Akshaya Tritiya 2024: ଅକ୍ଷୟ ତୃତୀୟାରେ ସୃଷ୍ଟି ହେବ ଗଜକେଶରୀ ରାଜଯୋଗ, ଚମକିବ ୪ ରାଶିଙ୍କ ଭାଗ୍ୟ!
Advertisement

Akshaya Tritiya 2024: ଅକ୍ଷୟ ତୃତୀୟାରେ ସୃଷ୍ଟି ହେବ ଗଜକେଶରୀ ରାଜଯୋଗ, ଚମକିବ ୪ ରାଶିଙ୍କ ଭାଗ୍ୟ!

Akshaya Tritiya 2024: ବୈଶାଖ ଶୁକ୍ଳ ତୃତୀୟା ତିଥୀରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ଅକ୍ଷୟ ତୃତୀୟା ହେଉଛି ଧନର ଦେବୀ ମାଆ ଲକ୍ଷ୍ମୀଙ୍କ ଦିନ । ଚଳିତ ବର୍ଷ ମଇ ୧୦ରେ ପାଳିତ ହେବ ଅକ୍ଷୟ ତୃତୀୟା । ବିଶ୍ବାସ ରହିଛି ଯେ, ଏହି ଦିନ ଆରମ୍ଭ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ସଫଳ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳତ ବର୍ଷ ଅକ୍ଷୟ ତୃତୀୟା କିଛି ରାଶିଙ୍କ ପାଇଁ ବେଶ ଖାସ୍ ହେବାକୁ ଯାଉଛି ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଦିନ ଗଜକେଶରୀ ଯୋଗ ସହ ମଙ୍ଗଳ ଓ ବୁଧଙ୍କ ମିଳନ ହେତୁ ମୀନ ରାଶିରେ ଧନ ଯୋଗ ସୃଷ୍ଟି ହେବ । ଏହା ବ୍ୟତୀତ ସେହି ଦିନ ରବି ଯୋଗ ମଧ୍ଯ ସୃଷ୍ଟି ହେବାକୁ ଯାଉଛି । ଏହି ସମସ୍ତ ଯୋଗ ଫଳରେ ୪ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ଆଲୋଚନା କରିବା ସେହି ୪ ରାଶିଙ୍କ ବିଷୟରେ ।

ବୃଷ ରାଶି: ଏହି ଦିନ ବୃଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ଦାୟୀ ରହିବ । ଦୀର୍ଘ ଦିନରୁ ଆଶା କରିଥିବା ସଫଳତା ପ୍ରାପ୍ତି ହେବ । ଆୟର ନୂତନ ଉତ୍ସ ସୃଷ୍ଟି ହେବା ସହ ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟୀମାନେ ଲାଭବାନ ହେବେ । ବିନିଯୋଗ ପାଇଁ ସମୟ ଅନୁକୂଳ ହେବ । ପରିବାରରେ ସୁଖ-ଶାନ୍ତି ଲାଗି ରହିବ।

ମିଥୁନ ରାଶି: ଚଳିତ ବର୍ଷ ଅକ୍ଷୟ ତୃତୀୟାରୁ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଫିଟିବାକୁ ଯାଉଛି । ଏହି ସମୟରେ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବା ନେଇ ଯୋଗ ରହିଛି ।  ଦୀର୍ଘ ଦିନ ଧରି ବିଚାରାଧୀନ ଥିବା କାର୍ଯ୍ୟ ସମାପ୍ତ ହେବ । ମିତ୍ରମାନଙ୍କ ସହ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ରହିଛି। ବ୍ୟବସାୟରେ ଉନ୍ନତି ହେବା ସହ ବୈବାହିକ ଜୀବନ ସୁଖମୟ ହେବ ।

ତୁଳା ରାଶି: ଅକ୍ଷୟ ତୃତୀୟାଠାରୁ ତୁଳା ରାଶିର ଜୀବନରେ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ଏହି ସମୟ ମଧ୍ଯରେ ସୁଖ- ସମୃଦ୍ଧି ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ନେଇ ଯୋଗ ରହିଛି । ବିଦେଶ ଗସ୍ତ ଓ ଅଧ୍ୟୟନ କରିବାକୁ ଚିନ୍ତା କରୁଥିବା ଛାତ୍ରଛାତ୍ରୀ ସଫଳତା ପାଇପାରନ୍ତି ।

ଧନୁ ରାଶି: ଏହି ସମୟରେ ବିନିଯୋଗରୁ ଲାଭ ମିଳିବ । ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ନେଇ ଯୋଗ ରହିଛି । ଆର୍ଥିକ୍ ସମସ୍ୟା ଦୂର ହେବ । ପରିବାରରେ ହସଖୁସି ଲାଗି ରହିବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)