Ghee benefits for skin: ତ୍ୱଚାରେ ଚମକ ଆଣେ ଦେଶି ଘିଅ, ଏପରି କରନ୍ତୁ ବ୍ୟବହାର
Advertisement
Article Detail0/zeeodisha/odisha2263792

Ghee benefits for skin: ତ୍ୱଚାରେ ଚମକ ଆଣେ ଦେଶି ଘିଅ, ଏପରି କରନ୍ତୁ ବ୍ୟବହାର

Ghee benefits for skin: ଘିଅ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ସାବ୍ୟସ୍ତ ହୋଇଥାଏ । ଯଦି ଆପଣ ଏହାକୁ ସୀମିତ ପରିମାଣରେ ଖାଆନ୍ତି, ତେବେ କଦାପି ଆପଣଙ୍କର ଓଜନ ବୃଦ୍ଧି ହେବ ନାହିଁ । କାରଣ ଘିଅରେ ସୁସ୍ଥ ଚର୍ବି ଥାଏ । ଘିଅକୁ ଆମେ ନିଜ ତ୍ୱଚା ପାଇଁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବା । ତ୍ୱଚା ପାଇଁ ଘିଅର ଉପକାରିତା କଣ ଆସନ୍ତୁ ଜାଣିବା ।

Ghee benefits for skin: ତ୍ୱଚାରେ ଚମକ ଆଣେ ଦେଶି ଘିଅ, ଏପରି କରନ୍ତୁ ବ୍ୟବହାର

Ghee benefits for skin: ଅନେକ ବ୍ୟକ୍ତି ବିଭିନ୍ନ ଖାଦ୍ୟରେ ଘିଅର ପ୍ରୟୋଗ କରିଥାନ୍ତି । କିନ୍ତୁ କିଛିଙ୍କର ଧାରଣା ଥାଏ ଯେ, ଘିଅ ସେବନ ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । କିନ୍ତୁ ଏହା ଆଦୈ ସେପରି ନୁହେଁ । ଘିଅ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ସାବ୍ୟସ୍ତ ହୋଇଥାଏ । ଯଦି ଆପଣ ଏହାକୁ ସୀମିତ ପରିମାଣରେ ଖାଆନ୍ତି, ତେବେ କଦାପି ଆପଣଙ୍କର ଓଜନ ବୃଦ୍ଧି ହେବ ନାହିଁ । କାରଣ ଘିଅରେ ସୁସ୍ଥ ଚର୍ବି ଥାଏ । ଘିଅକୁ ଆମେ ନିଜ ତ୍ୱଚା ପାଇଁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବା । ତ୍ୱଚା ପାଇଁ ଘିଅର ଉପକାରିତା କଣ ଆସନ୍ତୁ ଜାଣିବା ।

ତ୍ୱଚାରେ ଘିଅ ପ୍ରୟୋଗର ଉପକାରିତା

୧. ଯଦି ଆପଣଙ୍କର ତ୍ୱଚା ଶୁଷ୍କ ହୋଇଯାଉଛି ତେବେ ଆପଣ ଘିଅ ବ୍ୟବହାର କରିପାରିବେ । ଏହା ଚର୍ମ ଉପରେ ପ୍ରାକୃତିକ ଚମକ ଆଣିବାରେ ସହାୟକ ହୋଇଥାଏ । ଘିଅରେ ଭିଟାମିନ୍ ଇ, ଏ, କେ ପରି ଅନେକ ପୋଷକ ତତ୍ତ୍ୱ ରହିଛି । ତେଣୁ ଘିଅ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବାରେ ସହାୟ ହୋଇଥାଏ । ଆପଣଙ୍କ ଖାଦ୍ୟରେ ଏହାକୁ ଅନ୍ତର୍ଭୁକ୍ତ କରି ନିଜ ତ୍ୱଚାର ଚମକ ମଧ୍ୟ ବଜାୟ ରଖିପାରିବେ ।

୨. ମୁହଁ ଏବଂ ବେକରେ ଅଳ୍ପ ଘିଅ ମାଲିସ କରିବା ଦ୍ୱାରା ଏଥିରୁ ଅନେକ ଲାଭ ମିଳିଥାଏ । ମୁହଁର ତ୍ୱଚା ନରମ ହୋଇଥାଏ । ଘିଅରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଚର୍ମକୁ ମୁକ୍ତ ରେଡିକାଲ ଦ୍ୱାରା ହୋଇଥିବା କ୍ଷତିରୁ ରକ୍ଷା କରିଥାଏ । ଏହା ଅଳ୍ପ ବୟସରେ ବାର୍ଦ୍ଧକ୍ୟର ଲକ୍ଷଣକୁ ମଧ୍ୟ ରୋକିବାରେ ସହାୟ ହୋଇଥାଏ ।

୩. ଯଦି ଆପଣଙ୍କର ଚର୍ମ ସମ୍ବନ୍ଧୀୟ ସମସ୍ୟା ରହିଛି, ତେବେ ଘିଅ କିମ୍ବା ଅନ୍ୟ କୌଣସି ଦ୍ରବ୍ୟରେ ଘରୋଇ ଉପଚାର କରିବା ପୂର୍ବରୁ ନିଶ୍ଚିତ ଭାବରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ।

ତ୍ୱଚାର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଆପଣ କେତେକ ଘରୋଇ ଉପଚାରରେ ଘିଅ ବ୍ୟବହାର କରିପାରିବେ। ଅଧା ଚାମଚ ଘିଅରେ ଅଳ୍ପ ହଳଦୀ ମିଶାଇ ମୁହଁରେ ଲଗାଇବା ପରେ ୧୫ ମିନିଟ୍ ପାଇଁ ଛାଡି ଦିଅନ୍ତୁ । ପରେ ସ୍ୱଚ୍ଛ ପାଣିରେ ମୁହଁକୁ ସଫା କରନ୍ତୁ । ଏପରି କରିବା ଦ୍ୱାରା ଆପଣ ପ୍ରାକୃତିକ ଚମକ ତ୍ୱଚାରେ ଦେଖିବାକୁ ପାଇବେ । ଏହା ବ୍ୟତୀତ ଘିଅରେ ମହୁ ମିଶାଇ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ଚିକ୍କଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।)

Also Read- Char Dham Yatra 2024: ଚାରିଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ, ୧୪ ଦିନରେ ଦର୍ଶନ କଲେଣି ୧୦ଲକ୍ଷ ଭକ୍ତ

Also Read- June 2024 Gochar: ଜୁନରେ ୫ ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ, ସୃଷ୍ଟି ହେବ ସ୍ୱତନ୍ତ୍ର ଯୋଗ