Moong Dal Side effects: ଏହିସବୁ ସମସ୍ୟା ଥିଲେ ଆଦୌ ଖାଆନ୍ତୁ ନାହିଁ ମୁଗ ଡ଼ାଲି, ହୋଇପାରେ କ୍ଷତି!
Advertisement

Moong Dal Side effects: ଏହିସବୁ ସମସ୍ୟା ଥିଲେ ଆଦୌ ଖାଆନ୍ତୁ ନାହିଁ ମୁଗ ଡ଼ାଲି, ହୋଇପାରେ କ୍ଷତି!

Moong Dal Side effects: ଡାଲି ମଧ୍ୟରେ ମୁଗ ଡାଲି ସର୍ବୋତ୍ତମ ଅଟେ । ହଳଦିଆ ରଙ୍ଗର ଏହି ଡ଼ାଲି ସ୍ବାସ୍ଥ୍ୟା ଉପଯୋଗୀ ହୋଇଥାଏ । ଏଥିରେ ଅନେକ ପ୍ରକାରର ପୁଷ୍ଟିକର ଉପାଦାନ ମହଜୁଦ ଥାଏ । ଡାଲିକୁ ପ୍ରୋଟିନର ଭଣ୍ଡାର ବୋଲି କହନ୍ତି । ହେଁ ।

ସୌ(ସୋସିଆଲ ମିଡିଆ)

Moong Dal Side effects: ସାଧାରଣତଃ ସମସ୍ତ ପ୍ରକାର ଡାଲି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ ହୋଇଥାଏ । ଡାକ୍ତରମାନେ ସାଧାରଣତଃ ଡା଼ଲି ଖାଇବା ଲାଗି ପରାମର୍ଶ ଦେଇଥାଆନ୍ତି । କୁହାଯାଏ, ଡ଼ାଲି ଗରିବମାନଙ୍କ ଲାଗି କ୍ଷୀର ଭାବରେ କାମ କରେ । ଡାଲିରେ ଯେତେ ପୁଷ୍ଟିକର ଉପାଦାନ ଅଛି ତାହା କ୍ଷୀରରେ ମଧ୍ୟ ନଥାଏ । ଡାଲି ମଧ୍ୟରେ ମୁଗ ଡାଲି ସର୍ବୋତ୍ତମ ଅଟେ । ହଳଦିଆ ରଙ୍ଗର ଏହି ଡ଼ାଲି ସ୍ବାସ୍ଥ୍ୟା ଉପଯୋଗୀ ହୋଇଥାଏ । ଏଥିରେ ଅନେକ ପ୍ରକାରର ପୁଷ୍ଟିକର ଉପାଦାନ ମହଜୁଦ ଥାଏ । ଡାଲିକୁ ପ୍ରୋଟିନର ଭଣ୍ଡାର ବୋଲି କହନ୍ତି । ଏଥିରେ ମାତ୍ରାଧିକ ପରିମାଣରେ ଭିଟାମିନ୍, ଫାଇବର, ପୋଟାସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, ଆଇରନ୍, ଭିଟାମିନ୍ ବି ଭଳି ଉପାଦାନ ରହିଥାଏ । ଏଥିରେ ପର୍ଯ୍ୟାପ୍ତ ପରିମାଣର ଫାଇବର ଥାଏ ଯାହା ଅନ୍ତନଳୀରୁ ମଇଳା ବାହାର କରିବାରେ ସାହାଯ୍ୟ କରିବା ସହ ହଜମ ଶକ୍ତିକୁ ମହଜୁଦ କରିଥାଏ ।  ତେବେ କେତେକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କୁ ମୁଗ ଡାଲ ନ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ମାନେ ମୁଗ ଡ଼ାଲି ଖାଇବା ଉଚିତ୍ ନୁହେଁ ।

