Health tips: ଦହି ସହିତ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ନଚେତ୍ ନଷ୍ଟ ହୋଇପାରେ ଆପଣଙ୍କର ହଜମ ଶକ୍ତି!
Advertisement

Health tips: ଦହି ସହିତ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ନଚେତ୍ ନଷ୍ଟ ହୋଇପାରେ ଆପଣଙ୍କର ହଜମ ଶକ୍ତି!

Health tips: ଦହି ସହିତ କିଛି ଜିନିଷର ସେବନ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଯାହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ହ୍ରାସ କରିଥାଏ  । 

ସୌ(ସୋସିଆଲ ମିଡିଆ)

Health tips: ଆସିଛି ଖରା ଦିନ । ଅସହ୍ୟ ଗରମରେ କଲବଲ ହେଉଛନ୍ତି ଲୋକେ । ତେବେ ଏହି ସମୟରେ ଲୋକେ ଶରୀରକୁ ଆରାମ ପ୍ରଦାନ କରିବା ଲାଗି ଥଣ୍ତା ପାନୀୟ ପିଇଥାଆନ୍ତି । ସାଧାରଣତଃ ଖରା ଦିନରେ ଲୋକେ ଦହି ସରବତ ସେବନ କରିବାକୁ ଭଲ ପାଇଥାଆନ୍ତି । ଦହି ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ ହୋଇଥାଏ । ଦହି (Curd) ହଜମ ଶକ୍ତି ବୃଦ୍ଧି କରିବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ । ଏଥିରେ ଭରପୂର ପରିମାଣର କ୍ୟାଲସିୟମ ଥାଏ, ଯାହା ହାଡ଼ ପାଇଁ ଲାଭଦାୟୀ ଅଟେ । ଦହି ଖାଇବା ଦ୍ୱାରା ଅନେକ ପେଟ ରୋଗ ଭଲ ହୋଇଥାଏ । କେବଳ ଏତିକି ନୁହେଁ, ଦହିର ଉପଯୁକ୍ତ ବ୍ୟବହାର ଦ୍ୱାରା କୋଲେଷ୍ଟ୍ରଲ ଓ ଉଚ୍ଚ ରକ୍ତଚାପ ପରି ସମସ୍ୟା ମଧ୍ଯ ଦୂର ହୋଇଥାଏ। କିନ୍ତୁ କଣ ଆପଣ ଜାଣନ୍ତି କି, ଅଧିକ କିମ୍ବା କିଛି ଜିନିଷ ସହିତ ଦହି ଖାଇବା ଦ୍ବାରା ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଦହି ସହିତ କିଛି ଜିନିଷର ସେବନ ଶରୀର ପାଇଁ କ୍ଷତିକାରକ (Harmful for Body) ହୋଇଥାଏ । ଯାହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ହ୍ରାସ କରିଥାଏ  । ଆସନ୍ତୁ ଜାଣିବା ଡାଏଟିସିଆନ୍ ଡକ୍ଟର କାଜଲ ତିୱାରୀ କେଉଁ ସବୁ ଜିନିଷ ସହ ଦହି ଖାଇବାକୁ ବାରଣ କରିଛନ୍ତି ।

ଦହି ସହିତ ପିଆଜ

ଖରା ଦିନରେ ଲୋକମାନେ ଦହି ରାଇତା ଖାଇବାକୁ ବେଶ ଭଲ ପାଇଥାଆନ୍ତି । ପିଆଜ ସହ ଦହି ମିଶାଯାଇ ଏହି ରାଇତା ପ୍ରସ୍ତୁତ କରାଯାଇଥାଏ । ତେବେ ପାଟିକୁ ସୁଆଦିଆ ଲାଗୁଥିବା ଏହି ରାଇତା କିନ୍ତୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଆୟୁର୍ବେଦ ଅନୁଯାୟୀ, ଶରୀରରେ ପିଆଜର ପ୍ରଭାବ ଗରମ ହୋଇଥିଲା ବେଳେ ଦହିର ପ୍ରଭାବ ଥଣ୍ଡା ହୋଇଥାଏ। ଏପରି ପରିସ୍ଥିତିରେ, ଯଦି ଉଭୟ ଜିନିଷକୁ ଏକା ସାଙ୍ଗରେ ଖାଇବା ଦ୍ବାରା ଆଲର୍ଜି ସମସ୍ୟା (Allergy Problem) ସୃଷ୍ଟି ହୋଇଥାଏ ।

