Ganesh Chaturthi 2023: ଗଜାନନଙ୍କ ଆଗମନ ନେଇ ସାରା ଦେଶରେ ଜୋରାଦାର ପ୍ରସ୍ତୁତି ଲାଗି ରହିଛି । ଗଣେଷ ଚତୁର୍ଥୀକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଅଗଣିତ ଭକ୍ତ । ତେବେ ଚଳିତ ବର୍ଷ ଗଣେଶ ପୂଜା ୧୯ ସେପ୍ଟେମ୍ବର ଅର୍ଥାତ୍ ମଙ୍ଗଳବାର ଦିନ ପଡୁଛି ।
Trending Photos
Ganesh Chaturthi 2023: ଆସୁଛି ବିଦ୍ୟାଦାତା ତଥା ଅଗ୍ରପୂଜ୍ୟ ଗଣେଶଙ୍କ ଜନ୍ମଦିନ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲ ଚତୁର୍ଥୀ ଦିନକୁ ଗଣେଷ ଚତୁର୍ଥୀ ଭାବେ ପାଳନ କାରଯାଏ। ଗଜାନନଙ୍କ ଆଗମନ ନେଇ ସାରା ଦେଶରେ ଜୋରାଦାର ପ୍ରସ୍ତୁତି ଲାଗି ରହିଛି । ଗଣେଷ ଚତୁର୍ଥୀକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଅଗଣିତ ଭକ୍ତ । ତେବେ ଚଳିତ ବର୍ଷ ଗଣେଶ ପୂଜା ୧୯ ସେପ୍ଟେମ୍ବର ଅର୍ଥାତ୍ ମଙ୍ଗଳବାର ଦିନ ପଡୁଛି । ଏଥର ଗଣେଶ ଚତୁର୍ଥୀରେ ୬ଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଗଣେଶଙ୍କ ଆଶୀର୍ବାଦ ଫଳରେ ଏହି ୬ଟି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟଦୋୟ ହେବ । ତେବେ ଆସନ୍ତୁ ଜାଣିବା ସେହି ୬ଟି ରାଶିଙ୍କ ବିଷୟରେ..
ମେଷ ରାଶି: ଗଣେଶ ଚତୁର୍ଥୀ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ବ୍ୟବସାୟରେ ଲାଭ ହେବା ସହ ଆର୍ଥିକ୍ ସ୍ଥିତି ମଜବୁତ ହେବ । ଆୟ ବଢିବ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଏହି ସମୟରେ ନୂତନ ଯାନ କିଣିବା ନେଇ ଯୋଗ ରହିଛି ।
ସିଂହ ରାଶି: ଗଣେଶଙ୍କ ଆଶୀର୍ବାଦ ଫଳରେ ଶତ୍ରୁମାନେ ପରାସ୍ତ ହେବେ । ଷଡଯନ୍ତ୍ର ବିଫଳ ହେବ। କାର୍ଯ୍ୟରେ ଲାଗି ରହିଥିବା ବାଧା ଦୂର ହେବା ସହ ସଫଳତା ମିଳିବ । ନୂତନ ଯୋଜନା ପ୍ରସ୍ତୁତ କରିବା ନେଇ ଏହି ଦିନ ଅତ୍ୟନ୍ତ କରିବା ଶୁଭ ପ୍ରମାଣିତ ହେବ । ଅର୍ଥର ଅଭାବ ଦୂର ହେବ । ସ୍ୱାସ୍ଥ୍ୟ ଭଲ ରହିବ ।
କନ୍ୟା ରାଶି: ଗଣପତି ଚତୁର୍ଥୀ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଶୁଭ ସମୟ ଆଣିଦେବ । ଏହି ସମୟ ମଧ୍ଯରେ ଆର୍ଥିକ୍ ଲାଭ ହେବା ସହ ଆୟ ବଢିବା ନେଇ ଯୋଗ ରହିଛି | ଅସଂପୂର୍ଣ୍ଣ ଥିବା କାର୍ଯ୍ୟଟି ସଂପୂର୍ଣ୍ଣ ହେବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।
ତୁଳା ରାଶି: ମନୋବଳ ସହ ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ନୂତନ କାର୍ଯ୍ୟ ନେଇ ମୂଳଦୁଆ ପଡ଼ିବ । ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ । ରାଜନୀତି ସହ ଜଡ଼ିତ ଥିବା ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ । ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଲାଭବାନ ହେବେ।
ଧନୁ ରାଶି: ଏହି ଦିନ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ମାନ, ସମ୍ମାନ ବୃଦ୍ଧି ପାଇବା ସହ ଅନେକ କ୍ଷେତ୍ରରେ ଲାଭ ହେବ । ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭବାନ ହେବେ । ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)