Guava Side Effects: ଏହି ଲୋକମାନେ ଭୁଲରେ ବି ଖାଆନ୍ତୁନି ପିଜୁଳି, ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ୬ଟି ବଡ଼ କ୍ଷତି
Advertisement

Guava Side Effects: ଏହି ଲୋକମାନେ ଭୁଲରେ ବି ଖାଆନ୍ତୁନି ପିଜୁଳି, ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ୬ଟି ବଡ଼ କ୍ଷତି

Guava Side Effects: ପିଜୁଳିର ସାଇଡ୍ ଇଫେକ୍ଟ ବା ପାର୍ଶ୍ୱ ପ୍ରତିକ୍ରିୟା ରହିଛି । କିଛି ଲୋକ ଅଛନ୍ତି ଯେଉଁମାନେ ଭୁଲରେ ବି ପିଜୁଳି ଖାଇବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ସେମାନେ ଗୁରୁତର ଅସୁସ୍ଥ ହୋଇପାରନ୍ତି ଓ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିପାରେ । ଆସନ୍ତୁ ଜାଣିବା କେଉଁ ଲୋକମାନେ ଶୀତଦିନେ ପିଜୁଳି ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । 

Guava Side Effects: ଏହି ଲୋକମାନେ ଭୁଲରେ ବି ଖାଆନ୍ତୁନି ପିଜୁଳି, ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ୬ଟି ବଡ଼ କ୍ଷତି

Guava Side Effects: ଶୀତଦିନେ ପିଜୁଳି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ମନେ କରାଯାଏ । ବିଶେଷକରି ପେଟର ହଜମ ଶକ୍ତି ବଢ଼ାଇବା ଓ ପତଳା ଝାଡ଼ା ଦୂର କରିବା ପାଇଁ କଦଳୀ ସହିତ ପିଜୁଳି ଖାଇବାକୁ ବୟସ୍କମାନେ ପରାମର୍ଶ ଦିଅନ୍ତି । ଏହା (Guava) କୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦ୍ରୁତ ଗତିରେ ବଢ଼ିଥାଏ । ତଥାପି, ପିଜୁଳିର ସାଇଡ୍ ଇଫେକ୍ଟ ବା ପାର୍ଶ୍ୱ ପ୍ରତିକ୍ରିୟା (Guava Side Effects) ରହିଛି । କିଛି ଲୋକ ଅଛନ୍ତି ଯେଉଁମାନେ ଭୁଲରେ ବି ପିଜୁଳି ଖାଇବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ସେମାନେ ଗୁରୁତର ଅସୁସ୍ଥ ହୋଇପାରନ୍ତି ଓ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିପାରେ । ଆସନ୍ତୁ ଜାଣିବା କେଉଁ ଲୋକମାନେ ଶୀତଦିନେ ପିଜୁଳି ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । 

୧. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନେ ପିଜୁଳି ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହାର କାରଣ ହେଉଛି ପିଜୁଳିର ପ୍ରଭାବ ଥଣ୍ଡା, ଯେଉଁ କାରଣରୁ ଗର୍ଭବତୀ ଓ ନବଜାତ ଶିଶୁର ସ୍ୱାସ୍ଥ୍ୟ ଖରାପ ହୋଇପାରେ । 

୨. ସେହିପରି ଥଣ୍ଡା ଓ କାଶ ରୋଗରେ ପୀଡିତ ଲୋକମାନେ ମଧ୍ୟ ପିଜୁଳି (Guava) ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । 

୩. ଏକ୍ଜେମା (Eczema) ରେ ପୀଡିତ ଲୋକମାନେ ମଧ୍ୟ ପିଜୁଳି ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଯଦି ସେମାନେ ପିଜୁଳି ସେବନ କରିବେ ତେବେ ସେମାନଙ୍କୁ ଚର୍ମ ଜଳାପଡ଼ାର ସାମ୍ନା କରିବାକୁ ପଡ଼ିପାରେ । ଏପରି ଲୋକମାନେ ଭୁଲରେ ମଧ୍ୟ ପିଜୁଳି ପତ୍ର ବ୍ୟବହାର କରିବା ଉଚିତ୍ ନୁହେଁ । ଏହା ଚର୍ମ ରୋଗର କାରଣ ହୋଇପାରେ ।

୪. ମଧୁମେହ ରୋଗୀମାନେ (Diabetes Patients) ପିଜୁଳି ଖାଇପାରିବେ, କିନ୍ତୁ ସେମାନେ ଏହାକୁ ଅତି କମରେ ଖାଇବା ଉଚିତ୍ । ଏହାର କାରଣ ହେଉଛି ପିଜୁଳିରେ ଚିନି ଅଂଶ ଥାଏ, ଯାହା ଆପଣଙ୍କ ମଧୁମେହ ସ୍ତରକୁ ବଢ଼ାଇପାରେ । ଆପଣ ଡାକ୍ତରଙ୍କ ପରାମର୍ଶ ପରେ ପିଜୁଳି ଖାଇବା ବିଷୟରେ ନିଷ୍ପତ୍ତି ନେଇପାରିବେ । 

୫. ସେପଟେ ଏପରି ବ୍ୟକ୍ତି ଯେଉଁମାନେ ଶୀଘ୍ର କୌଣସି ରୋଗ ପାଇଁ ଅପରେସନ୍ କରିବାକୁ ଯାଉଛନ୍ତି, ସେମାନେ ଅସ୍ତ୍ରୋପଚାରର ୨ ସପ୍ତାହ ପୂର୍ବରୁ ପିଜୁଳି ଖାଇବା ବନ୍ଦ କରିବା ଉଚିତ୍ । ଏପରି ନ କରିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇପାରେ, ଯେଉଁ କାରଣରୁ ଶ୍ୱାସକ୍ରିୟାରେ ସମସ୍ୟା ଓ ହୃଦଘାତ ହେବାର ଆଶଙ୍କା ବଢ଼ିଥାଏ ।

୬. ପେଟରେ ଗ୍ୟାସ୍ ସୃଷ୍ଟି ସମସ୍ୟା ସହ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ମଧ୍ୟ ପିଜୁଳି ଖାଇବା ଭଲ ନୁହେଁ । ଏହି କାରଣରୁ ସେମାନଙ୍କର ଗ୍ୟାଷ୍ଟ୍ରୋ ସମସ୍ୟା ଆହୁରି ବଢ଼ିଥାଏ । ଯଦି ଆପଣ ପେଟରେ କଷ୍ଟ ଅନୁଭବ କରୁଛନ୍ତି କିମ୍ବା ପିଜୁଳି ଖାଇବା ପରେ ବାନ୍ତି ଭଳି ଅନୁଭବ କରୁଛନ୍ତି, ତେବେ ଆପଣ ପିଜୁଳି ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ପଦ୍ଧତି ଆପଣାଇବା ପୂର୍ବରୁ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ଗ୍ରହଣ କରନ୍ତୁ ।)