ୟୁରିକ୍ ଏସିଡ୍

ଯେଉଁମାନଙ୍କର ୟୁରିକ୍ ଏସିଡ୍ ସମସ୍ୟା ରହିଛି ସେମାନେ ଆଦୌ ମୁଗ ଡାଲ୍ ଖାଇବା ଉଚିତ୍ ନୁହେଁ । ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ ରହିଥାଏ । ଯାହା ଶରୀରରେ ପ୍ୟୁରିନର ପରିମାଣ ବଢାଇଥାଏ ।ଏପରି ସ୍ଥିତିରେ ଯଦି ଆପଣ ମୁଗ ଡ଼ାଲି ଖାଉଛନ୍ତି ତାହାଲେ ଏହି ସମସ୍ୟା ଆହୁରି ଗୁରୁତର ହୋଇପାରେ ।

କିଡ଼ନୀ ପଥର

କିଡ଼ନୀ ପଥରରେ ପୀଡି଼ତ ଲୋକେ ମୁଗ ଡ଼ାଲି ଖାଇବା ଉଚିତ୍ ନୁହେଁ । ଏଥିରେ ଥିବା ଅକ୍ସାଲେଟ୍ ଓ ପ୍ରୋଟିନ୍ କିଡନୀ ଷ୍ଟୋନକୁ ବଢାଇଥାଏ । ଏହି ରୋଗରେ ପୀଡ଼ିତ ଲୋକେ ମୁଗ ଡ଼ାଲି ସେବନ କରିବା ଉଚିତ୍ ନୁହେଁ ।

ଲୋ ବ୍ଲଡ଼ ପ୍ରେସର

ଯେଉଁମାନେ ଲୋ ବ୍ଲଡ଼ ପ୍ରେସର ସମସ୍ୟା ପୀଡ଼ିତ ସେମାନେ ମୁଗ ଡାଲି ଖାଇବା ଉଚିତ୍ ନୁହେଁ । ଏହାଦ୍ବାରା ଆପଣଙ୍କ ସମସ୍ୟା ବଢିପାରେ ।  ମୁଗ ଡ଼ାଲିରେ ଥିବା କିଛି ଉପାଦାନ ରକ୍ତରେ ଶର୍କରାକୁ କମ୍ କରିଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଏହି ସମସ୍ୟା ସହିତ ପୂର୍ବରୁ ସଂଘର୍ଷ କରୁଛନ୍ତି, ତେବେ କମ୍ ରକ୍ତରେ ଶର୍କରା ରହିବା ଆପଣଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ।

ମୁଗ ଡାଲିର ଫାଇଦା

ଶରୀରରେ ବଢୁଥିବା କୋଲେଷ୍ଟ୍ରଲକୁ କମାଇବା ପାଇଁ ମୁଗ ଡ଼ାଲି ସହାୟକ ହୋଇଥାଏ । ଏହି ଡାଲି ଫାଇବରରେ ଭରପୂର ଅଟେ, ଯାହା ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ଖାଇବା ଦ୍ବାରା ହୃଦଘାତର ଆଶଙ୍କା କମ ହୋଇଥାଏ ।

ପେଟ ପାଇଁ ମୁଗ ଡାଲି ଖାଇବା ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏଥିପେ ଭରପୂର ମାତ୍ରାରେ ଫାଇବର ରହିଥାଏ ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଏହା ଖାଇବା ଦ୍ବାରା ହଜମ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ ।

ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକେ ମୁଗ ଡାଲି ଖାଇବା ଉଚିତ୍ । ଏଥିରେ ପ୍ରୋଟିନ୍ ଓ ଫାଇବର ଥାଏ, ଯାହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିଥାଏ । ଯାହା ଫଳରେ ଶୀଘ୍ର ଭୋକ ଲାଗେ ନାହିଁ ।

ଦୁର୍ବଳ ଅନୁଭବ କରୁଥିଲେ ମୁଗ ଡାଲି ଖାଇବା ଉପଯୋଗୀ ହୋଇଥାଏ । ଏଥିରେ ଆଇରନ୍, ପ୍ରୋଟିନ୍ ପରି ବହୁ ଦରକାରୀ ଉପାଦାନ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ଶକ୍ତି ପ୍ରଦାନ କରେ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)