Blood Group Types Disease: ଜାଣନ୍ତୁ କେଉଁ ବ୍ଲଡ଼ ଗ୍ରୁଫର ଲୋକଙ୍କୁ ହୋଇଥାଏ କେଉଁ ସବୁ ଗମ୍ଭୀର ରୋଗ
Advertisement
Article Detail0/zeeodisha/odisha1845189

Blood Group Types Disease: ଜାଣନ୍ତୁ କେଉଁ ବ୍ଲଡ଼ ଗ୍ରୁଫର ଲୋକଙ୍କୁ ହୋଇଥାଏ କେଉଁ ସବୁ ଗମ୍ଭୀର ରୋଗ

Blood Group Types Disease: ପ୍ରତ୍ୟେକ ବ୍ଲଡ଼ ଗ୍ରୁଫର ଲୋକମାନେ କୌଣସି ନା କୌଣସି ଗୁରୁତର ରୋଗରେ ପୀଡ଼ିତ ହୋଇଥାଆନ୍ତି । ବାସ୍ତବରେ, ପ୍ରତ୍ୟେକ ବ୍ଲଡ଼ ଗ୍ରୁଫର ନିଜର ସ୍ୱତନ୍ତ୍ର ସ୍ବଭାବ ଓ ପ୍ରକୃତି ଅଛି । ଯାହା ସିଧାସଳଖ ମଣିଷର ସ୍ୱାସ୍ଥ୍ୟ ସହିତ ଜଡିତ ହୋଇଥାଏ ।

ସୌ(ସୋସିଆଲ ମିଡିଆ)

Blood Group Types Disease: ଖରାପ ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଲୋକେ ଅନେକ ପ୍ରକାରର ଗମ୍ଭୀର ରୋଗର ଶିକାର ହୋଇଥାଆନ୍ତି । କିନ୍ତୁ, କ’ଣ ଆପଣ ଜାଣନ୍ତି କି? ଏହି ରୋଗ ପାଇଁ ଅନେକ ସମୟରେ ଆପଣ ବ୍ଲଡ଼ ଗ୍ରୁପ ମଧ୍ଯ ଦାୟୀ ହୋଇଥାଏ । ବ୍ଲଡ଼ ଗ୍ରୁଫର ସିଧାସଳଖ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ପ୍ରତ୍ୟେକ ବ୍ଲଡ଼ ଗ୍ରୁଫର ଲୋକମାନେ କୌଣସି ନା କୌଣସି ଗୁରୁତର ରୋଗରେ ପୀଡ଼ିତ ହୋଇଥାଆନ୍ତି । ବାସ୍ତବରେ, ପ୍ରତ୍ୟେକ ବ୍ଲଡ଼ ଗ୍ରୁଫର ନିଜର ସ୍ୱତନ୍ତ୍ର ସ୍ବଭାବ ଓ ପ୍ରକୃତି ଅଛି । ଯାହା ସିଧାସଳଖ ମଣିଷର ସ୍ୱାସ୍ଥ୍ୟ ସହିତ ଜଡିତ ହୋଇଥାଏ । ତେବେ ଆଜି ଆମେ (Blood Group Effect) ଆପଣଙ୍କୁ କହିବୁ କେଉଁ ବ୍ଲଡ଼ ଗ୍ରୁଫର ଲୋକମାନଙ୍କୁ କେଉଁ ରୋଗ ହେବାର ଅଧିକ ଆଶଙ୍କା ରହିଥାଏ ।

ହୃଦଘାତ ହୃଦଘାତ ସମ୍ବନ୍ଧୀୟ ରୋଗ

A, B ଓ AB ରକ୍ତ ବ୍ଲଡ଼ ଗ୍ରୁଫର ଲୋକମାନଙ୍କଠାରେ ଏବିଓ ଜିନ୍ ମିଳିଥାଏ । ଏହି ବ୍ଲଡ଼ ଗ୍ରୁଫର ଲୋକମାନେ ଯଦି ଅଧିକ ପ୍ରଦୂଷଣ ହୋଇଥିବା ସ୍ଥାନରେ ରୁହନ୍ତି, ତେବେ ଅନ୍ୟମାନଙ୍କ ତୁଳନାରେ ଏହି ବ୍ଲଡ଼ ଗ୍ରୁଫର ଲୋକଙ୍କୁ ହୃଦଘାତ ହେବାର ଅଧିକ ଆଶଙ୍କା ରହିଥାଏ। ଏହି ବ୍ଲଡ଼ ଗ୍ରୁଫର ଲୋକଙ୍କୁ ହୃଦଘାତ ଓ ହୃଦୟ ଜନିତ ରୋଗ ହେବାର ବେଶି ଆଶଙ୍କା ରହିଥାଏ । କେବଳ ଏତିକି ନୁହେଁ, ଏହି ବ୍ଲଡ଼ ଗ୍ରୁଫର ଲୋକଙ୍କୁ କରୋନରୀ ଧମନୀ ରୋଗ (Coronary artery disease) ହେବାର ମଧ୍ୟ ଅଧିକ ଆଶଙ୍କା ଥାଏ, ଯାହା ହୃଦୟକୁ କଠିନ କରିବା ସହ ଧମନୀକୁ ପତଳା କରିଥାଏ । ଏହି କାରଣରୁ ହୃଦଘାତ ଆଶଙ୍କା ଅଧିକ ହୋଇଥାଏ ।

ମସ୍ତିଷ୍କ କାର୍ଯ୍ୟ ସ୍ମୃତି ଶକ୍ତି ହ୍ରାସ ସମସ୍ୟା

‘O’ ବ୍ଲଡ଼ ଗ୍ରୁଫର ଲୋକଙ୍କ ତୁଳନାରେ A, B ଓ AB ବ୍ଲଡ଼ ଗ୍ରୁଫ ଲୋକଙ୍କଠାରେ ସ୍ମୃତି ଶକ୍ତି ହ୍ରାସ ଓ ମସ୍ତିଷ୍କ ସହିତ ଜଡିତ ସମସ୍ୟା ଅଧିକ ଦେଖାଦେଇଥାଏ । କେବଳ ଏତିକି ନୁହେଁ, ଏହି ବ୍ଲଡ଼ ଗ୍ରୁଫର ଲୋକଙ୍କୁ ଷ୍ଟ୍ରୋକ୍ ହେବାର ବେଶି ଆଶଙ୍କା ରହିଥାଏ ।

ଚାପ

ଚାପ କିମ୍ବା ଟେନସନର କାରଣ କର୍ଟିସୋଲ ଅଟେ ଯାହା ଷ୍ଟ୍ରେସ୍ ହରମୋନକୁ ବଢାଇଥାଏ । ଟାଇପ୍ ‘ଏ’ ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କଠାରେ କର୍ଟିସୋଲର ପରିମାଣ ଅଧିକ ରହିଥାଏ । ଏହି କାରଣରୁ ଏହି ବ୍ଲଡ଼ ଗ୍ରୁଫର ଲୋକେ ଅଧିକ ଚାପ ରହିଥାଆନ୍ତି । ଯାହାର ମୁକାବିଲା କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ ।

କର୍କଟ

ଅନ୍ୟ ବ୍ଲଡ଼ ଗ୍ରୁଫର ତୁଳନାରେ ‘ଏ’ ବ୍ଲଡ୍ ଗ୍ରୁପ୍ ଲୋକଙ୍କୁ ପେଟ କର୍କଟ (Stomach cancer) ହେବାର ଅଧିକ ଆଶଙ୍କା ରହିଥାଏ । ତେବେ କେବଳ ଏହା ନୁହେଁ କର୍କଟ ରୋଗ ହେବାର ଅନ୍ୟ କାରଣ ମଧ୍ଯ ରହିଥାଏ ।

(Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶଗୁଡିକ ଅନୁସରଣ କରିବା ପୂର୍ବରୁ, ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)