Dry fruits benefits: ଶରୀର ପାଇଁ ଅମୃତ ସଦୃଶ୍ୟ କାଜୁ, ଖାଇଲେ ମିଳିଥାଏ ଏହିସବୁ ଲାଭ!
Advertisement
Article Detail0/zeeodisha/odisha1671079

Dry fruits benefits: ଶରୀର ପାଇଁ ଅମୃତ ସଦୃଶ୍ୟ କାଜୁ, ଖାଇଲେ ମିଳିଥାଏ ଏହିସବୁ ଲାଭ!

Dry fruits benefits: କାଜୁରେ ବିଭିନ୍ନ ପ୍ରକାରର ଜୈବିକ ଉପାଦାନ ମାନ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଏଥିରେ ମାଗ୍ନେସିୟମ୍, ପୋଟାସିୟମ୍, ଜିଙ୍କ, ଆଇରନ, ଭିଟାମିନ (ଇ), ମାଙ୍ଗାନିଜ, ସେଲେନିୟମ୍, ମିନେରାଲ୍ସ ପ୍ରଚୁର ମାତ୍ରାରେ ରହିଥାଅ। ଏହାର ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ମଧ୍ୟ ରହିଛି, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। 

ସୌ(ସୋସିଆଲ ମିଡିଆ)

Dry fruits benefits: ଡ୍ରାଇ ଫ୍ରୁଟ୍‌ସ (Dry fruits) ମଧ୍ୟରେ କାଜୁ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ। କାଜୁ ଖାଇବାକୁ ସମସ୍ତେ ବହୁତ ଭଲ ପାଆନ୍ତି। ଯେକୌଣସି ଖାଦ୍ୟ ସାମଗ୍ରୀରେ ମସଲା ଭାବେ ହେଉ କିମ୍ବା ଖାଦ୍ୟ ଉପରେ ସଜାଇବା ନିମନ୍ତେ ଏହାର ବ୍ୟବହାର ହୋଇଥାଏ। ବିଭିନ୍ନ ପ୍ରକାରର ପିଠା, ଖିରି ଓ ମିଠା ପ୍ରସ୍ତୁତି ସମୟରେ ଆମେ କାଜୁ ବ୍ୟବହାର କରିଥାଉ। ଏହାଛଡା ସାଧାରଣ ଭାବରେ କେବଳ କାଜୁ ଜୁସ୍ ବା ଶେକ ମଧ୍ୟ ସେବନ କରାଯାଏ। କାଜୁର ବୈଜ୍ଞାନିକ ନାମ ହେଉଛି ଆନାକାର୍ଡିଅମ୍ ଅକ୍ସିଡେଣ୍ଟେଲ୍ ଏଲ୍ (Anacardium occidentale L)। ଏହା ଆନାକାର୍ଡିଆସିଆ (Anacardiaceae) ପ୍ରଜାତି ସହ ସମ୍ବନ୍ଧୀୟ। ଏହା ବହୁ ଲୋକପ୍ରିୟ ଭାରତୀୟ ଖାଦ୍ୟ ହେବା ସହ ଦୁଗ୍ଧ ଜାତୀୟ ଖାଦ୍ୟରେ ବ୍ୟବହୃତ ହେଉଥିବା ଏକ ଲୋକପ୍ରିୟ ଉପାଦାନ ଅଟେ।

କେବଳ ଖାଇବା ପାଇଁ କାଜୁ ଭଲ ଲାଗେ ଏହା ନୁହେଁ, କାଜୁରେ ବିଭିନ୍ନ ପ୍ରକାରର ଜୈବିକ ଉପାଦାନ ମାନ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଏଥିରେ ମାଗ୍ନେସିୟମ୍, ପୋଟାସିୟମ୍, ଜିଙ୍କ, ଆଇରନ, ଭିଟାମିନ (ଇ), ମାଙ୍ଗାନିଜ, ସେଲେନିୟମ୍, ମିନେରାଲ୍ସ ପ୍ରଚୁର ମାତ୍ରାରେ ରହିଥାଅ। ଏହାର ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ମଧ୍ୟ ରହିଛି, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଆଜିକାଲି ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କର ବିଭିନ୍ନ କାରଣରୁ ଦାନ୍ତ ଜନିତ ସମସ୍ୟା ଦେଖାଯାଉଛି। ଦାନ୍ତ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ହେଉଛି କ୍ୟାଲ୍‌ସିୟମ୍। କାଜୁରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ରହିଥାଏ। ପ୍ରତିଦିନ ସକାଳୁ ଉଠି କାଜୁ ଖାଇଲେ ଦାନ୍ତକୁ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲସିୟମ୍ ମିଳିବା ସହିତ ବିଭିନ୍ନ ରୋଗରୁ ଦୂରେଇ ରଖିବାରେ ଯାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ହୋଇଥାଏ କାଜୁ ।

