Gold Price Hike: ଅଚାନକ ବଢିଲା ସୁନାଦର, ଦୀପାବଳିରେ ଏତିକି ଟଙ୍କାରେ ବିକ୍ରି ହେବ ସୁନା
Advertisement
Article Detail0/zeeodisha/odisha2434184

Gold Price Hike: ଅଚାନକ ବଢିଲା ସୁନାଦର, ଦୀପାବଳିରେ ଏତିକି ଟଙ୍କାରେ ବିକ୍ରି ହେବ ସୁନା

Gold Price Hike: ଆଜି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୮,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୪,୮୯୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ କ୍ୟାରେଟ୍ ରେ ୧୫୦ ଓ ୨୪ କ୍ୟାରେଟ୍ ରେ ୧୬୦ ଟଙ୍କା ଦର ଖସିଛି।

Gold Price Hike: ଅଚାନକ ବଢିଲା ସୁନାଦର, ଦୀପାବଳିରେ ଏତିକି ଟଙ୍କାରେ ବିକ୍ରି ହେବ ସୁନା
Gold Price Hike: ହଠାତ୍ ସୁନା ଦର ଆକାଶଛୁଆଁ ହୋଇଛି। ଗତ କିଛି ଦିନ ହେବ ସୁନା ଦରରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳୁଛି । ତେବେ ଏହାର କାରଣ କ'ଣ? ବିଶେଷ କରି ଦୀପାବଳି ପାଖେଇ ଆସୁଥିବା ବେଳେ ସୁନା ଦର ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଦୀପାବଳି ସମୟରେ ଆପଣଙ୍କ ପକେଟ ଉପରେ ପ୍ରବଳ ପ୍ରଭାବ ପଡ଼ିବ କି? ଆସନ୍ତୁ ଜାଣିବା ବିସ୍ତୃତ ଭାବେ।
 
କାହିଁକି ବଢୁଛି ସୁନା ଦର ?
ସୁନା ଦର ବୃଦ୍ଧି ପଛରେ ଡଲାର ଏବଂ ଆମେରିକୀୟ ବ୍ୟାଙ୍କ ଏକ ପ୍ରମୁଖ କାରଣ । ବାସ୍ତବରେ ଡଲାର କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି। ଏଥିସହିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଆମେରିକା ଅର୍ଥାତ୍ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସ କରିପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି। ଏହି କାରଣରୁ ସୁନା ଦର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।
 
କେତେ ବଢ଼ିଲା ସୁନା ଦର ?
ଡଲାର ମୂଲ୍ୟରେ ବ୍ୟାପକ ହ୍ରାସ ଘଟିଛି । ଏଭଳି ସ୍ଥିତିରେ ସ୍ପଟ୍ ସୁନା ମୂଲ୍ୟ୦.୫ ପ୍ରତିଶତ ବୃଦ୍ଧି ପାଇ ୦୫:୫୧ ରେ ପହଞ୍ଚିଛି। ଆମେରିକାର ସୁନା ଫ୍ୟୁଚର୍ସ ୦.୨ ପ୍ରତିଶତ ବୃଦ୍ଧି ପାଇ ୨,୬୧୫.୮୦ ଡଲାରରେ ପହଞ୍ଚିଛି। ଏଭଳି ସ୍ଥିତିରେ ଚୀନ, ଜାପାନ, ଇଣ୍ଡୋନେସିଆ, ମାଲେସିଆ ଓ ଦକ୍ଷିଣ କୋରିଆରେ ମଧ୍ୟ ସୁନା କାରବାର ହ୍ରାସ ପାଇଛି।
 
ତଥ୍ୟ କ'ଣ କହୁଛି?
ଡଲାର ୦.୨ ପ୍ରତିଶତ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଯେଉଁମାନେ ଡଲାର ବ୍ୟବହାର କରନ୍ତି ନାହିଁ ସେମାନଙ୍କ ପାଇଁ ସୁନା ଶସ୍ତା ହେବା ଉଚିତ। କିନ୍ତୁ ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିଥିବା ଖବର ଆସିବା ପରେ ସୁନା ମହଙ୍ଗା ହୋଇପାରେ । ମିଳିଥିବା ସୂଚନା ଅନୁଯାୟୀ, ସୁନା ମୂଲ୍ୟରେ ଆହୁରି ବୃଦ୍ଧି ହୋଇପାରେ । ସମ୍ଭବତଃ ବର୍ଷ ଶେଷ ବେଳକୁ ସୁନା ମୂଲ୍ୟ ୨୭୦୦ ଡଲାରରେ ପହଞ୍ଚିବ । ଏହା ସହ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି ।
 
ଫେଡ୍ ବୈଠକ ଉପରେ ନଜର
ଚଳିତ ସପ୍ତାହରେ ସମସ୍ତଙ୍କ ନଜର ଫେଡେରାଲ ରିଜର୍ଭ ଉପରେ ରହିବ। ସେପ୍ଟେମ୍ବର ୧୭ ଓ ୧୮ରେ ଫେଡେରାଲ ରିଜର୍ଭ ଏହାର ମୁଦ୍ରାନୀତି ବୈଠକ ଆୟୋଜନ କରିବାକୁ ଯାଉଛି। ଏହି ବୈଠକରେ ସୁଧ ହାର ହ୍ରାସ କିମ୍ବା ବୃଦ୍ଧି ଉପରେ ଆଲୋଚନା ହୋଇପାରେ । ଏହାପରେ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ ଅଫ୍ ଜାପାନ ମଧ୍ୟ ବଡ଼ ନିଷ୍ପତ୍ତି ନେଇପାରନ୍ତି।
 
ଆଜିର ସୁନା ଦର
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ  ୬୮,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୪,୮୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୫୦ ଓ ୧୬୦ ଟଙ୍କା ହ୍ରାସ ପାଇଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ  ୬୮,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୫,୦୪୦ ଟଙ୍କା ରହିଛି । ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ  ୧୫୦ ଓ ୧୬୦ ଟଙ୍କା କମିଛି।