Health Tips: ଚୈତ୍ର ମାସରେ ନିମ୍ବ ପାଣି ଦିଏ ଏହି ସବୁ ଫାଇଦା, ଜାଣି ରଖନ୍ତୁ କିଛି ଜରୁରୀ କଥା...
Advertisement
Article Detail0/zeeodisha/odisha1608256

Health Tips: ଚୈତ୍ର ମାସରେ ନିମ୍ବ ପାଣି ଦିଏ ଏହି ସବୁ ଫାଇଦା, ଜାଣି ରଖନ୍ତୁ କିଛି ଜରୁରୀ କଥା...

Health Tips: ନିମ୍ବ ପତ୍ର ଆମ ସ୍ବାସ୍ଥ୍ୟ ପାଇଁ ବେଶ ହିତକର । ମେଡିକାଲ ସାଇନ୍ସରେ ନିମ୍ବ (neem)ପତ୍ରର ବ୍ୟବହାର ଅନେକ ଔଷଧ ପାଇଁ କରାଯାଇଛି। ନିମ୍ବରେ ଥିବା ଅନେକ ଗୁଣ ଶରୀର ପାଇଁ ଲାଭଦାୟକ ଅଟେ। ଏହାର ବ୍ୟବହାର ମୁହଁ ଠାରୁ ଆରମ୍ଭ କରି ରକ୍ତକୁ ବିଶୁଦ୍ଧ କରିବାରେ ସହାୟକ ହୋଇଥାଏ। ଖାସ୍ କରି ଖରା ଦିନେ ଏହି ପତ୍ର ଶରୀର ପାଇଁ ବେଶ ଲାଇଭଦାୟକ ହୋଇଥାଏ । ଏକଥା ଆମେ କହୁନୁ ,(Ayurvedacharya Dr. Akhilesh Bhargava) ଆୟୁର୍ବେଦିକ୍ ବିଶେଷଜ୍ଞ ଡାକ୍ତର ଆଖିଲେଖ୍ ଭାର୍ଗବ ଏଭଳି ତଥ୍ୟ ଦେଇଛନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Health Tips: ନିମ୍ବ ପତ୍ର ଆମ ସ୍ବାସ୍ଥ୍ୟ ପାଇଁ ବେଶ ହିତକର । ମେଡିକାଲ ସାଇନ୍ସରେ ନିମ୍ବ (neem)ପତ୍ରର ବ୍ୟବହାର ଅନେକ ଔଷଧ ପାଇଁ କରାଯାଇଛି। ନିମ୍ବରେ ଥିବା ଅନେକ ଗୁଣ ଶରୀର ପାଇଁ ଲାଭଦାୟକ ଅଟେ। ଏହାର ବ୍ୟବହାର ମୁହଁ ଠାରୁ ଆରମ୍ଭ କରି ରକ୍ତକୁ ବିଶୁଦ୍ଧ କରିବାରେ ସହାୟକ ହୋଇଥାଏ। ଖାସ୍ କରି ଖରା ଦିନେ ଏହି ପତ୍ର ଶରୀର ପାଇଁ ବେଶ ଲାଇଭଦାୟକ ହୋଇଥାଏ । ଏକଥା ଆମେ କହୁନୁ ,(Ayurvedacharya Dr. Akhilesh Bhargava) ଆୟୁର୍ବେଦିକ୍ ବିଶେଷଜ୍ଞ ଡାକ୍ତର ଆଖିଲେଖ୍ ଭାର୍ଗବ ଏଭଳି ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ,ଚୈତ୍ର ମାସ ଆରମ୍ଭ ହୋଇଛି । ଏବେଠାରୁ ଖରା ଆରମ୍ଭ ହୋଇଛି । ଏହି ସମୟରେ ଶରୀରରେ ଜଳୀୟ ଅଂଶ କମିଯାଏ(drinking water)। ଫଳରେ ଅନେକ ପ୍ରକାର ରୋଗ ଶରୀରରେ ଦେଖାଦେଇଥାଏ । ଏହି ସମୟରେ ନିମ୍ବପାଣି(neem water) ଘରୁ ବାହାରକୁ ଯିବା ପୂର୍ବରୁ ପିଇବା ଉଚିତ୍ ।