ହୃତପିଣ୍ଡର ସୁରକ୍ଷା ପାଇଁ କାଜୁର ବ୍ୟବହାର

କାଜୁ ଖାଇବା ଦ୍ୱାରା ହୃତପିଣ୍ଡର ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର କରାଯାଇ ପାରିବ। ୨୦୧୯ ମସିହାରେ ରକ୍ତଚାପ ଓ ହୃଦରୋଗ ପାଇଁ କାଜୁର ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ମହବୁବି ଏଟ୍‌ ଏଲ୍‌ (Mahboobi et al) ଏକ ଅଧ୍ୟୟନ କରିଥିଲେ। ଏହି ଅଧ୍ୟୟନରୁ ସେ ପ୍ରାମାଣିତ କଲେ ଯେ, କାଜୁ ଖାଇବା ଦ୍ୱାରା ଟ୍ରାଇଗ୍ଲେସିରାଇଡ୍ ସ୍ତର ସହ ସିଷ୍ଟୋଲିକ୍ ଓ ଡାଇଷ୍ଟୋଲିକ୍ ରକ୍ତଚାପରୁ ରକ୍ଷା ମିଳିପାରିବ। ଶରୀର ପାଇଁ ହିତକାରକ ହୋଇଥିବା HDL-C ଓ କୋଲେଷ୍ଟ୍ରୋଲ (cholesterol) ଆଦିରେ କାଜୁର କୌଣସି ପ୍ରଭାବ ପଡି଼ନଥିଲା। ତେବେ କାଜୁ ଖାଇବା ଦ୍ୱାରା ଟ୍ରାଇଗ୍ଲେସିରାଇଡ୍ (Triglycerides) ଓ ରକ୍ତଚାପ (Blood Pressure)ର ସ୍ତର ସ୍ୱଭାବିକ ହୋଇପାରେ।

କର୍କଟ ରୋଗରୁ ମଳେ ଉପଶମ

କାଜୁର ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ଶରୀରଠାରୁ ଦୂରେଇ ରହିଥାଏ। କାଜୁରେ ପ୍ରୋଣ୍ଟୋସିୟାନିଡିନ (Proanthocyanidin) ପ୍ରଚୁର ମାତ୍ରାରେ ଥାଏ। ଏହା ଏକ ଫ୍ଲାଭୋନୋଲ୍ (Flavonol) ଅଟେ ଯାହା କି, କ୍ୟାନ୍ସର କୋଷ ଗୁଡିକର ରେପ୍ଲିକେସନ ହୋଇଥାଏ। ଏହାସହ କାଜୁରେ ଥିବା କପର (Copper) ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ (Minerals) କୋଲୋନ୍ କର୍କଟ (Colon Cancer) ହେବାର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥିରୁ ଏହା ସ୍ପଷ୍ଟ ଯେ କାଜୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର କର୍କଟ ରୋଗରୁ ମୁକ୍ତି ମିଳି ପାରିବ।

ବିଭିନ୍ନ ଯନ୍ତ୍ରଣାରୁ ରକ୍ଷା କରିଥାଏ କାଜୁ

ଟିଏନ୍‌ଏଫ ଆଲ୍‌ଫା (TNF- alfa) ଓ ଆଇଏଲ-୬ (IL-6) ପରି ପ୍ରୋଇମ୍‌ଫ୍ଲାମେଟୋରୀ ସାଇଟୋକାଇନ୍ସ (Proimflammatory cytokines) ପାଥୋଲୋଜିକାଲ ପେନ୍‌ ପାଇଁ ଦାୟୀ ଅଟନ୍ତି। ପ୍ରଦାହକାରୀ ସାଇଟୋକାଇନ୍ ନିର୍ମାଣ ରୋକିବା ସହ ପ୍ରୋଇମ୍‌ଫ୍ଲାମେଟୋରୀ ସାଇଟୋକାଇନ୍ସକୁ ବ୍ଲକ କରି ଯନ୍ତ୍ରଣା ହ୍ରାସ କରିବାରେ କାଜୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାସହ କାଜୁରେ ରେଡି଼କାଲ ଗୁଡିକୁ ନଷ୍ଟ କରିବାର କ୍ଷମତା ରହିଥାଏ ଯାହାକି କୋଷ ଗୁଡିକୁ କ୍ଷତି ହେବାରୁ ରକ୍ଷା କରିଥାଏ। ତେଣୁ ଗୋଡ଼ ହାତ ଯନ୍ତ୍ରଣା ହେଉ କିମ୍ବା ଆକସ୍ମିକ ଫୁଲିବା ହେଉ, କାଜୁ ଖାଇବା ଦ୍ୱାରା ଏହି ସବୁ ରୋଗରୁ ଉପଶମ ମିଳିଥାଏ।

