ତୁରନ୍ତ ରୋଷେଇ ଘରୁ ହଟାନ୍ତୁ ଏହି ୪ଟି ଜିନିଷ, ନଚେତ୍ ଆପଣଙ୍କ ପରିବାରର ସ୍ବାସ୍ଥ୍ୟ ଉପରେ ପଡିବ ଖରାପ ପ୍ରଭାବ
Advertisement
Article Detail0/zeeodisha/odisha1407509

ତୁରନ୍ତ ରୋଷେଇ ଘରୁ ହଟାନ୍ତୁ ଏହି ୪ଟି ଜିନିଷ, ନଚେତ୍ ଆପଣଙ୍କ ପରିବାରର ସ୍ବାସ୍ଥ୍ୟ ଉପରେ ପଡିବ ଖରାପ ପ୍ରଭାବ

ରୋଷେଇ ଘରେ ରୋଷେଇ କରିବା ପାଇଁ ଆମେ ଅନେକ ଜିନିଷ ବ୍ୟବହାର କରୁ କିନ୍ତୁ କିଛି ଜିନିଷ ଆମ ସ୍ବାସ୍ଥ୍ୟ ପାଇଁ ଉତ୍ତମ ନଥାଏ । ତେଣୁ ଏହି ସବୁ ଜିନିଷକୁ ଚିହ୍ନି ତୁରନ୍ତ ରୋଷେଇ ଘରୁ ବାହାର କରନ୍ତୁ । 

ତୁରନ୍ତ ରୋଷେଇ ଘରୁ ହଟାନ୍ତୁ ଏହି ୪ଟି ଜିନିଷ, ନଚେତ୍  ଆପଣଙ୍କ ପରିବାରର ସ୍ବାସ୍ଥ୍ୟ ଉପରେ ପଡିବ ଖରାପ ପ୍ରଭାବ

ସାଧାରଣତଃ ଆମେ ଆମର ରୋଷେଇ ଘରେ ଏପରି ଅନେକ ଜିନିଷ ରଖୁ ଯାହା ଦୈନନ୍ଦିନ ବ୍ୟବହାର ଯୋଗ୍ୟ ।  ଆମେ କିଛି ଏମିତି ଜିନିଷର ଅଭ୍ୟସ୍ତ ହୋଇଗଲୁଣୁ ଯାହା ବିନା, ଆମ କାମ କରିବା କଷ୍ଟକର ଅଟେ । ରୋଷେଇ ଘରେ ଥିବା କିଛି ଜିନିଷ ଆମ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ,ତଥାପି ଆମେ ସେଗୁଡିକ ବ୍ୟବହାର କରିବାକୁ କୁଣ୍ଠାବୋଧ କରୁନାହୁଁ । ଆମେ ନିଜ ତଥା ଆମ ପରିବାରର ସ୍ବାସ୍ଥ୍ୟ ବିଷୟରେ ଉଚିତ୍ ସମୟରେ ସଚେତନ ନହେଲେ ଆମେ ଆମ ପରିଜନଙ୍କ ସହ ନିଜକୁ ବିପଦ ଆଡକୁ ଠେଲି ଦେଇଥାଉ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ଗୁଡିକୁ ରୋଷେଇ ଘର ଠାରୁ ଦୂରରେ ରଖିବା ଜରୁରୀ । 

