Heart Attack: ହାର୍ଟ ଆଟାକର ୧ ମାସ ପୂର୍ବରୁ ଶରୀରରେ ଦେଇଥାଏ ଏସବୁ ସଙ୍କେତ, ରହନ୍ତୁ ସତର୍କ!
Advertisement
Article Detail0/zeeodisha/odisha1370183

Heart Attack: ହାର୍ଟ ଆଟାକର ୧ ମାସ ପୂର୍ବରୁ ଶରୀରରେ ଦେଇଥାଏ ଏସବୁ ସଙ୍କେତ, ରହନ୍ତୁ ସତର୍କ!

Heart Attack Signs and Symptoms: ଆପଣମାନେ ଜାଣିଛନ୍ତି କି, ହାର୍ଟ ଆଟାକ ହେବାର ଏକ ମାସ ପୂର୍ବରୁ ଶରୀର ଏମିତି କିଛି ସଙ୍କେତ ଦେଇଥାଏ, ଯାହା ଦ୍ଵାରା ଆମେ ଏହାକୁ ଚିହ୍ନଟ କରିପାରିବା ।

ସୌ: ସୋସିଆଲ ମିଡିଆ
Heart Attack Signs and Symptoms: ବର୍ତ୍ତମାନ ସମୟରେ  ହାର୍ଟ ଆଟାକ ଏକ ଗମ୍ଭୀର ରୋଗର ରୂପ ନେଇଛି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବାବସ୍ଥା, କୌଣସି ରୋଗ କାରଣରୁ ହେଉ କିମ୍ବା ଜରାବସ୍ଥା, ସବୁ ଶ୍ରେଣୀର ଲୋକମାନଙ୍କଠାରେ ହାର୍ଟ ଆଟାକ ଦେଖିବାକୁ ମିଳୁଛି । ସବୁଠୁ ଚିନ୍ତାର ବିଷୟ ଏହା ଯେ, ଯୁବପିଢ଼ି ହାର୍ଟ ଆଟାକର ଶିକାର ହୋଇ ଅକାଳରେ ପ୍ରାଣ ହରାଉଛନ୍ତି ।
 
ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟର ଅନିୟମିତତା କାରଣରୁ ଭାରତରେ ହାର୍ଟ ଆଟାକର ଆଶଙ୍କା ବଢ଼ିବାରେ ଲାଗିଛି । ଯୁବପିଢ଼ିଙ୍କ ଜୀବନଶୈଳୀ ଏବେ ଫାଷ୍ଟଫୁଡ୍ ବା ତେଲଭାଜି ଖାଦ୍ୟ ସହିତ ବେଶ ଜଡ଼ିତ । ଏହା ସହିତ ଶାରୀରିକ ପରିଶ୍ରମର ଅଭାବ, ଏହି ଦୁଇ ହାର୍ଟ ଆଟାକର ବଡ଼ କାରଣ । ସେହିପରି ବିନା ଡାକ୍ତରୀ ପରାମର୍ଶରେ ଅତ୍ୟଧିକ ବ୍ୟାୟାମ କରିବା ଯୋଗୁଁ ମଧ୍ୟ ହାର୍ଟ ଆଟାକ (Heart Attack) ହେବାର ନଜର ରହିଛି । 
 
ତେବେ ଆପଣମାନେ ଜାଣିଛନ୍ତି କି, ହାର୍ଟ ଆଟାକ ହେବାର ଏକ ମାସ ପୂର୍ବରୁ ଶରୀର ଏମିତି କିଛି ସଙ୍କେତ ଦେଇଥାଏ, ଯାହା ଦ୍ଵାରା ଆମେ ଏହାକୁ ଚିହ୍ନଟ କରିପାରିବା ।
 
ହାର୍ଟ ଆଟାକର ଲକ୍ଷଣ କ’ଣ? (Heart Attack Symptoms)
 
ହାର୍ଟ ଆଟାକର ସବୁଠୁ ବଡ଼ ଲକ୍ଷଣ ହେଉଛି ଛାତିରେ ସାଙ୍ଘାତିକ ଯନ୍ତ୍ରଣା (Severe Chest Pain) ହେବା । ଏହାକୁ ଛାଡ଼ିଲେ ହାର୍ଟ ଆଟାକର ଅନ୍ୟାନ୍ୟ ଲକ୍ଷଣ ମଧ୍ୟ ରହିଛି । ଯେପରିକି,
 
