Health Tips: ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଠିକ୍ ନା ଭୁଲ୍?
Advertisement
Article Detail0/zeeodisha/odisha1852046

Health Tips: ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଠିକ୍ ନା ଭୁଲ୍?

Sex Before Marriage: ତେବେ, ଅଧିକାଂଶ ଲୋକଙ୍କ ମନରେ ପ୍ରଶ ଉଠୁଥିବ ଯେ, ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ବା ସେକ୍ସ ରଖିବା ଭଲ ନା ଖରାପ। ଏହି ସମ୍ପର୍କ ବିବାହ ପରେ ଆପଣଙ୍କ ପାଇଁ ବିପଦ ଆଣିବନି ତ ? ତେବେ, ଏହି ପ୍ରସଙ୍ଗ ଉପରେ ବିଭିନ୍ନ ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ମତ ରଖିଛନ୍ତି । ତେବେ, ଆସନ୍ତୁ ଜାଣିବା ବିବାହ ପୂର୍ବରୁ ସେକ୍ସ କରିବା ଠିକ୍ ନା ଭୁଲ୍ । କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଜାଣନ୍ତୁ । 

ସୌଜନ୍ୟ- ସୋସିଆଲ ମିଡି଼ଆ

Sex Before Marriage: ଆଜିକାଲି ଯୁବପିଢିମାନେ ଖାସ୍ କରି ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରୁଛନ୍ତି । ପ୍ରେମ ସମ୍ପର୍କ ସ୍ଥାପନ ପରେ ଶାରୀରିକ ସମ୍ପର୍କ ରଖିବା ବା ସେକ୍ସ (Sex) କରିବା ଆଜିର ଯୁବପିଢିଙ୍କ ପାଇଁ ଏକ ଟ୍ରେଣ୍ତ ପାଲଟିଛି । ଯେଉଁଥି ପାଇଁ ଅଧିକାଂଶ ଯୁବପୀଢି ବିପଥଗାମୀ ହେଉଛନ୍ତି। ତେବେ, ଅଧିକାଂଶ ଲୋକଙ୍କ ମନରେ ପ୍ରଶ ଉଠୁଥିବ ଯେ, ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ବା ସେକ୍ସ (Sex Before Marriage) ରଖିବା ଭଲ ନା ଖରାପ। ଏହି ସମ୍ପର୍କ ବିବାହ ପରେ ଆପଣଙ୍କ ପାଇଁ ବିପଦ ଆଣିବନି ତ ? ତେବେ, ଏହି ପ୍ରସଙ୍ଗ ଉପରେ ବିଭିନ୍ନ ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ମତ ରଖିଛନ୍ତି । ତେବେ, ଆସନ୍ତୁ ଜାଣିବା ବିବାହ ପୂର୍ବରୁ ସେକ୍ସ କରିବା ଠିକ୍ ନା ଭୁଲ୍ । କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଜାଣନ୍ତୁ । 

Also Read: Health Tips: ଋତୁସ୍ରାବ ସମୟରେ ଶାରୀରିକ ସମ୍ବନ୍ଧ ଠିକ୍ ନା ଭୁଲ୍ ? କ'ଣ କହୁଛି ବିଶେଷଜ୍ଞଙ୍କ ମତ...

ବିବାହ ପୂର୍ବରୁ ସେକ୍ସ କରିବା ଭୁଲ କି?
ଆଜିକା ଯୁଗରେ ଏକାଧିକ ଯୁବପିଢି ବିବାହ ପୂର୍ବରୁ ଲିଭ୍ ଇନ୍ ରିଲେସନସିପ୍ ରେ ରହିବାକୁ ପସନ୍ଦ କରୁଛନ୍ତି । ଏବଂ ପରେ ବିବାହ କରୁଛନ୍ତି । ତେବେ, ସେହି ସମୟରେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥାଏ। ପରବର୍ତ୍ତୀ ମୁହୁର୍ତ୍ତରେ ସେହି ସାଥୀଙ୍କୁ ସେ ବିବାହ କରି ତାଙ୍କ ସହ ଘର ସଂସାର କରିଥାନ୍ତି । ଏହି କ୍ଷେତ୍ରରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ସ୍ଥାପନା କରିବା ଠିକ୍ ବୋଲି କିଛି ବିଶେଷଜ୍ଞଙ୍କ ମତ  ଦେଇଛନ୍ତି।  ଆଉ କେତେକ କ୍ଷେତ୍ରରେ ଦେଖିବାକୁ ମିଳି ଯେ, ବିବାହ ପୂର୍ବରୁ ନିଜ ସାଥୀଙ୍କ ସହ ସେକ୍ସ କରନ୍ତି । ପରେ ଅନତ୍ୟ ବିବାହ କରନ୍ତି । ଯାହାକୁ ନେଇ ଅଧିକାଂଶ ଝିଅ ଭୟଭିତ ହୁଅନ୍ତି । ଯଦି ସେମାନେ ଅନ୍ୟତ୍ର ବିବାହ କରନ୍ତି । ଆଉ ତାଙ୍କ ସ୍ବାମୀ ତାଙ୍କ ଚରିତ୍ରକୁ ନେଇ ସନ୍ଦେହ ସୃଷ୍ଟି  କରେ। ବିବାହରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।  

ଯଦି ତୁମର ସାଥୀ ସମଲିଙ୍ଗୀ ହୋଇ ଥାଆନ୍ତି, ତେବେ...

ଅନେକ ଲୋକ ଭୟ କରନ୍ତି ଯେ, ବିବାହ ପରେ ଜଣାପଡେ ଯେ, ସେମାନଙ୍କ ସାଥୀ ସମଲଙ୍ଗୀ ।  ସେମାନଙ୍କ ସହ ଜୀବନ କାଟିବା ବହୁତ୍ ମୁସ୍କିଲ ହୋଇଥାଏ। ଅଧିକାଂଶ ଲୋକେ ପରିବାର ଲୋକଙ୍କ ଚାପରେ ଆସି ନିଜ ପାର୍ଟନରଙ୍କୁ ଛାଡି ଅନ୍ୟତ୍ର ବିବାହ କରିଥାଆନ୍ତି । ଫଳରେ ସେମାନେ ଏଭଳି ସମସ୍ୟାର ସମ୍ମ୍ୁଖିନ ହୁଅନ୍ତି। ଯଦି ଆପଣ, ଏହି ପରିସ୍ଥିତିରୁ ବାହାରିବା ପାଇଁ ଚାହାଁନ୍ତି, ବିବାହ ପୂର୍ବରୁ ଆପଣ ନିଜ ସାଥୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିପାରିବେ ।  ଯଦି ଆପଣ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣ ଜାଣିପାରିବେ ଯେ ଆପଣଙ୍କ ସାଥୀ କେତେ ରୋମାଣ୍ଟିକ୍ । ସେ ଆପଣଙ୍କର କେତେ ନିକଟତର ହୋଇପାରିବେ। ସେ ଆପଣଙ୍କ ପାଇଁ କେତେ ଯତ୍ନବାନ । ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଦ୍ବାରା  ଆପଣ ନିଜ ସାଥୀଙ୍କ ପ୍ରକୃତି ଏବଂ ବ୍ୟକ୍ତିତ୍ୱ ବିଷୟରେ ଜାଣିପାରିବେ। ସମ୍ପର୍କ ରଖିବା ପରେ ସେ ଆପଣଙ୍କ ସହ କିପରି ବ୍ୟବହାର କରନ୍ତି । |

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)