ବିନା ଜିମ୍ ରେ ବେଲି ଫ୍ୟାଟ କମ୍ କରିବାର ୫ଟି ଉପାୟ
Advertisement
Article Detail0/zeeodisha/odisha1134897

ବିନା ଜିମ୍ ରେ ବେଲି ଫ୍ୟାଟ କମ୍ କରିବାର ୫ଟି ଉପାୟ

ଏ ପରିସ୍ଥିତିରେ ଏକ ସୁସ୍ଥ ରୁଟିନ୍ ଅନୁସରଣ କରି ଏକ ସୁସ୍ଥ ଜୀବନଯାପନ କରି ଆପଣ ନିଜ ମୋଟାପଣକୁ ଦୂରେଇ ପାରିବେ । ସକାଳୁ କିଛି ସରଳ ଉପାୟ କରି ଆପଣ ନିଜ ଓଜନକୁ ନିୟନ୍ତ୍ରଣ କରିବା ସହ ଦିନସାରା ସକ୍ରିୟ ଏବଂ ଫୁର୍ତ୍ତି ରଖିପାରିବେ । 

ବିନା ଜିମ୍ ରେ ବେଲି ଫ୍ୟାଟ କମ୍ କରିବାର ୫ଟି ଉପାୟ

ନୂଆଦିଲ୍ଲୀ: ଓଜନ ବୃଦ୍ଧି ବର୍ତ୍ତମାନର ଯୁଗର ଏକ ସାଧାରଣ ସମସ୍ୟା, ଦୈନନ୍ଦିନ ଜୀବନରେ ପେଟର ଚର୍ବି ବୃଦ୍ଧିକୁ ହ୍ରାସ କରିବା ଅତ୍ୟନ୍ତ କଷ୍ଟକର । କଣ ଆପଣଙ୍କ ପେଟ ଧିରେ ଧିରେ ହୋଇ ବଢୁଛି କି, ଆଉ ଚର୍ବି ବୃଦ୍ଧି କାରଣରୁ ବହୁ ଅସୁବିଧାରେ ପଡୁଛନ୍ତି କି ! ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଜିମ୍ ନ ଯାଇ ମଧ୍ୟ ଆପଣ ଓଜନ ହ୍ରାସ କରିପାରିବେ । ଏଥିପାଇଁ ଆପଣଙ୍କୁ ମହଙ୍ଗା ପ୍ରୋଜେକ୍ଟ୍ସ କିଣିବା ଆବଶ୍ୟକ ନାହିଁ ନା ହିଁ କଠିନ ବ୍ୟାୟାମ କିମ୍ବା ଯୋଗ କରିବା ଆବଶ୍ୟକ । କେବଳ ଆପଣ ନିଜ ନିତ୍ୟକର୍ମରେ ହାଲୁକା ପରିବର୍ତ୍ତନ କରି ନିଜର ଓଜନକୁ କିଛି ଦିନ ମଧ୍ୟରେ ନିୟନ୍ତ୍ରଣକୁ ଆଣି ପାରିବେ। ଏକ ଅଧ୍ୟୟନରୁ ଜଣାପଡିଛି, ଯେ ମୋଟାପଣ କାରଣରୁ କର୍କଟ,ମଧୁମେହ,ହୃଦରୋଗର ଆଶଙ୍କା ବଢିଥାଏ । 

ଏ ପରିସ୍ଥିତିରେ ଏକ ସୁସ୍ଥ ରୁଟିନ୍ ଅନୁସରଣ କରି ଏକ ସୁସ୍ଥ ଜୀବନଯାପନ କରି ଆପଣ ନିଜ ମୋଟାପଣକୁ ଦୂରେଇ ପାରିବେ । ସକାଳୁ କିଛି ସରଳ ଉପାୟ କରି ଆପଣ ନିଜ ଓଜନକୁ ନିୟନ୍ତ୍ରଣ କରିବା ସହ ଦିନସାରା ସକ୍ରିୟ ଏବଂ ଫୁର୍ତ୍ତି ରଖିପାରିବେ । ଆସନ୍ତୁ ଜାଣିବା କେଉଁ କେଉଁ ଦିଗକୁ ଅଧିକ ଧ୍ୟାନ ଦେବା ଜରୁରୀ ଯାହାକୁ ଆପଣାଇ ଆପଣ ବିନା ପରିଶ୍ରମରେ ଓଜନ ହ୍ରାସ କରିପାରିବେ।