  • ଦାନ୍ତ ଓ ଦାନ୍ତ ମାଢ଼ିରେ ଅଧିକ ଯନ୍ତ୍ରଣା
  • ମୁଣ୍ଡ ବିନ୍ଧା (Headache)
  • ଛାତି ପୋଡ଼ାଜ୍ୱଳା ହେବା
  • ବାହୁ ବା କାନ୍ଧ ବିନ୍ଧିବା
  • ଉପର ପିଠି ଯନ୍ତ୍ରଣା
  • ଅଧିକ ଝାଳ ବୋହିବା
  • ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା (Breathlessness)
 
ସମସ୍ତଙ୍କଠାରେ ସମାନ ଲକ୍ଷଣ ଦେଖାଯାଏ ନାହିଁ । କିଛି ଲୋକଙ୍କର ଅଧିକ ଯନ୍ତ୍ରଣା ହୁଏ ଓ କିଛି ଲୋକଙ୍କର ଅଳ୍ପ ଯନ୍ତ୍ରଣା ହୁଏ । ଯଦି ଏଭଳି କୌଣସି ଲକ୍ଷଣ ଆପଣଙ୍କଠାରେ ଦେଖିବାକୁ ମିଳୁଛି, ତେବେ ନିଶ୍ଚିତ ଭବରେ ଥରୁଟିଏ ଡାକ୍ତରଙ୍କ ପରୀକ୍ଷା କରାଇ ନିଅନ୍ତୁ । ଯଦି କୌଣସି ସାମାନ୍ୟ ଆଟାକ ଆସିଥାଏ, ତେବେ ବେଳ ଥାଉ ଥାଉ ଏହାର ଚିକିତ୍ସା ହୋଇପାରିବ ।
 
ହାର୍ଟ ଆଟାକର ଚିକିତ୍ସା (Heart Attack Treatment)
 
ଯଦି ଆପଣ ହାର୍ଟ ଆଟାକର କୌଣସି ଲକ୍ଷଣ ବିଷୟରେ ଜାଣିବାକୁ ପାଉଛନ୍ତି, ତେବେ ତୁରନ୍ତୁ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ । ପ୍ରଥମେ ଡାକ୍ତର ଆପଣଙ୍କର ରକ୍ତଚାପ ଯାଞ୍ଚ କରିବେ । ଏହାଛଡ଼ା ଡାକ୍ତର ଆପଣଙ୍କର ଇସିଜି ଓ ରକ୍ତ ପରୀକ୍ଷା କରିବେ ।
 
ଯଦି ଆପଣଙ୍କର ହୃଦଘାତ ହୋଇଛି କିମ୍ବା ଅଛି, ତେବେ ଡାକ୍ତର ଆପଣଙ୍କର ଅତିରିକ୍ତ ପରୀକ୍ଷା ମଧ୍ୟ କରିପାରନ୍ତି, ଯେପରିକି ଛାତି ଏକ୍ସରେ (Chest X-ray),  ଇକୋକାର୍ଡିଓଗ୍ରାମ୍‌ (Echocardiogram), ଆଞ୍ଜିଓଗ୍ରାମ୍‌ (Angiogram), କାର୍ଡିଆକ୍‌ ସିଟି ତଥା ଏମଆରଆଇ (MRI) । ଏହାକୁ ଆଧାର କରି ଡାକ୍ତର ଚିକିତ୍ସା କରିଥାନ୍ତି ।
 
କିଛି ଲୋକ ହାର୍ଟ ଆଟାକର ଲକ୍ଷଣକୁ ଥକ୍କାପଣ ବା ପ୍ରେସର ବୋଲି ଦର୍ଶାଇ ଚିକିତ୍ସା କରିବାରେ ବିଳମ୍ବ କରିଥାନ୍ତି । ମନେରଖନ୍ତୁ, ଚିକିତ୍ସା ବିଳମ୍ବରେ ହେଲେ ହାର୍ଟର ମାଂସପେଶୀରେ ଅଧିକ କ୍ଷତି ହୋଇ ଏହାର କାର୍ଯ୍ୟ କ୍ଷମତାକୁ କମାଇ ଦେଇଥାଏ । ସେତେବେଳକୁ ନେଡ଼ି ଗୁଡ଼ କହୁଣୀକୁ ବୋହିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଯାଇଥିବ । ତେଣୁ ବେଳ ଥାଉ ଥାଉ ସତର୍କ ରହନ୍ତୁ, ହାର୍ଟ ଆଟାକକୁ ଚିହ୍ନନ୍ତୁ ।