ ପାର୍ଶ୍ୱରେ ଶୋଇବା ଉଭୟ ରକ୍ତଚାପ ଏବଂ ହାର୍ଟଆଟାକ (Heart Attack) ବିପଦକୁ ଆହୁରି ବଢାଇଥାଏ । ଅନେକ ଥର ଡାହାଣ ପାର୍ଶ୍ୱରେ ଶୋଇବା ଦ୍ୱାରା ନିଦ୍ରାରେ ବାରମ୍ବାର ବ୍ୟାଘାତ ସୃଷ୍ଟି ହୁଏ, ଯେଉଁଥିପାଇଁ ରକ୍ତଚାପରେ ଅଧିକ ବୃଦ୍ଧି ହେବାର ଆଶଙ୍କା ଥାଏ । ତେବେ ଉଚ୍ଚ ରକ୍ତଚାପ ପାଇଁ ବାମ ପଟକୁ କଡ଼ ଲେଉଟାଇ ଶୋଇବା ହେଉଛି ସର୍ବୋତ୍ତମ ସ୍ଥାନ । କାରଣ ଏହା ରକ୍ତବାହୀକୁ ଆରାମ ଦେଇଥାଏ ଯାହା ହୃଦୟକୁ ରକ୍ତ ସଞ୍ଚାଳନ ସଠିକ୍ ଭାବେ କରିଥାଏ।

ଉଚ୍ଚ ରକ୍ତଚାପ ଥିବା ରୋଗୀ ମାନେ ତକିଆ ଗୋଡ ମଝିରେ ଦେଇ ଶୋଇବାରେ ଅନେକ ଫାଇଦା ମିଳିଥାଏ। ପ୍ରକୃତରେ ଗୋଡ଼ ମଝିରେ ତକିଆ ଦେବା କାରଣରୁ ରକ୍ତଚାପ କମ ହେବାରେ ଲାଗିଥାଏ ଓ ରକ୍ତ ସଞ୍ଚାଳନ ହେବା ଦ୍ୱାରା ଆରାମ ମିଳିଥାଏ। ଏହି ଶୈଳୀ ଆପଣଙ୍କ ରକ୍ତଚାପକୁ ରିଲାକ୍ସ କରିଥାଏ। ଏହା ବ୍ୟତୀତ, ଯଦି ଉଚ୍ଚ ରକ୍ତଚାପ ରୋଗୀମାନେ ଢିଲା ମୋଜା ପିନ୍ଧି ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ପ୍ରଥମେ ଉଚ୍ଚ ରକ୍ତଚାପ ସନ୍ତୁଳନ କରିବ ଏବଂ ତା’ପରେ ଶରୀରରେ ରକ୍ତ ସଞ୍ଚାଳନକୁ (Blood Circulation) ସଂଶୋଧନ କରିବ । ଏହା ଆପଣଙ୍କୁ ଭଲ ନିଦ ଦେବ ଯାହା ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ସ୍ୱୟଂଚାଳିତ ଭାବରେ ନିୟନ୍ତ୍ରଣରେ ରହିବ ।

Also Read: Gastric Problem: ମାସିକ ଧର୍ମ ସମୟରେ ପେଟରେ ଗ୍ୟାସର ଲକ୍ଷଣ, ସଚେତନ ରୁହନ୍ତୁ ନଚେତ୍...

Also Read:  Almonds: ଆଲମଣ୍ତର ଅଧିକ ସେବନ,ଡାକିଆଣେ ଏହି ସବୁ ଘାତକ ରୋଗ !