Weather Update: ଆଗକୁ ଆହୁରି ସଙ୍ଗୀନ ହେବ ସ୍ଥିତି! ଏହିସବୁ ଜିଲ୍ଲାକୁ ହିଟୱେବ ଆଲର୍ଟ ଜାରି
Advertisement
Article Detail0/zeeodisha/odisha1695185

Weather Update: ଆଗକୁ ଆହୁରି ସଙ୍ଗୀନ ହେବ ସ୍ଥିତି! ଏହିସବୁ ଜିଲ୍ଲାକୁ ହିଟୱେବ ଆଲର୍ଟ ଜାରି

Heat wave warning: ଅସହ୍ୟ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ, ଦିନ ୧୦ ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ତେବେ ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି ।

ସୌ(ସୋସିଆଲ ମିଡିଆ)

Heat wave warning in Odisha: ଆଜିଠୁ ଆହୁରି କଲବଲ କରିବ ଖରା । ବୃଦ୍ଧି ପାଇବା ତାପମାତ୍ରା । ୧୫ ତାରିଖରୁ ରାଜ୍ୟରେ ହିଟ୍ ୱେବ (Heat Wave) ସ୍ଥିତି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଛି (Heat Wave) । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ, ଦିନ ୧୦ ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ତେବେ ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ଆଜିଠାରୁ ରାଜ୍ୟରେ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା (Temperature High) ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେଣୁ ଆଗାମୀ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ହିଟ୍ ୱେଭ ୱାର୍ଣ୍ଣିଂ (Heat wave warning) ଜାରି କରାଯାଇଛି ।

ସୂଚନା ଥାଉ କି, ଆସନ୍ତା ୧୫ ତାରିଖ ଲାଗି ସୁନ୍ଦରଗଡ଼, ସମ୍ୱଲପୁର, ସୋନପୁର, ଝାରସୁଗୁଡ଼ା ଆଦି ଜିଲ୍ଲାକୁ ହିଟ୍ ୱେବ ୱାର୍ଣ୍ଣିଂ (Heat wave warning) ଜାରି କରାଯାଇଛି ।  ସେହିପରି ୧୬ ତାରିଖରେ ଅନୁଗୁଳ, ଦେବଗଡ଼, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ୱଲପୁର, ସୋନପୁର ଓ ଝାରସୁଗୁଡ଼ା ଓ ୧୭ରେ ସମ୍ୱଲପୁର, ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଆଦି ଜିଲ୍ଲାକୁ ହିଟ୍ ୱେବ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ପ୍ରଭାବ ରାଜ୍ୟରେ କମିଥିବାବେଳେ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଗରମ, ଶୁଷ୍କ ବାୟୁ  ସହ ସୂର୍ଯ୍ୟଙ୍କ ପ୍ରଖର ଯୋଗୁଁ ରାଜ୍ୟରେ ଆଗାମୀ ଦିନରେ ତାପମାତ୍ରା ୪୫ ଡ଼ିଗ୍ରୀ ପାର କରିବା ନେଇ ଆଶଙ୍କା କରାଯାଇଛି । ଖରା ଯୋଗୁଁ ଶରୀରରେ ପାନୀୟ ଜଳ କମିଯିବାର ସମ୍ଭାବାନ ଥିବାରୁ ପର୍ଯ୍ୟପ୍ତ ପରିମାଣର ପାଣି ପିଇବା ସହ ମଦ୍ୟପାନ, ଚା, କଫି ଓ ଶର୍କରାଯୁକ୍ତ ମୃଦୁ ପାନୀୟଠାରୁ ଦୂରେଇ ରହିବା ନେଇ ପାଣିପାଗ କେନ୍ଦ୍ର (METEOROLOGICAL CENTRE BHUBANESWAR) ପକ୍ଷରୁ ପରାମର୍ଶ ଦିଆଯାଇଛି । ସେପଟେ ଏହି ସମୟରେ ଆଖୁ, ମକା ଓ ଡ଼ାଲି ଜାତୀୟ ଫସଲ ସହ ଖରାଦିନିଆ ଫସଲ ଓ ପନି ପରିବାରେ ଜଳସେଚନ ଜାରି ରଖିବା ନେଇ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରକାଶଥାଉ କି, ଶନିବାର ଦିନ ସୁନ୍ଦରଗଡ଼଼ରେ ସର୍ବୋଚ୍ଚ ତାପମାତ୍ରା ୪୧.୫ ଡିଗ୍ରୀ ରହିଥିବା ବେଳେ, ଅନୁଗୁଳରେ ୪୦.୧ ଡିଗ୍ରୀ, ଟିଟିଲାଗଡ଼ ଓ ବରଗଡ଼ରେ ୪୦ ଡିଗ୍ରୀ ରହିଥିଲା । ଅନ୍ୟପଟେ ଉପକୂଳରେ ତାପମାତ୍ରା କମ୍ ଥିବା ସତ୍ତ୍ବେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା ।

 

ସେପଟେ ଆଜି ସ୍ଥଳଭାଗ ଛୁଇଁପାରେ ବାତ୍ୟା “ମୋକା” (Cyclone) । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ ରହିବ । ସ୍ଥଳ ବିଶେଷରେ ଏହା ଘଣ୍ଟା ପ୍ରତି ୨୦୦ କିମି ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (Indian Metrology Department) ପକ୍ଷରୁ କୁହାଯାଇଛି । ଶନିବାର ସକାଳେ ମୋକା ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗରରେ (Bay of Bengal) ରହିଥିବା ବେଳେ ଘଣ୍ଟା ପ୍ରତି ୧୪ କିମି ବେଗରେ ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ମିଆଁମାର ମୁହାଁ ହୋଇଛି । ଏହା ଧୀରେ ଧୀରେ ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରି ଦକ୍ଷିଣ- ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ମଧ୍ଯ ଦେଇ ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁବ ।

ଏହା ବି ପଢନ୍ତୁ-Happy Mother’s day 2023: ବିଶ୍ୱ ମାତୃ ଦିବସ ଅବସରରେ ଜାଣନ୍ତୁ ପୁରାଣରେ ବର୍ଣ୍ଣିତ “ମାଆ”ଙ୍କ ଅବଦାନ ବିଷୟରେ