Heart Attack Causes: ସୋମବାର ଦିନ ହୋଇଥାଏ ଅଧିକ ହାର୍ଟଆଟାକ, କାରଣ କହିଲେ ବିଶେଷଜ୍ଞ
Advertisement
Article Detail0/zeeodisha/odisha2345529

Heart Attack Causes: ସୋମବାର ଦିନ ହୋଇଥାଏ ଅଧିକ ହାର୍ଟଆଟାକ, କାରଣ କହିଲେ ବିଶେଷଜ୍ଞ

Heart Attack Causes: ସୋମବାର ହୃଦଘାତ ପଛରେ ସେ କିଛି କାରଣ ମଧ୍ୟ ଦର୍ଶାଇଛନ୍ତି। ଅନ୍ୟ ଅନେକ ହୃଦ୍ ରୋଗ ବିଶେଷଜ୍ଞ ମଧ୍ୟ ଡକ୍ଟର ନେନେଙ୍କ ତଥ୍ୟ ସହ ସହମତ। ତେବେ କେଉଁ ଦିନ ଓ କେଉଁ ସମୟରେ ହୃଦଘାତ ହୋଇଥାଏ। ଏହା ନିଶ୍ଚିତ ନୁହେଁ କିମ୍ବା ଏପରି କୌଣସି ଦାବି କରାଯାଇପାରିବ ନାହିଁ । ଆସନ୍ତୁ ଜାଣିବା ସପ୍ତାହର ପ୍ରଥମ ଦିନ ସୋମବାର ସକାଳେ କାହିଁକି ଅଧିକାଂଶ ହୃଦଘାତ ମାମଲା ସାମ୍ନାକୁ ଆସିଥାଏ।

 

Heart Attack Causes: ସୋମବାର ଦିନ ହୋଇଥାଏ ଅଧିକ ହାର୍ଟଆଟାକ, କାରଣ କହିଲେ ବିଶେଷଜ୍ଞ

Heart Attack Causes: କିଛି ଦିନ ହେବ ହୃଦଘାତ ମାମଲା ଭାରତରେ ବଡ଼ ଧରଣର ବୃଦ୍ଧି ଘଟିଛି। ବୟସ୍କଙ୍କ ତୁଳନାରେ ଅଧିକ ଯୁବକ ଏହି ରୋଗର ଶିକାର ହେଉଛନ୍ତି। ସେହିପରି ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ସୋମବାର ଦିନ ଅଧିକାଂଶ ହୃଦଘାତ ହେବା ନଜିର ରହିଛି। ଶନିବାର ଓ ରବିବାର ଛୁଟି ପରେ ସୋମବାର ହେଉଛି ପ୍ରଥମ କାର୍ଯ୍ୟ ଦିବସ। ଏହି ଦିନ ଲୋକଙ୍କୁ ନୂଆ ଯୋଜନା ଓ କାମ ନେଇ ଅଫିସ ଯିବାକୁ ପଡ଼େ, କିନ୍ତୁ ସପ୍ତାହର ପ୍ରଥମ ଦିନ କିଛି ପରିବାର ପାଇଁ ଦୁଃଖରେ ପରିପୂର୍ଣ୍ଣ ହୋଇଯାଏ। ଏହାକୁ ନେଇ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସ୍ୱାମୀ ତଥା ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀରାମ ନେନେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ସୋମବାର ହୃଦଘାତ ପଛରେ ସେ କିଛି କାରଣ ମଧ୍ୟ ଦର୍ଶାଇଛନ୍ତି। ଅନ୍ୟ ଅନେକ ହୃଦ୍ ରୋଗ ବିଶେଷଜ୍ଞ ମଧ୍ୟ ଡକ୍ଟର ନେନେଙ୍କ ତଥ୍ୟ ସହ ସହମତ। ତେବେ କେଉଁ ଦିନ ଓ କେଉଁ ସମୟରେ ହୃଦଘାତ ହୋଇଥାଏ। ଏହା ନିଶ୍ଚିତ ନୁହେଁ କିମ୍ବା ଏପରି କୌଣସି ଦାବି କରାଯାଇପାରିବ ନାହିଁ । ଆସନ୍ତୁ ଜାଣିବା ସପ୍ତାହର ପ୍ରଥମ ଦିନ ସୋମବାର ସକାଳେ କାହିଁକି ଅଧିକାଂଶ ହୃଦଘାତ ମାମଲା ସାମ୍ନାକୁ ଆସିଥାଏ।

 

କାର୍ଯ୍ୟ ଚାପ 
ଛୁଟି ପରେ ମଧ୍ୟ ଯଦି କୌଣସି ବ୍ୟକ୍ତି ସୋମବାର ଅଫିସରେ ଯୋଗ ଦିଅନ୍ତି ତେବେ ତାଙ୍କୁ ଅନେକ ଟାର୍ଗେଟ, ଧାରଣା ନେଇ ଯିବାକୁ ପଡିଥାଏ । ଏହି କାରଣରୁ ମାନସିକ ଚାପ ଓ ଚିନ୍ତାର ସ୍ତର ଯଥେଷ୍ଟ ବୃଦ୍ଧି ପାଇଥାଏ। ଏହା ଦ୍ୱାରା ହୃଦୟରେ ପରିବର୍ତ୍ତନ ଆସିଥାଏ । ଯେଉଁମାନେ ପୂର୍ବରୁ ହୃଦ୍ ଜନିତ ରୋଗରେ ପୀଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଏହା ଅଧିକ ମାରାତ୍ମକ ଅଟେ । ଏଭଳି ପରିସ୍ଥିତିରେ ହାର୍ଟ ଆଟାକ ହେବାର ଆଶଙ୍କା ବଢିଯାଇଥାଏ । 