ଶରୀରରେ ତିଆରି କରେ ହିମୋଗ୍ଲାବିନ୍

ହେମୋଗ୍ଲୋବିନ୍ ଏକ ପ୍ରୋଟିନ୍ ଅଟେ ଯାହା ଲୋହିତ ରକ୍ତକଣିକାକୁ ଅମ୍ଳଜାନ ବହନ କରିବାକୁ ସକ୍ଷମ କରିଥାଏ। ଶରୀରରେ ହିମୋଗ୍ଲୋବିନ୍ ଗଠନ ପାଇଁ ଲୌହ, ତମ୍ବା ତଥା ଅତ୍ୟାବଶ୍ୟକ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ୍‌ସ ଦରକାର ହୋଇଥାଏ। କାଜୁରେ ପ୍ରଚୁର ପରିମାଣରେ ଆଇରନ୍‌ ଓ କପର୍ ଥାଏ। ତେଣୁ ହିମୋଗ୍ଲୋବିନ ଗଠନ କରିବାରେ କାଜୁ ଏକ ଉତ୍ତମ ଉପାଦାନ ଭାବେ କାର୍ଯ୍ୟ କରି ପାରିବ। ଏହା ସହିତ କାଜୁ ଖାଇବା ଦ୍ୱାରା ରକ୍ତ ସମ୍ପର୍କିତ ସମସ୍ତ ପ୍ରକାରର ରୋଗ ନିୟନ୍ତ୍ରଣ କରାଯାଇପାରିବ।

fallback

ହାଡକୁ ସୁସ୍ଥ ମଜବୁତ ରଖେ କାଜୁ

ହାଡ଼ ପାଇଁ କାଜୁ ବହୁତ ଉପକାରୀ ଅଟେ। ଏଥିରେ ପ୍ରଚୁର ପରିମାଣରେ ମାଗ୍ନେସିୟମ୍ ରହିଛି। କ୍ୟାଲସିୟମ୍ ଭଳି ମାଗ୍ନେସିୟମ୍ ମଧ୍ୟ ହାଡ଼କୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ । ଏହା ହାଡକୁ ସୁସ୍ଥ ମଧ୍ଯ ରଖେ। ତେଣୁ ଆବାଳ ବୃଦ୍ଧ ବନିତା କାଜୁ ଖାଇବା ଉଚିତ୍। ବିଶେଷ କରି ବାର୍ଦ୍ଧକ୍ୟ ସମୟରେ ହାଡ଼ ଦୁର୍ବଳ ହୋଇଯାଏ। ତେଣୁ ଖାସ କରି ଏହି ସମୟରେ ନିୟମିତ କାଜୁ ଖାଇଲେ ଉପଯୁକ୍ତ ଫଳ ମିଳିପାରିବ। ଏଥିରେ ହାଡ଼କୁ ମଜବୁତ କରିବା ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ରହିଥାଏ।

ମସ୍ତିଷ୍କର କାର୍ଯ୍ୟ କରିବା କ୍ଷମତା ବୃଦ୍ଧି କରେ

ମସ୍ତିଷ୍କର କାର୍ଯ୍ୟ କରିବା କ୍ଷମତା ବୃଦ୍ଧି କରିବା ସହ ସ୍ମରଣଶକ୍ତି ବୃଦ୍ଧି କରିବାରେ କାଜୁ ସାହାଯ୍ୟ କରିଥାଏ। କେମୋଥେରାପୀ ଦ୍ୱାରା ଶରୀରରେ ପ୍ରତିକୂଳ ପ୍ରଭାବ ପଡି଼ଥାଏ। ଏହାକୁ “କେମୋବ୍ରେନ୍” (chemobrain) କୁହାଯାଏ। ଏହାଦ୍ୱାରା ମସ୍ତିଷ୍କ ଦୁର୍ବଳ ହୋଇପଡେ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ମସ୍ତିଷ୍କର କାର୍ଯ୍ୟ ସହ ଜଡିତ ନ୍ୟୁରୋକେମିକାଲ୍ସ ଉପରେ କାଜୁ ଉତ୍ତମ ପ୍ରଭାବ ପକାଇଥାଏ। ମୂଷା ମାନଙ୍କ ମସ୍ତିଷ୍କରେ ସିସପ୍ଲାଟିନ୍ ଦ୍ୱାରା ହେଉଥିବା କ୍ଷୟ କ୍ଷତି ଉପରେ କାଜୁର ପ୍ରଭାବ ସମ୍ବନ୍ଧରେ ଜାଣିବା ପାଇଁ ୨୦୨୨ ମସିହାରେ ଏକୋମୋଲାଫେ ଇଟି ଏଲ. (Akomolafe et al) ଏକ ଅଧ୍ୟୟନ କରିଥିଲେ। ଏଥିରୁ ସେ ଜାଣିଥିଲେ ଯେ, ସିସପ୍ଲାଟିନ୍ ଦ୍ୱାରା ହୋଇଥିବା ନ୍ୟୁରୋଟକ୍ସାଇସିଟି ନିୟନ୍ତ୍ରଣ କରିବା ପାଇଁ କାଜୁକୁ ଏକ ଉତ୍କୃଷ୍ଟ ଖାଦ୍ୟ ଭାବରେ ବ୍ୟବହାର କରାଯାଇ ପାରିବ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)