ଦହି ସହିତ ଡ଼ାଲି

ସେହିପରି ଦହି ସହିତ ଡାଲି ଖାଇବା ଦ୍ବାରା ପେଟରେ ଅମ୍ଳତା, ପେଟ ଫୁଲିବା, ଝାଡ଼ା (loose motion) ହେବା ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ଦୁଇଟିକୁ ଖାଦ୍ୟକୁ ଏକା ସାଙ୍ଗରେ ଖାଇବା ଆଦୌ ଉଚିତ୍ ନୁହେଁ ।

ଆମ୍ବ ସହିତ ଦହି

ଖରା ଦିନରେ ଲୋକେ ଆମ୍ବ ଓ ଦହି ଖାଇବାକୁ ଭଲ ପାଇଥାଆନ୍ତି । ଅଧିକାଂଶ ଲୋକେ ଖରା ଦିନେ ଆମ୍ବ ଲସି ପିଇବାକୁ ମଧ୍ଯ ପସନ୍ଦ କରିଥାଆନ୍ତି । କିନ୍ତୁ ପାଟିକି ସୁଆଦ ଲାଗୁଥିବା ଏହି ଲସି ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ବାସ୍ତବରେ, ଉଭୟର ପ୍ରଭାବ ପରସ୍ପରଠାରୁ ବିପରୀତ ଅଟେ । ଫଳରେ ଉଭୟକୁ ଏକାଠି ଖାଇବା ଦ୍ବାରା ଶରୀରରେ ଚର୍ମ ସମସ୍ୟା (Skin Problem) ସୃଷ୍ଟି ହୋଇଥାଏ ।  କେବଳ ଏତିକି ନୁହେଁ, ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବଢାଇଥାଏ । ଏହାଦ୍ବାରା ଆମ ଶରୀରର ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ।

ମାଛ ସହିତ ଦହି

ଦୁଇଟି ପ୍ରୋଟିନ୍ ଯୁକ୍ତ ଖାଦ୍ୟକୁ ଏକା ସାଙ୍ଗରେ ଖାଇବା ଆଦୌ ଉଚିତ୍ ନୁହେଁ । ମାଛ ସହିତ ଦହି ଖାଇବା ଅନେକ ରୋଗର କାରଣ ହୋଇଥାଏ । ଉଭୟ ଖାଦ୍ୟରେ ଭରପୂର ପରିମାଣର ପ୍ରୋଟିନ୍ ରହିଥାଏ । ତେବେ ମାଛ ଓ ଦହିକୁ ଏକାଠି ଖାଇବା ଦ୍ବାରା ବଦ ହଜମ (Dgestion problem), ପେଟ ଗ୍ୟାସ (Gass) ଭଳି ସମସ୍ୟା ଦେଖାଦେଇଥାଏ ।  

କ୍ଷୀର ସହିତ ଦହି

ଯଦିଓ ଉଭୟ ଦୁଗ୍ଧରେ ନିର୍ମିତ ଉତ୍ପାଦ ଅଟେ କିନ୍ତୁ ଆୟୁର୍ବେଦରେ, ଉଭୟ ଖାଦ୍ୟ ପଦାର୍ଥକୁ ଏକାଠି ଖାଇବାକୁ ବାରଣ କରାଯାଇଛି । ବିଶ୍ୱାସ କରାଯାଏ ଯେ, ଉଭୟ ଖାଦ୍ୟକୁ ଏକା ସାଙ୍ଗରେ ଖାଇବା ଦ୍ବାରା ପେଟ ଯନ୍ତ୍ରଣା, ଗ୍ୟାସ ଓ ଡ଼ାଇରିଆ (Diarrhea) ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)