କମ୍ ଖର୍ଚ୍ଚରେ ବିଦେଶ ଭ୍ରମଣ, ଜାଣନ୍ତୁ ଆପଣଙ୍କ ବଜେଟକୁ ଫିଟ୍ ହେଉଥିବା ସ୍ଥାନ ବିଷୟରେ ସବୁକିଛି
Advertisement
Article Detail0/zeeodisha/odisha1140509

କମ୍ ଖର୍ଚ୍ଚରେ ବିଦେଶ ଭ୍ରମଣ, ଜାଣନ୍ତୁ ଆପଣଙ୍କ ବଜେଟକୁ ଫିଟ୍ ହେଉଥିବା ସ୍ଥାନ ବିଷୟରେ ସବୁକିଛି

ଅନେକ ସ୍ଥାନ ରହିଛି ଆପଣ ସେହି ସ୍ଥାନକୁ ଯିବା ପାଇଁ ପାଖାପାଖି ଏକ ଲକ୍ଷ ଟଙ୍କା ଖର୍ଚ୍ଚରେ ବୁଲାବୁଲି କରିପାରିବେ। ଏଥିରେ ଆପଣଙ୍କ ବିମାନ ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ରହିବା ଖର୍ଚ୍ଚ ବି ଅନ୍ତର୍ଭୁକ୍ତ । 

କମ୍ ଖର୍ଚ୍ଚରେ ବିଦେଶ ଭ୍ରମଣ, ଜାଣନ୍ତୁ ଆପଣଙ୍କ ବଜେଟକୁ ଫିଟ୍ ହେଉଥିବା ସ୍ଥାନ ବିଷୟରେ ସବୁକିଛି

ନୂଆଦିଲ୍ଲୀ: ସମସ୍ତେ ବିଦେଶ ଭ୍ରମଣ କରିବାକୁ ପସନ୍ଦ କରନ୍ତି କିନ୍ତୁ ବିଦେଶ ଭ୍ରମଣରେ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । ଆଉ ଖର୍ଚ୍ଚ ବିଷୟରେ ଚିନ୍ତା କରି ପ୍ରାୟତଃ ଲୋକେ ନିଜ ଯାତ୍ରାକୁ ବାତିଲ କରିଥାଆନ୍ତି ।  ଯଦି ଆପଣ ଟିକିଏ ସ୍ମାର୍ଟ ଯୋଜନା କରିବେ ତେବେ ଆପଣଙ୍କ ଯାତ୍ରା ସଫଳ ହୋଇପାରେ। ଅନେକ ସ୍ଥାନ ରହିଛି ଆପଣ ସେହି ସ୍ଥାନକୁ ଯିବା ପାଇଁ ପାଖାପାଖି ଏକ ଲକ୍ଷ ଟଙ୍କା ଖର୍ଚ୍ଚରେ ବୁଲାବୁଲି କରିପାରିବେ। ଏଥିରେ ଆପଣଙ୍କ ବିମାନ ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ରହିବା ଖର୍ଚ୍ଚ ବି ଅନ୍ତର୍ଭୁକ୍ତ । ତେଣୁ ଆସନ୍ତୁ ଜାଣିବା ସେହି ସ୍ଥାନ ବିଷୟରେ । 

ନେପାଳ
ଯଦି ଆପଣ ବିଦେଶ ଭ୍ରମଣର ମଜା ନେବାକୁ ଚାହାନ୍ତି ତେବେ ନିଶ୍ଚିତ ଭାବରେ କାଠମାଣ୍ଡୁ ଯାଆନ୍ତୁ । ନେପାଳର ରାଜଧାନୀ ବହୁତ ସୁନ୍ଦର। ସେଠାରେ ଥିବା ବୌଦ୍ଧ ସ୍ତୁପ ସମଗ୍ର ବିଶ୍ବରେ ପ୍ରସିଦ୍ଧ । ଯଦି ଆପଣ ଦିଲ୍ଲୀରୁ ବିମାନ ନେଉଛନ୍ତି ତେବେ ଆପଣ ସହଜରେ ୧୨ ହଜାରରୁ ୧୫ ହଜାରରେ ବୁଲିପାରିବେ।

ସିଙ୍ଗାପୁର
ସିଙ୍ଗାପୁର ପର୍ଯ୍ୟଟକଙ୍କ ଏକ ପ୍ରିୟ ସ୍ଥାନ। ଏଠାରେ ରାତ୍ରି ଜୀବନଯାପନ ସାରା ବିଶ୍ବରେ ପ୍ରସିଦ୍ଧ।   ଦକ୍ଷିଣ ଏସିଆରେ ମାଲେସିଆ ଏବଂ ଇଣ୍ଡୋନେସିଆ  ଅବସ୍ଥିତ।  ଦିଲ୍ଲୀରୁ ସିଙ୍ଗାପୁରକୁ ଆପଣଙ୍କୁ ପାଖାପାଖି ୧୦ ହଜାର ଟଙ୍କାରେ ସହଜରେ ବିମାନ ପାଇପାରିବେ । ଏକ ଲକ୍ଷ ଭିତରେ ଆପଣ ବିଦେଶ ଭ୍ରମଣ କରିବାର ସ୍ବପ୍ନ ପୂରଣ କରିପାରିବେ ।

ୟୁଏଇ
ସୁଲଭ ଅନ୍ତର୍ଜାତୀୟ ଛୁଟି ତାଲିକାରେ ଦୁବାଇ ହେଉଛି ପ୍ରଥମ ସ୍ଥାନ । କମ୍ ମୂଲ୍ୟରେ ଦୁବାଇକୁ ସହଜରେ ଭ୍ରମଣ କରିପାରିବେ । ସେଠାରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ବୁର୍ଜ ଖଲିଫା । ସେଠାରେ ଆପଣ ସହଜରେ ୨୫ ହଜାର ଟଙ୍କାରେ ବୁଲାବୁଲି କରିପାରିବେ । 

ଇଣ୍ଡୋନେସିଆ
ଯେଉଁ ମାନେ ବିଦେଶରେ ହନିମୁନ୍ କରିବାକୁ ଛାହୁଁଛନ୍ତି ସେମାନଙ୍କ ପାଇଁ ଇଣ୍ଡୋନେସିଆର ବାଲି ହେଉଛି ସର୍ବୋତ୍ତମ ସ୍ଥାନ ।  ସେଠାରେ ଥିବା ସୁନ୍ଦର ମନ୍ଦିର ଆଉ ପ୍ୟାଲେସ ଆପଣଙ୍କ ହୃଦୟ କିଣି ନେବ । ସ୍ବଳ୍ପ ବଜେଟରେ ଆପଣ ସହଜରେ ବାଲି ପରିଦର୍ଶନ କରିପାରିବେ । ବିମାନ ଯୋଗେ ଦିଲ୍ଲୀରୁ ଆପଣଙ୍କ ପ୍ରାୟ ୮ ଘଣ୍ଟା ସମୟ ଲାଗିପାରେ। 

Also Read: ରାଜ୍ୟପାଳ ଗାଇଲେ 'ବନ୍ଦେ ଉତ୍କଳ ଜନନୀ'

Also Read: ମଧୁମେହ ରୋଗୀ ସାବଧାନ ! ନିୟମିତ ବ୍ୟବହାର କରନ୍ତୁନି 'ସୁଗାର ଫ୍ରି ଟାବଲେଟ'