ବିନା ଜିମ୍ ରେ ଓଜନ ହ୍ରାସ (Weight Loss without Gym)
୧. ସକାଳୁ ଦୁଇ ଗ୍ଲାସ ପାଣି ପିଅନ୍ତୁ ଯଦି ସମ୍ଭବ ତେବେ ଏକ ଗ୍ଲାସ ଗରମ ପାଣି ପିଅନ୍ତୁ । ଏହା ଆପଣଙ୍କ କ୍ୟାଲୋରୀ ଏବଂ ଚର୍ବିକୁ ଶୀଘ୍ର ହ୍ରାସ କରିଥାଏ । ଏହା ବ୍ୟତୀତ ଆପଣଙ୍କ ଶରୀରକୁ ମଧ୍ୟ ହାଇଡ୍ରେଟ୍ ରଖିଥାଏ । ଏପରି କରିବା ଦ୍ବାରା ଶରୀରର ଚର୍ବି ଖୁବ ଶୀଘ୍ର କମିଥାଏ ।

୨. ହାଇପ୍ରୋଟିନ ଜଳଖିଆ (High protien Food)
ନିଜ ଜଳଖିଆରେ ହାଇପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଅଣ୍ଡା ଏବଂ କ୍ଷୀର ବେଶ ଫଳପ୍ରଦ ଅଟେ ଜଳଖିଆରେ । ଅନେକ ଗବେଷଣାରୁ ଜଣାପଡିଛି ଯେ, ହାଇ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନ ଥାଏ । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜଳଖିଆ ପରିମାଣ ଆପଣ ଜଳଖିଆ ସବୁ ବେଳେ ପେଟ ପୁରା କରିବା ଜରୁରୀ ।

୩. ଶରୀର ପାଇଁ ସୂର୍ଯ୍ୟକିରଣ ଜରୁରୀ (Sunlight)
ବୈଜ୍ଞାନିକଙ୍କ ମତରେ ଶରୀରରେ ଭିଟାମିନ୍ ଡି ସ୍ତର ମଧ୍ୟ ଓଜନ ଉପରେ ପ୍ରଭାବ ପକାଇଥାଏ । ଭିଟାମିନ୍ ଡି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ତେଣୁ ସକାଳେ ସୂର୍ଯ୍ୟକିରଣରେ ବସିବା ବି ଲାଭଦାୟକ ଅଟେ।

୪. ଓଜନ ଯାଞ୍ଚ ପକ୍ରିୟା (Weight Measure)
ଓଜନ ହ୍ରାସ କରିବା ପାଇଁ ନିଜକୁ ଅନୁପ୍ରାଣିତ କରିବା ନିହାତି ଜରୁରୀ । ସେଥିପାଇଁ ପ୍ରତ୍ୟେକ ସମୟରେ ଓଜନ ଯାଞ୍ଚ କରିବା ଦ୍ବାରା ଓଜନ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ।

୫ ଧ୍ୟାନ (Concentration)
ଓଜନ ହ୍ରାସ କରିବାକୁ ହେଲେ ଅତ୍ୟଧିକ କଠିନ ବ୍ୟାୟାମ କିମ୍ବା ଯୋଗ କରିବା ପରିବର୍ତ୍ତେ ପ୍ରତିଦିନ ସକାଳେ ଧ୍ୟାନ କରିବା ଆରମ୍ଭ କରନ୍ତୁ । ଏପରି କରିବା ଦ୍ବାରା ଧୀରେ ଧୀରେ ଆପଣଙ୍କ ଓଜନରେ ପାର୍ଥକ୍ୟ ଦେଖିବାକୁ ପାଇବେ। କେବଳ ଯେ ଆପଣଙ୍କ ଓଜନ ଉପରେ ପ୍ରଭାବ ପକାଇବ ତାହା ନୁହେଁ ଆପଣଙ୍କ ଚର୍ମ,ମାନସିକ ସ୍ବାସ୍ଥ୍ୟ ଉପରେ ବି ଏହା ସକରାତ୍ମକ ପ୍ରଭାବ ପକାଇଥାଏ।

Also Read: ବିଦେଶ ଯାଇ ବଦଳିଗଲେ ଦୂତୀ ଚାନ୍ଦ! ରାଜ୍ୟ ସରକାରଙ୍କୁ ପ୍ରଥମେ ନଚାଇଲେ, ପରେ ପ୍ରଶଂସା କଲେ

Also Read: ମାଟ୍ରିକ୍ ପାସଙ୍କୁ ସରକାରୀ ଚାକିରି ସୁଯୋଗ; ୩,୬୦୩ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ଏମିତି କରନ୍ତୁ ଆବେଦନ