ଏହି ଜିନିଷ ଗୁଡିକ ରୋଷେଇ ଘର ଠାରୁ ଦୂରରେ ରଖନ୍ତୁ -
୧-ମାଇକ୍ରୋୱେଭ୍- ମାଇକ୍ରୋୱେଭ୍ ରେ ଖାଦ୍ୟ ଗରମ କରିବା ଅଧିକ ସହଜ ହୋଇଥାଏ କାରଣ ଆପଣ ବିନା ଚୁଲାରେ ଖାଦ୍ୟ ଗରମ କରିଥାଉ । କିନ୍ତୁ ଏହି ଯନ୍ତ୍ରର ବ୍ୟବହାର ଖୁବ କମ କରନ୍ତୁ କାରଣ ଅତ୍ୟଧିକ ଉତ୍ତାପ ଉତ୍ପାଦନ ଖାଦ୍ୟର ସ୍ବାଦକୁ ବଦଳାଇଥାଏ । ଯାହା ପେଟ ଉପରେ ପ୍ରଭାବ ପକାଇଥାଏ । 
୨- ପ୍ଲାଷ୍ଟିକ ବାସନ- ଗତ କିଛି ଦଶନ୍ଧି ଧରି ପ୍ଲାଷ୍ଟିକ ଆମ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇପାରିଛି ଏହା ବିନା ଆମର କୌଣସି କାମ ହୋଇପାରେ ନାହିଁ । ଏହି ପ୍ରକାର ସାମଗ୍ରୀ ଆମ ରୋଷେଇ ଘରେ ମଧ୍ୟ ସ୍ଥାନ ପାଇଛି । ଆମେ ପ୍ଲେଟ,ଚାମଚ,ପାତ୍ର,ଗ୍ଲାସ ଏବଂ ପ୍ଲାଷ୍ଟିକର ଅନେକ ଜିନିଷ ରଖିବା ଆରମ୍ଭ କରିଛୁ ଯାହା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହାର କାରଣ ହେଉଛି ଏଥିରେ ବିପଦଜ୍ଜନକ ରାସାୟନିକ ପଦାର୍ଥ ରହିଛି । ଯଦି ଆମେ ପ୍ଲାଷ୍ଟିକ ବାସନରେ ଗରମ ଖାଦ୍ୟ ଖାଉ ତେବେ ବିଷାକ୍ତ ପଦାର୍ଥ ଆମ ଶରୀରରେ ପ୍ରବେଶ କରେ ଏବଂ ଏହା ଆମ ସ୍ବାସ୍ଥ୍ୟ ପାଇଁ ଅଧିକ କ୍ଷତି କରିଥାଏ । 

Also Read ; ସଜନା ଛୁଇଁ ଏବଂ ସଜନା ପତ୍ରର ଚମତ୍କାରିତା ଜାଣିଲେ ହେବେ ଆଶ୍ଚର୍ଯ୍ୟ, ମଧୁମେହ ଏବଂ ଅନେକ ସମସ୍ୟାରୁ ପାଆନ୍ତୁ ମୁକ୍ତି
୩- ଗୁଣ୍ଡ ମସଲା ପ୍ୟାକେଟ-ଆମେ ସାଧଆଣତଃ ଗୁଣ୍ଡ ମସଲା ସାହାଯ୍ୟରେ ଆମେ ଆମର ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଥାଉ । କିନ୍ତୁ ପ୍ରାୟତଃ ଆମେ ଏହାକୁ ଅଧିକ ଦିନ ରଖି ବ୍ୟବହାର କରିଥାଉ ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ଦ୍ବାରା ଆପଣଙ୍କ ପେଟ ଉପରେ ଖରାପ ପ୍ରଭାବ ପଡିଥାଏ । ତେଣୁ ତାଜା ମସଲା ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ଏବଂ ଅତି କମରେ ଗୁଣ୍ଡ ମସଲାକୁ ବହୁ ଦିନ ରୋଷେଇ ଘରେ ରଖନ୍ତୁ ନାହିଁ । 
୪-ଆଲୁମିନିୟମ୍ ବାସନ- ଆମ ରୋଷେଇ ଘରେ ଆମେ ଆଲୁମିନିୟମ ବାସନ ବହୁତ ବ୍ୟବହୃତ କରିଥାଉ କିନ୍ତୁ ଏହା ଆମ ଶରୀର ପାଇଁ ବହୁତ କ୍ଷତିକାରକ ଅଟେ ।  ଯଦି ଆପଣ ଏହି ଧାତୁରେ ତିଆରି ବାସନରେ ଖାଦ୍ୟ ରାନ୍ଧୁଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ନିଜକୁ ଆଉ ନିଜ ପରିବାର ଲୋକଙ୍କୁ କ୍ଷତି ପହଞ୍ଚାଉଛନ୍ତି । କାରଣ ଏହି ଆଲୁମିନିୟମ୍ ଅକ୍ସାଇଡ୍ ତିଆରି ହୋଇ ଆମ ଖାଦ୍ୟରେ ମିଶି ଥାଏ ଯେଉଁ କାରଣରୁ ଏସିଡିଟି ସହ ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ ।