Weight Loss Diet: ଓଜନ କମାଇବ ଅଦା! ଏପରି କରନ୍ତୁ ସେବନ, ମିଳିବ ଜବରଦସ୍ତ ଫାଇଦା
Advertisement
Article Detail0/zeeodisha/odisha1813472

Weight Loss Diet: ଓଜନ କମାଇବ ଅଦା! ଏପରି କରନ୍ତୁ ସେବନ, ମିଳିବ ଜବରଦସ୍ତ ଫାଇଦା

Ginger for Weight Loss​: କ’ଣ ଆପଣ ଜାଣିଛନ୍ତି ଏହି ଅଦା  ଓଜନ ହ୍ରାସ କରିବାରେ ମଧ୍ଯ ସହାୟକ ହୋଇଥାଏ । ଆଜ୍ଞା ହିଁ, ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଓ ଆଣ୍ଟି-ଅକ୍ସିଡାଣ୍ଟ (Antioxidant) ଗୁଣ ଶରୀର ଉପରେ ଭଲ ପ୍ରଭାବ ପକାଇ ଥାଏ । ଅଦା ହଜମ ପ୍ରକ୍ରିୟାକୁ (Digestive system) ଉନ୍ନତି କରିଥାଏ ଫଳରେ କମ୍ ଭୋକ ହେବା ସହ ଚର୍ବି କମିବା ଆରମ୍ଭ ହୋଇଥାଏ । 

ସୌ(ସୋସିଆଲ ମିଡିଆ)

Weight Loss Diet: ଓଜନ ହ୍ରାସ (Weight Loss )ଲାଗି ଖାଦ୍ୟପେୟରେ ଛୋଟ ବଡ଼ ପରିବର୍ତ୍ତନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଫିଟ୍ ରହିବା ଲାଗି ଲୋକଙ୍କୁ ଅନେକ ସମୟର ଫାଇବର ଓ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଠିକ୍ ସେହିପରି ଓଜନ ବଢାଉଥିବା ବା ସ୍ବାସ୍ଥ୍ୟ ଉପଯୋଗୀ ହୋଇନଥିବା ଖାଦ୍ୟ ଖାଇବାଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଥାଏ । ଅଦା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ଚା’ଠାରୁ ଆରମ୍ଭ କରି ଖାଦ୍ୟ ପ୍ରସ୍ତୁତ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଖାଲି ଏତିକି ନୁହେଁ, ଥଣ୍ଡା ଓ ଜ୍ବର ସମୟରେ ମଧ୍ଯ ଅଦା ଖାଇବା ଦ୍ବାରା ଉପଶମ ମିଳିଥାଏ । ତେବେ କ’ଣ ଆପଣ ଜାଣିଛନ୍ତି ଏହି ଅଦା (Ginger ) ଓଜନ ହ୍ରାସ କରିବାରେ ମଧ୍ଯ ସହାୟକ ହୋଇଥାଏ । ଆଜ୍ଞା ହିଁ , ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଓ ଆଣ୍ଟି-ଅକ୍ସିଡାଣ୍ଟ (Antioxidant) ଗୁଣ ଶରୀର ଉପରେ ଭଲ ପ୍ରଭାବ ପକାଇ ଥାଏ । ଅଦା ହଜମ ପ୍ରକ୍ରିୟାକୁ (Digestive system) ଉନ୍ନତି କରିଥାଏ ଫଳରେ କମ୍ ଭୋକ ହେବା ସହ ଚର୍ବି କମିବା ଆରମ୍ଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଓଜନ ହ୍ରାସ ପାଇଁ କେଉଁ ଉପାୟରେ ଅଦା ଖାଇବା (How to consume ginger for losing weight) ଉଚିତ୍ ।

ଅଦା ଓ ଲେମ୍ବୁ (Ginger and Ginger Juice)

ଲେମ୍ବୁ ସହିତ ଅଦା ଖାଇବା ଦ୍ୱାରା ମେଟାବୋଲିଜିମ୍ (Metabolism) ବୃଦ୍ଧି ହେବା ସହ କମ୍ ଭୋକ ହୋଇଥାଏ । ଯାହା ଫଳରେ ଓଜନ ହ୍ରାସ (Weight Loss) ହୋଇଥାଏ । ପ୍ରଥମେ ଏକ ଅଦାକୁ ଛୋଟ ଛୋଟ ଖଣ୍ଡ କରି କାଟି ଏକ କପ୍ ପାଣିରେ ଫୁଟାନ୍ତୁ ଏହାକୁ ଛାଣନ୍ତୁ । ସେଥିରେ ଲେମ୍ବୁ ରସ (Ginger Juice) ପକାଇ ପିଅନ୍ତୁ । ଏହି ଚା ’ଦିନକୁ ୨ରୁ ୩ ଥର ପିଇବା ଦ୍ବାରା ଓଜନ ହ୍ରାସ ହେବା ଆରମ୍ଭ ହୋଇଥାଏ ।

ଅଦା ଓ ଗ୍ରୀନ୍ ଟି (Ginger and Green Tea)

ଓଜନ ହ୍ରାସ ପାଇଁ ଗ୍ରୀନ୍ ଟି (Green Tea) ବେଶ ଲାଭଦାୟୀ ହୋଇଥାଏ ।  ଗ୍ରୀନ୍ ଟିରେ ଅଦା ମିଶାଇ ପିଇବା ଦ୍ବାରା ଓଜନ ଦ୍ରୁତ ଗତିରେ ହ୍ରାସ ପାଇଥାଏ । ତେବେ ଗ୍ରୀନ୍ ଟି ପ୍ରସ୍ତୁତ କରି ଏଥିରେ କିଛି ଅଦା ଖଣ୍ଡ ମିଶାନ୍ତୁ । ସକାଳେ ଓ ସନ୍ଧ୍ୟାରେ ଏହି ଚା’ ପିଇବା ଦ୍ବାରା ଓଜନ କମିଥାଏ ।

ଅଦା ଓ ଆପଲ୍ ସାଇଡର୍ ଭିନେଗାର (Ginger and Apple cider vinegar)

ଅଦା ରସ ସହିତ ଆପଲ୍ ସାଇଡ଼ର ଭିନେଗାର ପିଇବା ଶରୀର ପାଇଁ ଲାଭଦାୟୀ ହୋଇଥାଏ । ଏହି ରସକୁ ପିଇବା ଦ୍ବାରା ଶରୀର ଉପରେ ପ୍ରୋବାୟୋଟିକ୍ ପ୍ରଭାବ ପଡ଼ିଥାଏ । ହର୍ବାଲ୍ ଚା ପ୍ରସ୍ତୁତ କରି ଏଥିରେ ଏକରୁ ଦୁଇ ଚାମଚ ଆପଲ୍ ସାଇଡର୍ ଭିନେଗାର (Apple cider vinegar) ମିଶାଇ ପିଅନ୍ତୁ ।

Also Read- Skin Care Tips: ଉଜ୍ଜଳମୟ ତ୍ବଚା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଟିସ୍ସ

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)