Sendha Namak: ଜାଣନ୍ତୁ ସ୍ବାସ୍ଥ୍ୟ ପାଇଁ କେତେ ଫଳପ୍ରଦ କଳା ଲୁଣ ?
Advertisement
Article Detail0/zeeodisha/odisha1371546

Sendha Namak: ଜାଣନ୍ତୁ ସ୍ବାସ୍ଥ୍ୟ ପାଇଁ କେତେ ଫଳପ୍ରଦ କଳା ଲୁଣ ?

Sendha Namak : ସୋମବାର ଠାରୁ ଆରମ୍ଭ ହୋଇଛି ନବରାତ୍ରୀ । ଏହି ସମୟରେ ଅଧିକାଂଶ ଲୋକେ ବ୍ରତ ବା ଉପବାସ ରଖିଥାନ୍ତି । କିଛି ଲୋକେ ନିର୍ଜଳା ଉପବାସ କରୁଥିବା ବେଳେ ଆଉ କେତେକ ଲୋକେ ଦିନରେ ଥରୁଟିଏ ଖାଦ୍ୟ ଖାଇଥାନ୍ତି । ବିଭିନ୍ନ ପ୍ରକାର ଜୁସ୍ ଓ ଲେମ୍ବୁପାଣି ମଧ୍ୟ ପିଇଥାନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Sendha Namak : ସୋମବାର ଠାରୁ ଆରମ୍ଭ ହୋଇଛି ନବରାତ୍ରୀ । ଏହି ସମୟରେ ଅଧିକାଂଶ ଲୋକେ ବ୍ରତ ବା ଉପବାସ ରଖିଥାନ୍ତି । କିଛି ଲୋକେ ନିର୍ଜଳା ଉପବାସ କରୁଥିବା ବେଳେ ଆଉ କେତେକ ଲୋକେ ଦିନରେ ଥରୁଟିଏ ଖାଦ୍ୟ ଖାଇଥାନ୍ତି । ବିଭିନ୍ନ ପ୍ରକାର ଜୁସ୍ ଓ ଲେମ୍ବୁପାଣି ମଧ୍ୟ ପିଇଥାନ୍ତି । ଜୁସ କି ଲେମ୍ବୁପାଣିରେ ବ୍ରତଧାରୀମାନେ ସାଧାରଣ ଲୁଣ ବ୍ୟବହାର କରି ନଥାନ୍ତି । ବିଶେଷକରି ବ୍ରତଧାରୀମାନେ ଲେମ୍ବୁପାଣିରେ କଳା ଲୁଣ ଖାଦ୍ୟ(Sendha Namak )ବ୍ୟବହାର କରିଥାନ୍ତି ।  ଏହି କଳା ଲୁଣ ସ୍ବାସ୍ଥ୍ୟ ପକ୍ଷେ ବେଶ ହିତକର ହୋଇଥାଏ । ଏହା ବ୍ୟତୀତ କାଶ, ଥଣ୍ଡା, ଶ୍ୱାସକ୍ରିୟାରୁ ମୁକ୍ତି ପାଇବା  ଏବଂ ହଜମ କରିବାରେ କଳା ଲୁଣ ସାହାଯ୍ୟ କରିଥାଏ । 

କଳା ଲୁଣରେ ଉଚ୍ଚ ଲକ୍ସାଟିଭ୍ ଗୁଣ ଥିବାରୁ ଏହା ଖାଦ୍ୟକୁ ସହଜରେ ହଜମ କରିଥାଏ।  ଭାରି ଭୋଜନ ଓ ତେଲମସଲା ଯୁକ୍ତ ଖାଦ୍ୟ ଖାଇବା ପରେ ମଧ୍ୟ ଆପଣ ଏହାକୁ ଖାଇପାରିବେ। ଯାହା ଖାଦ୍ୟକୁ ହଜମ କରିବାରେ ବେଶ ସହାୟକ ହୋଇଥାଏ । ଖାଦ୍ୟରୁ ପୋଷକ ତତ୍ତ୍ୱ ,ପେଟ ସଫା ରଖିବାରେ ମଧ୍ୟ ବେଶ ସହାୟକ ହୋଇଥାଏ।  ଯଦି ଆପଣଙ୍କୁ ଥଣ୍ତା ସର୍ଦ୍ଦି ହୋଇଛି ।  ଅତ୍ୟାଧିକ ଥଣ୍ତାରୁ ଗଳା ଖରାପ ରହିଛି । ତେବେ ଆପଣ ଗରମ ପାଣିରେ କଳା ଲୁଣ  ମିଶାଇ ଗାର୍ଗଲିଂ (Gargling)  କରିପାରିବେ। ଯାହା ଆପଣଙ୍କୁ ଉପଶମ ଦେବ।  