ଶୋଇବା ସମସ୍ୟା 
ଅଧିକାଂଶ ଲୋକଙ୍କର ଶନିବାର ଓ ରବିବାର ଛୁଟି ରହିଥାଏ। ଏଭଳି ପରିସ୍ଥିତିରେ ଲୋକମାନେ ଛୁଟିଦିନରେ ପାର୍ଟି କରିବାକୁ ବାହାରକୁ ଯାଆନ୍ତି କିମ୍ବା ଘରେ ମନପସନ୍ଦର ଶୋ' ଦେଖିବା କାରଣରୁ ଜଲଦି ସକାଳୁ ଉଠିଥାନ୍ତି। ଏହାପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଇନଥାନ୍ତି। ଏହି କାରଣରୁ ସର୍କାଡିଆନ୍ ରିଦମ୍ ରେ ପରିବର୍ତ୍ତନ ହୋଇଥାଏ। ଏହା ଆମ ଶୋଇବା ଚକ୍ରକୁ ନିୟନ୍ତ୍ରଣ କରିଥାଏ। ଶୋଇବାର ସମୟ ପରିବର୍ତ୍ତନ ହେତୁ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଇବା ଦ୍ୱାରା ପରଦିନ ପର୍ଯ୍ୟାପ୍ତ ନିଦ ହୁଏ ନାହିଁ । ଏଥିସହିତ କର୍ଟିସୋଲର ସ୍ତର ମଧ୍ୟ ବୃଦ୍ଧି ପାଇଥାଏ। ଏହା ଦ୍ୱାରା ହୃଦ୍ ରୋଗ ହେବାର ଆଶଙ୍କା ବଢିଯାଇଥାଏ । 

ଉଚ୍ଚ କର୍ଟିସୋଲ ବା ହାଇକୋଲେଷ୍ଟ୍ରଲ
ହାର୍ଟ ଆଟାକ୍ ର ଅଧିକାଂଶ ମାମଲା ପାଇଁ ହାଇକୋଲେଷ୍ଟ୍ରଲ ଦାୟୀ । ହଠାତ୍ ଉତ୍ତେଜନା ଓ କାମର ଚାପ ବଢିବା କାରଣରୁ ଅନେକ ସମୟରେ ଏହା ଅଧିକ ହୋଇଥାଏ । ବ୍ୟକ୍ତି ଅଧିକ ଭାବିବା କିମ୍ବା ଚାପ ନେବା ମାତ୍ରେ କୋଲେଷ୍ଟ୍ରଲ ଅଧିକ ମାତ୍ରାରେ ହୋଇଯାଏ। ଏହା ରକ୍ତଚାପ ଏବଂ ରକ୍ତଶର୍କରା ସ୍ତରକୁ ମଧ୍ୟ ବଢାଇଥାଏ । ଏହା ଦ୍ୱାରା ହାର୍ଟ ଆଟାକ ହେବାର ଆଶଙ୍କା ବଢିଯାଇଥାଏ । 

ସାଇଲେଣ୍ଟ ହାର୍ଟଆଟାକ୍
ବିଶେଷଜ୍ଞଙ୍କ ମତରେ କିଛି ସାଇଲେଣ୍ଟ ହାର୍ଟ ଆଟାକ୍ ମଧ୍ୟ ହୋଇଥାଏ, ଯାହାର ଲକ୍ଷଣ ସମ୍ପୂର୍ଣ୍ଣ ଭାବେ ମିଳିନଥାଏ। ଅଧିକାଂଶ ସମୟରେ ଲୋକମାନେ ଛୁଟିଦିନରେ ଆରାମ କରିବାର ମୁଡ୍ ରେ ଥାଆନ୍ତି, କିନ୍ତୁ ଥକାପଣ ଏବଂ ସ୍ୱାସ୍ଥ୍ୟକୁ ଅଣଦେଖା କରି କିଛି କାମରେ ନିୟୋଜିତ ହୁଅନ୍ତି । ପରଦିନ ଅର୍ଥାତ୍ ସୋମବାର ଅଫିସରେ ମଧ୍ୟ ଚାପରେ ରହିବାକୁ ପଡ଼ିଥାଏ, ଯେଉଁକାରଣରୁ ପ୍ରଥମ ଦିନରେ ହୃଦୟ ଜନିତ ସମସ୍ୟା ବଢ଼ିବାର ଆଶଙ୍କା ରହିଥାଏ।

ଅତ୍ୟଧିକ ମଦ୍ୟପାନ ଏବଂ ଧୂମପାନ
ଅନେକ ସମୟରେ ଛୁଟିଦିନରେ ଲୋକେ ବହୁତ ପାର୍ଟି କରିଥାନ୍ତି । କିଛି ଲୋକ ଏଥିରେ ପ୍ରଚୁର ମାତ୍ରାରେ ମଦ୍ୟପାନ କରିଥାନ୍ତି । ଅତ୍ୟଧିକ ମଦପିଇବା ଦ୍ୱାରା ହୃଦୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ। ଏହା ଦ୍ୱାରା ହାର୍ଟ ଆଟାକ ହେବାର ଆଶଙ୍କା ବଢିଯାଇଥାଏ । 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

Also Read: Brain Stroke: ମୁଣ୍ଡରେ ଦେଖାଦେଉଛି କି ଏହି ଲକ୍ଷଣ, ବ୍ରେନ ଷ୍ଟ୍ରୋକର ସମ୍ଭାବନା ନୁହେଁ ତ!

Also Read: Budh Shukra Yuti: ବୁଧ-ଶୁକ୍ର ମିଳନ ଆଣୁଛି ଶୁଭବେଳା, ୫ ରାଶିଙ୍କ ଫିଟିବ ଭାଗ୍ୟ !