କାଶ ଏବଂ ପିତ୍ତ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ବଢିଥାଏ । ତେଣୁ ,ଖାସ୍ କରି ଏହି ସମୟରେ ନିଜ ଡାଏଟରେ ନିମ୍ବପତ୍ରକୁ ସାମିଲ୍ କରିବା ଉଚିତ୍ ।  ଯେତେବେଳେ ଘରୁ ଆପଣ ବାହାରୁଛନ୍ତି , ସେତେଳେ ଆପଣ ନିମ୍ବ ପାଣି (neem water) ପିଅନ୍ତୁ । ଅତି କମରେ ଦୌନିକ ପ୍ରାୟ ୩୦୦- ୪୦୦ ମିଲି ମିଟର ପାଣି ପିଅନ୍ତୁ। ତାପମାତ୍ରା ଅତ୍ୟାଧିକ ବୃଦ୍ଧି ହେତୁ ଶରୀରରେ ସୋଡିୟମ୍ ଏବଂ ପୋଟାସିୟମ୍ ନଷ୍ଟ ହେବା ମଧ୍ୟ ବଢିଥାଏ । ତେବେ, ଆପଣ ନିମ୍ବ ପାଣି ସହ ପଇଡ ପାଣି ମଧ୍ୟ ପିଇ ପାରିବେ । ପଇଡ ପାଣି ଯଦି ଆପଣ ପ୍ରତିଦିନ ପିଉଛନ୍ତି ,ତେବେ,ଶରୀରରେ ଜଳୀୟ ଅଂଶର ଅଭାବ ରହିବ ନାହିଁ । ଏହି ସମୟରେ ସାଧାରଣ ଲୁଣ ବଦଳରେ ଆପଣ ଖଣ୍ତ ଲୁଣର ପ୍ରୟୋଗ ମଧ୍ୟ ମଧ୍ୟ ନିମ୍ବ ପାଣିରେ ମିଶାଇ ପିଇପାରିବେ। କାରଣ ଏଥିରେ ଅଧିକ ପୋଷକ ତତ୍ତ୍ୱ ରହିଥାଏ।

Also Read : Vastu Tips for Marriage: ବିବାହରେ ହେଉଛି କି ବିଳମ୍ବ? ଆପଣାନ୍ତୁ ଏହି ସବୁ ଉପାୟ…

 Also Read : Keonjhar News: ଅଟେଇ ସଂରକ୍ଷିତ ଜଙ୍ଗଲରେ ବୁଲୁଛି ବିରଳ ପ୍ରଜାତିର ଚଉଶିଙ୍ଗା,ଗୟଳ

ଯେଉଁମାନଙ୍କର ନିମ୍ନ ରକ୍ତଚାପ(ଲୋ ବିପି) ମସସ୍ୟା ରହିଛି ।  ସେମାନେ ଲୁଣ ଏବଂ ଚିନି ମିଶ୍ରିତ ପାଣି ଖରାଦିନେ ପିଇପାରିବେ।  ଏହାଦ୍ୱାରା ନିମ୍ନ ରକ୍ତଚାପର ସମସ୍ୟା ବହୁ ପରିମାଣରେ ହ୍ରାସ ପାଇବ।  ଗ୍ରୀଷ୍ମରେ ଲୋ-ବିପି ସମସ୍ୟା ଅଧିକ ଦେଖାଯାଏ ।  ଏହି ଋତୁରେ ଚର୍ମ ରୋଗ ମଧ୍ୟ ଅଧିକ ହୋଇଥାଏ । ସେଥିପାଇଁ ଚୈତ୍ରମାସରେ ଖାସ୍ କରି ନିମ୍ବପତ୍ର କଞ୍ଚା ଚୋବେଇ ଖାଇବା ଉଚିତ୍ । ନିମ୍ବ ପତ୍ରର ଜୁସ୍ ମଧ୍ୟ ଆପଣ ପିଇ ପାରିବେ । ଏହା ତ୍ବଚାରେ ଚମକ ଆଣିବା ସହ ଶରୀରରେ ଥିବା ପିତ୍ତ ଅଂଶକୁ ଦମନ କରିଥାଏ ।

ନିମ୍ବ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ମୁହଁ ସଂକ୍ରମଣ, କୁଣ୍ଡାଇ ହେବା ଓ ଅନେକ ପ୍ରକାରର ମୁହଁ ସମ୍ବନ୍ଧୀୟ ସମସ୍ୟା ଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ। ପୋକ କାମୁଡିବା, କୁଣ୍ଡାଇ ହୋଇ ଫଳିଯିବା, ଦାଗ ଇତ୍ୟାଦି ସମସ୍ୟା ରହିଥିଲେ ନିମ୍ବ ପତ୍ରକୁ ବାଟି ସେଥିରେ ହଳଦୀ ମିଶାଇ ଲଗାନ୍ତୁ। ଏପରି କରିବା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଥାଏ।  ନିମ୍ବରେ ଆଣ୍ଟି-ଅକ୍ସାଇଡ ଗୁଣ ରହିଛି। ଏହାସହ ନିମ୍ବରେ ଏଣ୍ଟିମାଇକ୍ରୋବିୟଲ, ଏଣ୍ଟିବାୟରଲ ଗୁଣ ମଧ୍ୟ ରହିଛି। ନିମ୍ବ ପତ୍ର ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ଶରୀରକୁ ଅନେକ ରୋଗ ଠାରୁ ଦୂରେଇ ରଖିଥାଏ। ନିମ୍ବ ବୃକକ୍ ପାଇଁ ଲାଭଦାୟକ ଅଟେ। ଏହା ପ୍ରାକୃତିକ ରୂପେ ହଜମ କ୍ରିୟାକୁ ସୂଚାରୁ ରୂପେ କରିଥାଏ।

Also Read : Mysterious Sound: ପୁଣି ପ୍ରଚଣ୍ତ ଶବ୍ଦରେ ଥରିଲା ଓଡ଼ିଶାର ଏହି ୪ ଜିଲ୍ଲା, ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଲେ ଲୋକ

Also Read : Road Accident: ବାରିପଦା-ବେତନଟୀ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍‌, ୨୫ରୁ ଅଧିକ ଆହତ