ଏହାବି ପଢନ୍ତୁ : କଳା ଓଠକୁ ଗୋଲାପି କରିବାର ସହଜ ଉପାୟ, କିଛି ଘରୋଇ ଉପଚାର ଆପଣାନ୍ତୁ ସୁନ୍ଦର ଓଠ ପାଆନ୍ତୁ

ସର୍ଦ୍ଦି ସମୟରେ ଶ୍ବାସକ୍ରିୟାର ସମସ୍ତ ସମସ୍ୟାକୁ ମଧ୍ୟ ଦୂର କରିବା ସହ ଆଜମା ଓ ବ୍ରୋଙ୍କାଇଟିସ୍ (bronchitis) ଭଳି ରୋଗକୁ ମଧ୍ୟ ଠିକ୍ କରିଥାଏ । ଦୈନନ୍ଦିନ ଖାଦ୍ୟପେୟରେ ଆପଣ ମଧ୍ୟ କଳାଲୁଣକୁ ବ୍ୟବହାର କରି ପାରିବେ। ଏହା ଦ୍ବାରା ଆପଣଙ୍କ ଶରୀରରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ମାତ୍ରା ଅଧିକ କରିଥାଏ ।  ଏହା ସମସ୍ତ କାର୍ଯ୍ୟକଳାପ ପାଇଁ ଶକ୍ତି  ଯୋଗାଇଥାଏ । ଏହା ଦ୍ୱାରା ଶରୀରର ଓଜନ ଠିକ ରହିବା ସହ ଚର୍ବି ମଧ୍ୟ କମିଥାଏ । ଆପଣ ଓଜନ ହ୍ରାସ କରିବାକୁ ଚାହୁଁଥିଲେ କଳା ଲୁଣ ମଧ୍ୟ ବ୍ୟବହାର କରିପାରିବେ। କଳା ଲୁଣ ଇନସୁଲିନକୁ ସକ୍ରିୟ କରି ଚିନି କୁ ହ୍ରାସ କରିଥାଏ ଏବଂ ଏହାଦ୍ୱାରା ଓଜନ ହ୍ରାସ ହୁଏ । ଶରୀର ପାଇଁ ଯେମିତି ଉପକାରୀ କଳା ଲୁଣ  ଠିକ୍ ସେହିପରି ହେଲଦି ସ୍କିନ୍ (Healthy Skin) ପାଇଁ ମଧ୍ୟ ବେଶ ଲାଭକାରୀ ହୋଇଥାଏ । କଳା ଲୁଣ ଚର୍ମକୁ ସଫା ରଖିବାରେ ସହାୟକ ହୋଇଥାଏ । ଯେତେବେଳେ ଆପଣ କଳାଲୁଣକୁ ନିଜ ଖାଦ୍ୟରେ ବ୍ୟବହାର କରିଥାନ୍ତି । ସେତେବେଳେ ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ଏହା ଶରୀରରୁ ତେଲିଆ ଅଂଶକୁ ରୋକିଥାଏ । ବ୍ରଣ ରୋକିବା ସହ ଚେହେରାକୁ ସତେଜ କରିଥାଏ । ଯାହା ଆପଣଙ୍କୁ ଏକ ସୁସ୍ଥ ଓ ହେଲଦି ସ୍କ୍ରିନ୍ ଦେଇଥାଏ । କଳାଲୁଣର ବ୍ୟବହାର ଦ୍ବାରା ଆପଣ ଆଉ କିଛି ରୋଗୁ ମଧ୍ୟ ଚୁଟକିରେ ଛୁ କରି ପାରିବେ। ଯେପରିକି ଥଣ୍ତାରୁ ପାଦ ଫୁଲିବା ଭଳି ସମସ୍ୟା । ଏକ ବାଲଟି ରେ କିଛି ନଖ ଉଷୁମ ପାଣି ରଖନ୍ତୁ । ସେଥିରେ ଦୁଇ ରୁ ତିନି ଚାମଚ କଳା ଲୁଣ ପକାନ୍ତୁ । ପରେ ଲୁଣକୁ ପାଣିରେ ଭଲ ଭାବରେ ମିଶାନ୍ତୁ । ଆଉ ସେଥିରେ ଗୋଡକୁ କିଛି ସମୟ ପାଇଁ ବୁଡାଇ ରଖନ୍ତୁ । ଏଭଳି କିଛି ଦିନ କରିବା ଦ୍ବାରା  ଆପଣ ଥଣ୍ତାରୁ ପାଦରେ ହେଉଥିବା ଯନ୍ତ୍ରଣାରୁ ଉପଶମ ପାଇ ପାରିବେ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)